Definitions
- ଅସ୍ୱୀକରଣ
- ଆପଣଙ୍କ ବିଷୟବସ୍ତୁ
- ଆଫିଲିଏଟ
- ଉପଭୋକ୍ତା
- କପିରାଇଟ
- ଟ୍ରେଡମାର୍କ
- ଦାୟବଦ୍ଧତା
- ବିଜିନେସ ୟୁଜର
- ବୌଦ୍ଧିକ ସମ୍ପତ୍ତି ଅଧିକାର (IP ଅଧିକାର)
- ୱାରେଣ୍ଟି
- ସଂସ୍ଥା
- ସେବାଗୁଡ଼ିକ
- କ୍ଷତିପୂରଣ ଦେବା କିମ୍ବା କ୍ଷତିପୂରଣ
ଅସ୍ୱୀକରଣ
କୌଣସି ବ୍ୟକ୍ତିଙ୍କର ଆଇନଗତ ଦାୟିତ୍ୱଗୁଡ଼ିକୁ ସୀମିତ କରୁଥିବା ଏକ ଷ୍ଟେଟମେଣ୍ଟ।
ଆପଣଙ୍କ ବିଷୟବସ୍ତୁ
ଆମ ସେବାଗୁଡ଼ିକୁ ବ୍ୟବହାର କରି ଆପଣ ତିଆରି କରୁଥିବା, ଅପଲୋଡ କରୁଥିବା, ଦାଖଲ କରୁଥିବା, ଷ୍ଟୋର କରୁଥିବା, ପଠାଉଥିବା, ଗ୍ରହଣ କରୁଥିବା କିମ୍ବା ସେୟାର କରୁଥିବା ଜିନିଷଗୁଡ଼ିକ, ଯେପରି:
- ଆପଣ ତିଆରି କରୁଥିବା Docs, Sheets ଏବଂ Slides
- ଆପଣ Blogger ମାଧ୍ୟମରେ ଅପଲୋଡ କରୁଥିବା ବ୍ଲଗ ପୋଷ୍ଟଗୁଡ଼ିକ
- Maps ମାଧ୍ୟମରେ ଆପଣ ଦାଖଲ କରୁଥିବା ସମୀକ୍ଷାଗୁଡ଼ିକ
- ଆପଣ Driveରେ ଷ୍ଟୋର କରିଥିବା ଭିଡିଓଗୁଡ଼ିକ
- Gmail ମାଧ୍ୟମରେ ଆପଣ ପଠାଉଥିବା ଏବଂ ପାଉଥିବା ଇମେଲଗୁଡ଼ିକ
- Photos ମାଧ୍ୟମରେ ଆପଣ ସାଙ୍ଗମାନଙ୍କ ସହିତ ସେୟାର କରୁଥିବା ଛବିଗୁଡ଼ିକ
- ଆପଣ Google ସହ ସେୟାର କରୁଥିବା ଟ୍ରାଭେଲ କାର୍ଯ୍ୟକ୍ରମ
ଆଫିଲିଏଟ
ଏକ ଏଣ୍ଟିଟି Google କମ୍ପାନୀ ଗୋଷ୍ଠୀର ଅନ୍ତର୍ଭୁକ୍ତ ଅଟେ, ଯାହାର ଅର୍ଥ ହେଉଛି EUରେ ଉପଭୋକ୍ତା ସେବା ପ୍ରଦାନ କରୁଥିବା ନିମ୍ନୋକ୍ତ କମ୍ପାନୀଗୁଡ଼ିକ ସମେତ Google LLC ଏବଂ ଏହାର ସହାୟକ କମ୍ପାନୀଗୁଡ଼ିକ: Google Ireland Limited, Google Commerce Limited ଏବଂ Google Dialer Inc।
ଉପଭୋକ୍ତା
ଜଣେ ବ୍ୟକ୍ତି ଯିଏ ତାଙ୍କର ଟ୍ରେଡ, ବିଜିନେସ, କ୍ରାଫ୍ଟ ବା ବୃତ୍ତି ବାହାରେ ବ୍ୟକ୍ତିଗତ, ଅଣ-ବ୍ୟବସାୟିକ ଉଦ୍ଦେଶ୍ୟ ପାଇଁ Google ସେବାଗୁଡ଼ିକ ବ୍ୟବହାର କରନ୍ତି। (ବିଜିନେସ ୟୁଜରଙ୍କୁ ଦେଖନ୍ତୁ)
କପିରାଇଟ
A legal right that allows the creator of an original work (such as a blog post, photo, or video) to decide if and how that original work may be used by others, subject to certain limitations and exceptions.
ଟ୍ରେଡମାର୍କ
ବାଣିଜ୍ୟରେ ବ୍ୟବହୃତ ଚିହ୍ନ, ନାମ ଏବଂ ଇମେଜ ଯାହା ଜଣେ ବ୍ୟକ୍ତି କିମ୍ବା ଗୋଟିଏ ସଂସ୍ଥାର ଦ୍ରବ୍ୟ ଏବଂ ସେବାଗୁଡ଼ିକୁ ଅନ୍ୟ ବ୍ୟକ୍ତି କିମ୍ବା ସଂସ୍ଥାର ଦ୍ରବ୍ୟ ଓ ସେବାଠାରୁ ପୃଥକ କରିବାରେ ସକ୍ଷମ କରିଥାଏ।
ଦାୟବଦ୍ଧତା
କୌଣସି ପ୍ରକାରର ଆଇନଗତ ଦାବିରୁ ହେଉଥିବା କ୍ଷତିଗୁଡ଼ିକ, ଦାବିଟି କୌଣସି ଚୁକ୍ତି, କର୍ତ୍ତବ୍ୟରେ ଚ୍ୟୁତି (ଅବହେଳା ସମେତ) କିମ୍ବା ଅନ୍ୟ କାରଣ ଉପରେ ଆଧାରିତ ହୋଇଥାଉ ବା ନହୋଇଥାଉ ଏବଂ ସେହି କ୍ଷତିଗୁଡ଼ିକ ଯୁକ୍ତିଯୁକ୍ତ ଭାବରେ ଆଶା କିମ୍ବା ପୂର୍ବାନୁମାନ କରାଯାଇଥାଉ ବା ନଥାଉ।
ବିଜିନେସ ୟୁଜର
ଜଣେ ବ୍ୟକ୍ତି ବା ଏଣ୍ଟିଟି ଯିଏ ଉପଭୋକ୍ତା ନୁହଁନ୍ତି (ଉପଭୋକ୍ତାଙ୍କୁ ଦେଖନ୍ତୁ)।
ବୌଦ୍ଧିକ ସମ୍ପତ୍ତି ଅଧିକାର (IP ଅଧିକାର)
ବ୍ୟକ୍ତିର ମନରୁ ସୃଷ୍ଟି ଉପରେ ଅଧିକାର, ଯେପରିକି ଉଦ୍ଭାବନ (ପେଟେଣ୍ଟ ଅଧିକାର), ସାହିତ୍ୟିକ ଏବଂ କଳାକାର କାର୍ଯ୍ୟ (କପିରାଇଟ), ଡିଜାଇନ (ଡିଜାଇନ ଅଧିକାର); ଏବଂ ବାଣିଜ୍ୟରେ ବ୍ୟବହୃତ ଚିହ୍ନ, ନାମ ଏବଂ ଇମେଜ (ଟ୍ରେଡମାର୍କ) ପରି ଜଣେ ବ୍ୟକ୍ତିଙ୍କ ମନର ସୃଷ୍ଟି ଉପରେ ଅଧିକାର। IP ଅଧିକାର ଆପଣ, ଅନ୍ୟ ଜଣେ ବ୍ୟକ୍ତି କିମ୍ବା ଏକ ସଂସ୍ଥାର ହୋଇପାରେ।
ୱାରେଣ୍ଟି
କୌଣସି ପ୍ରଡକ୍ଟ କିମ୍ବା ସେବା ଏକ ନିର୍ଦ୍ଦିଷ୍ଟ ଷ୍ଟାଣ୍ଡାର୍ଡରେ ପରଫର୍ମ କରିବ ବୋଲି ଏକ ନିର୍ଭର ପ୍ରତିଶ୍ରୁତି।
ସଂସ୍ଥା
ଏକ ଆଇନଗତ ଏଣ୍ଟିଟି (ଯେପରି କୌଣସି କର୍ପୋରେସନ, ଅଣ-ଲାଭଦାୟକ ସଂସ୍ଥା କିମ୍ବା ସ୍କୁଲ), ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ନୁହେଁ।
ସେବାଗୁଡ଼ିକ
ଏହି ସର୍ତ୍ତାବଳୀର ଅଧୀନରେ ଥିବା Google ସେବାଗୁଡ଼ିକ ହେଉଛି https://policies.google.com/terms/service-specificରେ ତାଲିକାଭୁକ୍ତ ହୋଇଥିବା ପ୍ରଡକ୍ଟ ଏବଂ ସେବାଗୁଡ଼ିକ, ଯେଉଁଥିରେ ଏସବୁ ଅନ୍ତର୍ଭୁକ୍ତ ଅଛି:
- ଆପ୍ସ ଏବଂ ସାଇଟଗୁଡ଼ିକ (Search ଏବଂ Maps ପରି)
- ପ୍ଲାଟଫର୍ମଗୁଡ଼ିକ (Google Shopping ପରି)
- ଇଣ୍ଟିଗ୍ରେଟ କରାଯାଇଥିବା ସେବାଗୁଡ଼ିକ (ଯେପରି ଅନ୍ୟ କମ୍ପାନୀଗୁଡ଼ିକର ସାଇଟ କିମ୍ବା ଆପ୍ସରେ ଏମ୍ବେଡ ହୋଇଥିବା Maps)
- ଡିଭାଇସ ଏବଂ ଅନ୍ୟ ସାମଗ୍ରୀ (ଯେପରି Google Nest)
ଏହି ସେବାଗୁଡ଼ିକ ମଧ୍ୟରୁ ଅନେକ ସେବା ଆପଣ ଷ୍ଟ୍ରିମ କିମ୍ବା ଇଣ୍ଟରାକ୍ଟ କରିପାରୁଥିବା ବିଷୟବସ୍ତୁ ମଧ୍ୟ ଅନ୍ତର୍ଭୁକ୍ତ କରେ।
କ୍ଷତିପୂରଣ ଦେବା କିମ୍ବା କ୍ଷତିପୂରଣ
ମୋକଦ୍ଦମା ପରି ଆଇନଗତ ପ୍ରକ୍ରିୟା କାରଣରୁ ଅନ୍ୟ ଜଣେ ବ୍ୟକ୍ତି କିମ୍ବା ସଂସ୍ଥା ସମ୍ମୁଖୀନ ହୋଇଥିବା କ୍ଷତି ପାଇଁ କ୍ଷତିପୂରଣ ପ୍ରଦାନ କରିବାକୁ ଜଣେ ବ୍ୟକ୍ତି କିମ୍ବା ସଂସ୍ଥାର ଚୁକ୍ତିଭିତ୍ତିକ ଆଇନଗତ ବାଧ୍ୟତା।
