ଗୋପନୀୟତା ଓ ସର୍ତ୍ତାବଳୀ
ଗୋପନୀୟତା ଓ ସର୍ତ୍ତାବଳୀ

ଜେନେରେଟିଭ AI ନିଷିଦ୍ଧ ବ୍ୟବହାର ନୀତି

ଗତ ଥର ପରିବର୍ତ୍ତନ କରାଯାଇଛି: ଡିସେମ୍ବର 17, 2024

ଜେନେରେଟିଭ AI ମଡେଲଗୁଡ଼ିକ ଆପଣଙ୍କୁ ଏକ୍ସପ୍ଲୋର କରିବା, ଶିଖିବା ଏବଂ ତିଆରି କରିବାରେ ସାହାଯ୍ୟ କରିପାରେ। ଆପଣ ଦାୟିତ୍ଵପୂର୍ଣ୍ଣ, ଆଇନଗତ ଏବଂ ସୁରକ୍ଷିତ ଭାବେ ଏଗୁଡ଼ିକ ସହ ଏନଗେଜ ରୁହନ୍ତୁ ବୋଲି ଆମେ ଆଶା କରୁଛୁ। ନିମ୍ନୋକ୍ତ ପ୍ରତିବନ୍ଧକଗୁଡ଼ିକ ଏହି ନୀତିକୁ ଦର୍ଶାଉଥିବା Google ପ୍ରଡକ୍ଟ ଏବଂ ସେବାଗୁଡ଼ିକରେ ଜେନେରେଟିଭ AI ସହ ଆପଣଙ୍କ ଇଣ୍ଟରାକ୍ସନ ଉପରେ ଲାଗୁ ହୁଏ।

  1. ବିପଦଜନକ ବା ବେଆଇନ କାର୍ଯ୍ୟକଳାପରେ ଏନଗେଜ ହୁଅନ୍ତୁ ନାହିଁ କିମ୍ବା ଅନ୍ୟଥା ପ୍ରଯୁଜ୍ୟ ଆଇନ ବା ନିୟମଗୁଡ଼ିକର ଉଲ୍ଲଙ୍ଘନ କରନ୍ତୁ ନାହିଁ। ଏଥିରେ ବିଷୟବସ୍ତୁ ଜେନେରେଟ କିମ୍ବା ଡିଷ୍ଟ୍ରିବ୍ୟୁଟ କରିବା ଅନ୍ତର୍ଭୁକ୍ତ ଯାହା:
    1. ଶିଶୁ ଯୌନ ନିର୍ଯ୍ୟାତନା ବା ଶୋଷଣ ସହ ସମ୍ବନ୍ଧିତ ବିଷୟବସ୍ତୁ।
    2. ହିଂସାତ୍ମକ ଉଗ୍ରବାଦ ବା ଆତଙ୍କବାଦକୁ ସୁବିଧା ପ୍ରଦାନ କରିଥାଏ।
    3. ବିନା-ସହମତିରେ ଇଣ୍ଟିମେଟ ଇମେଜେରୀର ସୁବିଧା ପ୍ରଦାନ କରିଥାଏ।
    4. ନିଜକୁ-କ୍ଷତି ପହଞ୍ଚାଇବାର ସୁବିଧା ପ୍ରଦାନ କରିଥାଏ।
    5. ବେଆଇନ କାର୍ଯ୍ୟକଳାପ କିମ୍ବା ଆଇନର ଉଲ୍ଲଙ୍ଘନକୁ ସୁବିଧା ପ୍ରଦାନ କରେ – ଉଦାହରଣ ସ୍ୱରୂପ, ବେଆଇନ କିମ୍ବା ନିୟନ୍ତ୍ରିତ ପଦାର୍ଥ, ଦ୍ରବ୍ୟ କିମ୍ବା ସେବାଗୁଡ଼ିକୁ ସିନ୍ଥେସାଇଜ କିମ୍ବା ଆକ୍ସେସ କରିବା ପାଇଁ ନିର୍ଦ୍ଦେଶାବଳୀ ପ୍ରଦାନ କରିବା।
    6. ଗୋପନୀୟତା ଏବଂ ବୌଦ୍ଧିକ ସମ୍ପତ୍ତି ଅଧିକାର ସମେତ ଅନ୍ୟମାନଙ୍କ ଅଧିକାରକୁ ଉଲ୍ଲଙ୍ଘନ କରେ - ଉଦାହରଣ ସ୍ୱରୂପ, ଆଇନଗତ ଭାବରେ ଆବଶ୍ୟକ ସମ୍ମତି ବିନା ବ୍ୟକ୍ତିଗତ ଡାଟା କିମ୍ବା ବାୟୋମେଟ୍ରିକ୍ସ ବ୍ୟବହାର କରିବା।
    7. ଲୋକଙ୍କ ବିନା ସମ୍ମତିରେ ସେମାନଙ୍କୁ ଟ୍ରାକ କିମ୍ବା ମନିଟର କରିଥାଏ।
    8. ବ୍ୟକ୍ତିଗତ ଅଧିକାର ଉପରେ ମେଟେରିଆଲ କ୍ଷତିକାରକ ପ୍ରଭାବ ପକାଉଥିବା ଉଚ୍ଚ-ବିପଦପୂର୍ଣ୍ଣ ଡୋମେନରେ ମାନବ ନିରୀକ୍ଷଣ ବିନା ସ୍ୱତଃ ନିଷ୍ପତ୍ତି ନିଏ - ଉଦାହରଣ ସ୍ୱରୂପ, ନିଯୁକ୍ତି, ସ୍ୱାସ୍ଥ୍ୟ ସେବା, ଆର୍ଥିକ, ଆଇନଗତ, ଗୃହ ନିର୍ମାଣ, ବୀମା କିମ୍ବା ସାମାଜିକ କଲ୍ୟାଣରେ।
  2. ଅନ୍ୟମାନଙ୍କ କିମ୍ବା Googleର ସେବାଗୁଡ଼ିକର ସୁରକ୍ଷା ସହ କମ୍ପ୍ରୋମାଇଜ କରନ୍ତୁ ନାହିଁ। ଏଥିରେ ବିଷୟବସ୍ତୁକୁ ଜେନେରେଟ କିମ୍ବା ଡିଷ୍ଟ୍ରିବ୍ୟୁଟ କରିବା ଅନ୍ତର୍ଭୁକ୍ତ ଅଟେ ଯାହା ଏସବୁ ପାଇଁ ସୁବିଧା ପ୍ରଦାନ କରେ:
    1. ସ୍ପାମ, ଫିସିଂ କିମ୍ବା ମାଲୱେର।
    2. Google କିମ୍ବା ଅନ୍ୟମାନଙ୍କ ଇନଫ୍ରାଷ୍ଟ୍ରକ୍ଚର କିମ୍ବା ସେବାଗୁଡ଼ିକର ଅପବ୍ୟବହାର, କ୍ଷତି, ଇଣ୍ଟରଫିଅରେନ୍ସ କିମ୍ବା ବାଧା।
    3. ଅପବ୍ୟବହାର ସୁରକ୍ଷା କିମ୍ବା ନିରାପତ୍ତା ଫିଲ୍ଟରର ସାରକମଭେନସନ ଉଦାହରଣ ସ୍ୱରୂପ, ଆମର ନୀତିଗୁଡ଼ିକୁ ଉଲ୍ଲଙ୍ଘନ କରିବା ପାଇଁ ମଡେଲକୁ ମେନିପୁଲେଟ କରିବା।
  3. ସ୍ପଷ୍ଟ ଯୌନ ସମ୍ବନ୍ଧିତ, ହିଂସାତ୍ମକ, ଘୃଣାତ୍ମକ କିମ୍ବା କ୍ଷତିକାରକ କାର୍ଯ୍ୟକଳାପରେ ଏନଗେଜ ହୁଅନ୍ତୁ ନାହିଁ। ଏଥିରେ ବିଷୟବସ୍ତୁକୁ ଜେନେରେଟ କିମ୍ବା ଡିଷ୍ଟ୍ରିବ୍ୟୁଟ କରିବା ଅନ୍ତର୍ଭୁକ୍ତ ଅଟେ ଯାହା ଏସବୁ ପାଇଁ ସୁବିଧା ପ୍ରଦାନ କରେ:
    1. ଘୃଣା କିମ୍ବା ଘୃଣା ଉଦ୍ରେକକାରୀ ବକ୍ତବ୍ୟ।
    2. ଉତ୍ପୀଡ଼ନ, ଭୟଭୀତ କରିବା, ଦମନ କରିବା, ନିର୍ଯ୍ୟାତନା କିମ୍ବା ଅନ୍ୟକୁ ଅପମାନିତ କରିବା।
    3. ହିଂସା ବା ହିଂସାକୁ ପ୍ରୋତ୍ସାହିତ କରିବା।
    4. ସ୍ପଷ୍ଟ ଯୌନ ସମ୍ବନ୍ଧିତ ବିଷୟବସ୍ତୁ - ଉଦାହରଣ ସ୍ୱରୂପ, ପର୍ଣ୍ଣୋଗ୍ରାଫି କିମ୍ବା ଯୌନ ସନ୍ତୁଷ୍ଟି ଉଦ୍ଦେଶ୍ୟରେ ତିଆରି କରାଯାଇଥିବା ବିଷୟବସ୍ତୁ।
  4. ଭୁଲ ସୂଚନା, ଭୁଲ ଉପସ୍ଥାପନା କିମ୍ବା ବିଭ୍ରାନ୍ତିକର କାର୍ଯ୍ୟକଳାପରେ ଏନଗେଜ ହୁଅନ୍ତୁ ନାହିଁ। ଏଥିରେ ଏସବୁ ଅନ୍ତର୍ଭୁକ୍ତ
    1. ଠକାମି, ସ୍କାମ କିମ୍ବା ଅନ୍ୟ ପ୍ରତାରଣାପୂର୍ଣ୍ଣ କାର୍ଯ୍ୟ।
    2. ପ୍ରତାରଣା କରିବା ପାଇଁ ଏକ୍ସପ୍ଲିସିଟ ଡିସକ୍ଲୋଜର ବିନା ଜଣେ ବ୍ୟକ୍ତି (ଜୀବିତ କିମ୍ବା ମୃତ) ବୋଲି ଇମ୍ପାର୍ସୋନେଟ କରିବା।
    3. ପ୍ରତାରଣା କରିବା ପାଇଁ ସମ୍ବେଦନଶୀଳ ଏରିଆରେ ଦକ୍ଷତା କିମ୍ବା ସାମର୍ଥ୍ୟର ବିଭ୍ରାନ୍ତିକର ଦାବିଗୁଡ଼ିକୁ ସୁବିଧା ପ୍ରଦାନ କରିବା - ଉଦାହରଣ ସ୍ୱରୂପ ସ୍ୱାସ୍ଥ୍ୟ, ଆର୍ଥିକ, ସରକାରୀ ସେବା କିମ୍ବା ଆଇନରେ।
    4. ପ୍ରତାରଣା କରିବା ପାଇଁ ସରକାରୀ କିମ୍ବା ଗଣତାନ୍ତ୍ରିକ ପ୍ରକ୍ରିୟା କିମ୍ବା କ୍ଷତିକାରକ ସ୍ୱାସ୍ଥ୍ୟ ଅଭ୍ୟାସ ସମ୍ବନ୍ଧୀୟ ବିଭ୍ରାନ୍ତିକର ଦାବିକୁ ସୁବିଧା ପ୍ରଦାନ କରେ।
    5. ପ୍ରତାରଣା କରିବା ପାଇଁ ଜେନେରେଟ କରାଯାଇଥିବା ବିଷୟବସ୍ତୁଟି କେବଳ ଜଣେ ମନୁଷ୍ୟ ଦ୍ୱାରା ତିଆରି କରାଯାଇଛି ବୋଲି ଦାବି କରି ଏହାର ଉତ୍ପତ୍ତି ବିଷୟରେ ଭୁଲ ଉପସ୍ଥାପନା ଦେବା।

ଶୈକ୍ଷିକ, ଡକ୍ୟୁମେଣ୍ଟାରୀ, ବୈଜ୍ଞାନିକ ବା କଳାତ୍ମକ ବିଚାର ଆଧାରରେ କିମ୍ବା ପବ୍ଲିକକୁ କ୍ଷତିର ତୁଳନାରେ ଯଥେଷ୍ଟ ଲାଭ ମିଳୁଥିବା ସ୍ଥଳେ ଆମେ ଏହି ନୀତିଗୁଡ଼ିକରେ ବ୍ୟତିକ୍ରମ କରିପାରୁ।
ଏକ ନୂଆ ଟାବରେ ଖୋଲେ(ଏକ ଫୁଟନୋଟ ଖୋଲେ)
  • Afrikaans
  • Bahasa Indonesia
  • Bahasa Melayu
  • Català
  • Čeština
  • Dansk
  • Deutsch
  • Eesti
  • English
  • English (India)
  • English (United Kingdom)
  • Español
  • Español (Latinoamérica)
  • Euskara
  • Filipino
  • Français
  • Français (Canada)
  • Gaeilge
  • Galego
  • Hrvatski
  • Isizulu
  • Íslenska
  • Italiano
  • Kiswahili
  • Latviešu
  • Lietuvių
  • Magyar
  • Malti
  • Nederlands
  • Norsk
  • Polski
  • Português (Brasil)
  • Português (Portugal)
  • Română
  • Slovenčina
  • Slovenščina
  • Srpski
  • Suomi
  • Svenska
  • Tiếng Việt
  • Türkçe
  • অসমীয়া
  • Ελληνικά
  • Български
  • ଓଡିଆ
  • Русский
  • Српски
  • Українська
  • ‫עברית‬
  • ‫اردو‬
  • ‫العربية‬
  • ‫فارسی‬
  • አማርኛ
  • मराठी
  • हिन्दी
  • বাংলা
  • ગુજરાતી
  • தமிழ்
  • తెలుగు
  • ಕನ್ನಡ
  • മലയാളം
  • ไทย
  • 한국어
  • 中文 (香港)
  • 中文(简体中文)
  • 中文(繁體中文)
  • 日本語
Google ଆପଗୁଡ଼ିକ
ମୁଖ୍ୟ ମେନୁ