ଗୋପନୀୟତା ଓ ସର୍ତ୍ତାବଳୀ
ଗୋପନୀୟତା ଓ ସର୍ତ୍ତାବଳୀ

Google ସେବାର ସର୍ତ୍ତାବଳୀ

ମଇ 22, 2024ରୁ କାର୍ଯ୍ୟକାରୀ ହେଉଛି | Archived versions | Download PDF

ବ୍ରାଜିଲ୍

ଏହି ସର୍ତ୍ତାବଳୀରେ କଣ କଭର ହୋଇଛି

ଆମେ ଜାଣୁ ଏହି ସେବାର ସର୍ତ୍ତାବଳୀକୁ ଏଡ଼ାଇ ଦେବା ପାଇଁ ଇଚ୍ଛା ହେଉଥିବ, କିନ୍ତୁ ଆପଣ Google ବ୍ୟବହାର କରିବା ସମୟରେ ଆମଠାରୁ କଣ ଆଶା କରିପାରିବେ ଏବଂ ଆମେ ଆପଣଙ୍କଠାରୁ କଣ ଆଶା କରୁ, ତାହା ନିର୍ଦ୍ଧାରଣ କରିବା ଜରୁରୀ ଅଟେ।

ଏହି ସେବାର ସର୍ତ୍ତାବଳୀ Googleର ବିଜିନେସ କାମ କରିବା ପଦ୍ଧତି, ଆମ କମ୍ପାନୀ ପାଇଁ ଲାଗୁ ହେଉଥିବା ଆଇନ ଏବଂ ଆମେ ସତ୍ୟ ବୋଲି ସର୍ବଦା ବିଶ୍ୱାସ କରୁଥିବା କିଛି ବିଷୟକୁ ପ୍ରତିଫଳିତ କରେ। ଫଳସ୍ୱରୂପ, ଆପଣ ଆମ ସେବାଗୁଡ଼ିକ ସହ ଇଣ୍ଟରାକ୍ଟ କରିବା ସମୟରେ ଏହି ସେବାର ସର୍ତ୍ତାବଳୀ ଆପଣଙ୍କ ସହ Googleର ସମ୍ପର୍କକୁ ପରିଭାଷିତ କରିବାରେ ସାହାଯ୍ୟ କରେ। ଉଦାହରଣ ସ୍ୱରୂପ, ଏହି ସର୍ତ୍ତାବଳୀ ନିମ୍ନୋକ୍ତ ବିଷୟ ହେଡିଂଗୁଡ଼ିକୁ ଅନ୍ତର୍ଭୁକ୍ତ କରେ:

Understanding these terms is important because, to use our services, you must accept these terms.

ଏହି ସର୍ତ୍ତାବଳୀ ବ୍ୟତୀତ ଆମେ ଏକ ଗୋପନୀୟତା ନୀତି ମଧ୍ୟ ପବ୍ଲିସ କରୁ। ଯଦିଓ ଏହା ଏହି ସର୍ତ୍ତାବଳୀର ଅଂଶ ନୁହେଁ, କିନ୍ତୁ ଆପଣ କିପରି ଆପଣଙ୍କ ସୂଚନାକୁ ଅପଡେଟ, ପରିଚାଳନା, ଏକ୍ସପୋର୍ଟ ଏବଂ ଡିଲିଟ କରିପାରିବେ, ତାହା ଭଲ ଭାବରେ ବୁଝିବା ନିମନ୍ତେ ଏହାକୁ ପଢ଼ିବା ପାଇଁ ଆମେ ଆପଣଙ୍କୁ ଉତ୍ସାହିତ କରୁଛୁ।

ସର୍ତ୍ତାବଳୀ

ସେବା ପ୍ରଦାନକାରୀ

Google ଏହା ଦ୍ୱାରା ପ୍ରଦାନ କରାଯାଏ ଏବଂ ଆପଣ ଏହା ସହ ଚୁକ୍ତି କରୁଛନ୍ତି:

Google LLC
ଡେଲାୱେର ରାଜ୍ୟ, ଯୁକ୍ତରାଷ୍ଟ୍ର ଆମେରିକାର ଆଇନ ଅଧୀନରେ ବ୍ୟବସ୍ଥିତ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଆଇନ ଅଧୀନରେ ପରିଚାଳିତ

1600 Amphitheatre Parkway
Mountain View, California 94043
USA

ବୟସର ଆବଶ୍ୟକତା

ଯଦି ତୁମର ବୟସ ତୁମ ନିଜର Google ଆକାଉଣ୍ଟକୁ ପରିଚାଳନା କରିବା ପାଇଁ ଆବଶ୍ୟକ ବୟସଠାରୁ କମ ହୋଇଥାଏ, ତେବେ ଏକ Google ଆକାଉଣ୍ଟ ବ୍ୟବହାର କରିବାକୁ ତୁମ ପାଖରେ ତୁମ ବାପାମା କିମ୍ବା ଆଇନଗତ ଅଭିଭାବକଙ୍କ ଅନୁମତି ଥିବା ଆବଶ୍ୟକ। ଦୟାକରି ତୁମ ବାପାମା କିମ୍ବା ଆଇନଗତ ଅଭିଭାବକଙ୍କୁ ତୁମ ସହିତ ଏହି ସର୍ତ୍ତାବଳୀ ପଢ଼ିବାକୁ ଦିଅନ୍ତୁ।

ଯଦି ଆପଣ ଜଣେ ବାପା ବା ମା କିମ୍ବା ଆଇନଗତ ଅଭିଭାବକ ଅଟନ୍ତି ଏବଂ ଆପଣ ଆପଣଙ୍କ ପିଲାକୁ ବ୍ୟବହାର କରିବାକୁ ଅନୁମତି ଦିଅନ୍ତି, ତେବେ ଏହି ସର୍ତ୍ତାବଳୀ ଆପଣଙ୍କ ପାଇଁ ଲାଗୁ ହୁଏ ଏବଂ ଏହି ସେବାଗୁଡ଼ିକରେ ଆପଣଙ୍କ ପିଲାର କାର୍ଯ୍ୟକଳାପ ପାଇଁ ଆପଣ ଦାୟୀ ଅଟନ୍ତି।

କିଛି Google ସେବାରେ ସେଗୁଡ଼ିକର ସେବା-ନିର୍ଦ୍ଦିଷ୍ଟ ଅତିରିକ୍ତ ସର୍ତ୍ତାବଳୀ ଏବଂ ନୀତିରେ ବର୍ଣ୍ଣନା କରାଯାଇଥିବା ଅନୁଯାୟୀ ଅତିରିକ୍ତ ବୟସ ଆବଶ୍ୟକତା ଅଛି।

Google ସହ ଆପଣଙ୍କ ସମ୍ପର୍କ

ଏହି ସର୍ତ୍ତାବଳୀ ଆପଣ ଏବଂ Google ମଧ୍ୟରେ ସମ୍ପର୍କକୁ ବର୍ଣ୍ଣନା କରିବାରେ ସାହାଯ୍ୟ କରେ। When we speak of “Google,” “we,” “us,” and “our,” we mean Google LLC and its . ବିସ୍ତୃତ ଭାବରେ କହିଲେ, ଯଦି Googleର ବିଜିନେସ କିପରି କାର୍ଯ୍ୟ କରେ ଏବଂ ଆମେ କିପରି ଟଙ୍କା ଉପାର୍ଜନ କରୁ ତାହାକୁ ପ୍ରତିଫଳିତ କରୁଥିବା ଏହି ସର୍ତ୍ତାବଳୀକୁ ଫଲୋ କରିବା ପାଇଁ ଆପଣ ସମ୍ମତ ହୁଅନ୍ତି, ତେବେ ଆମେ ଆପଣଙ୍କୁ ଆମ ଆକ୍ସେସ କରି ବ୍ୟବହାର କରିବାକୁ ଅନୁମତି ଦେଉ।

ଆପଣ ଆମଠାରୁ କଣ ଆଶା କରିପାରିବେ

ଏକ ବିସ୍ତୃତ ରେଞ୍ଜର ଉପଯୋଗୀ ସେବା ପ୍ରଦାନ କରିବା

ଆମେ ଏହି ସର୍ତ୍ତାବଳୀ ଅଧୀନରେ ସେବାଗୁଡ଼ିକର ଏକ ବ୍ୟାପକ ରେଞ୍ଜ ପ୍ରଦାନ କରୁ, ଯେଉଁଥିରେ ଏସବୁ ଅନ୍ତର୍ଭୁକ୍ତ ଅଛି:
  • ଆପ୍ସ ଏବଂ ସାଇଟଗୁଡ଼ିକ (Search ଏବଂ Maps ପରି)
  • ପ୍ଲାଟଫର୍ମଗୁଡ଼ିକ (Google Shopping ପରି)
  • ଇଣ୍ଟିଗ୍ରେଟ କରାଯାଇଥିବା ସେବାଗୁଡ଼ିକ (ଅନ୍ୟ କମ୍ପାନୀଗୁଡ଼ିକର ଆପ୍ସ କିମ୍ବା ସାଇଟଗୁଡ଼ିକରେ ଏମ୍ବେଡ କରାଯାଇଥିବା Maps ପରି)
  • ଡିଭାଇସଗୁଡ଼ିକ (Google Nest ଏବଂ Pixel ପରି)

ଏହି ସେବାଗୁଡ଼ିକ ମଧ୍ୟରୁ ଅନେକ ସେବା ଆପଣ ଷ୍ଟ୍ରିମ କିମ୍ବା ଇଣ୍ଟରାକ୍ଟ କରିପାରୁଥିବା ବିଷୟବସ୍ତୁ ମଧ୍ୟ ଅନ୍ତର୍ଭୁକ୍ତ କରେ।

ଆମ ସେବାଗୁଡ଼ିକୁ ଏକାଠି କାମ କରିବା ପାଇଁ ଡିଜାଇନ କରାଯାଇଛି, ଯାହା ଆପଣଙ୍କ ପାଇଁ ଗୋଟିଏ କାର୍ଯ୍ୟକଳାପରୁ ଅନ୍ୟ କାର୍ଯ୍ୟକଳାପକୁ ମୁଭ କରିବା ସହଜ କରିଛି। ଉଦାହରଣ ସ୍ୱରୂପ, ଯଦି ଆପଣଙ୍କ Calendar ଇଭେଣ୍ଟରେ ଏକ ଠିକଣା ଅନ୍ତର୍ଭୁକ୍ତ ଅଛି, ତେବେ ଆପଣ ସେହି ଠିକଣାରେ କ୍ଲିକ କଲେ, ସେଠାକୁ କିପରି ଯିବେ ତାହା Maps ଆପଣଙ୍କୁ ଦେଖାଇପାରିବ।

Google ସେବାଗୁଡ଼ିକୁ ଡେଭେଲପ କରିବା, ଉନ୍ନତ କରିବା ଏବଂ ଅପଡେଟ କରିବା

ଆମ ସେବାଗୁଡ଼ିକୁ ଉନ୍ନତ କରିବା ପାଇଁ ଆମେ ଅବିରତ ଭାବରେ ନୂଆ ଟେକ୍ନୋଲୋଜି ଏବଂ ଫିଚରଗୁଡ଼ିକୁ ଡେଭେଲପ କରୁଛୁ। ଉଦାହରଣ ସ୍ୱରୂପ, ଆପଣଙ୍କୁ ଏକକାଳୀନ ଅନୁବାଦ ପ୍ରଦାନ କରିବା ଏବଂ ସ୍ପାମ ଓ ମାଲୱେରକୁ ଭଲ ଭାବରେ ଚିହ୍ନଟ କରି ବ୍ଲକ କରିବା ପାଇଁ ଆମେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେସିନ ଲର୍ଣ୍ଣିଂ ବ୍ୟବହାର କରୁ। ଏହି ନିରନ୍ତର ଉନ୍ନତିର ଅଂଶ ଭାବରେ, ବେଳେବେଳେ ଆମେ ଫିଚର ଏବଂ କାର୍ଯ୍ୟକ୍ଷମତାକୁ ଯୋଗ କରୁ କିମ୍ବା କାଢ଼ି ଦେଉ, ଆମର ସେବାଗୁଡ଼ିକର ସୀମାକୁ ବଢ଼ାଇଥାଉ କିମ୍ବା କମାଇଥାଉ ଏବଂ ନୂଆ ସେବାଗୁଡ଼ିକୁ ଅଫର କରିବା ଆରମ୍ଭ କରୁ କିମ୍ବା ପୁରୁଣା ସେବାଗୁଡ଼ିକୁ ଅଫର କରିବା ବନ୍ଦ କରିଦେଉ। ଯେତେବେଳେ କୌଣସି ସେବାରେ ଡାଉନଲୋଡ ଯୋଗ୍ୟ କିମ୍ବା ପ୍ରିଲୋଡ କରାଯାଇଥିବା ସଫ୍ଟୱେରର ଆବଶ୍ୟକତା ହୁଏ କିମ୍ବା ସେଥିରେ ଏହା ଅନ୍ତର୍ଭୁକ୍ତ ହୁଏ, ଏକ ନୂଆ ଭର୍ସନ କିମ୍ବା ଫିଚର ଉପଲବ୍ଧ ହେଲେ ଆପଣଙ୍କ ଡିଭାଇସରେ ସେହି ସଫ୍ଟୱେର ବେଳେବେଳେ ସ୍ୱତଃ ଅପଡେଟ ହୁଏ। କିଛି ସେବା ଆପଣଙ୍କୁ ଆପଣଙ୍କ ସ୍ୱତଃ ଅପଡେଟ ସେଟିଂସ ଆଡଜଷ୍ଟ କରିବାକୁ ଦେଇଥାଏ।

ଅପବ୍ୟବହାରକୁ ପ୍ରତିରୋଧ କରିବା, ଆଇନଗତ ଆବଶ୍ୟକତାଗୁଡ଼ିକର ଉତ୍ତର ଦେବା କିମ୍ବା ସୁରକ୍ଷା ଏବଂ କାର୍ଯ୍ୟକ୍ଷମତା ସମସ୍ୟାର ସମାଧାନ କରିବା ପରି ଜରୁରୀକାଳୀନ ପରିସ୍ଥିତି ବ୍ୟତୀତ, ଆମେ ଆପଣ ଆମ ସେବାର ବ୍ୟବହାର କରିବା ବେଳେ ନକାରାତ୍ମକ ପ୍ରଭାବ ପକାଉଥିବା ବସ୍ତୁଗତ ପରିବର୍ତ୍ତନ କଲେ କିମ୍ବା ଆମେ ଏକ ସେବା ଅଫର କରିବା ବନ୍ଦ କଲେ, ଆମେ ଆପଣଙ୍କୁ ଯୁକ୍ତିଯୁକ୍ତ ଭାବେ ଆଗୁଆ ନୋଟିସ ପ୍ରଦାନ କରିବୁ। ଆମେ ଆପଣଙ୍କୁ ପ୍ରଯୁଜ୍ୟ ଆଇନ ଏବଂ ନୀତି ଅଧୀନରେ Google Takeout ବ୍ୟବହାର କରି ଆପଣଙ୍କର Google ଆକାଉଣ୍ଟରୁ କୁ ଏକ୍ସପୋର୍ଟ କରିବାର ସୁଯୋଗ ମଧ୍ୟ ପ୍ରଦାନ କରିବୁ।

ଆମେ ଆପଣଙ୍କଠାରୁ କଣ ଆଶା କରୁ

ଏହି ସର୍ତ୍ତାବଳୀ ଏବଂ ସେବା-ନିର୍ଦ୍ଦିଷ୍ଟ ଅତିରିକ୍ତ ସର୍ତ୍ତାବଳୀକୁ ଫଲୋ କରନ୍ତୁ

ଆମର ଆକ୍ସେସ ଏବଂ ବ୍ୟବହାର କରିବା ପାଇଁ ଆମେ ଆପଣଙ୍କୁ ଦେଉଥିବା ଅନୁମତି ଆପଣ ଏଗୁଡ଼ିକର ପାଳନ କରିବା ପର୍ଯ୍ୟନ୍ତ ଜାରି ରୁହେ:

ସାଧାରଣ ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ଏବଂ ଆମ ସେବାଗୁଡ଼ିକ ବ୍ୟବହାର କରିବା ବିଷୟରେ ଆଶାଗୁଡ଼ିକ ସେଟ କରିବାକୁ ଆମେ ଆପଣଙ୍କ ପାଇଁ ବିଭିନ୍ନ ନୀତି, ସହାୟତା କେନ୍ଦ୍ର ଓ ଅନ୍ୟ ରିସୋର୍ସଗୁଡ଼ିକ ମଧ୍ୟ ଉପଲବ୍ଧ କରାଇଥାଉ। ଏହି ରିସୋର୍ସଗୁଡ଼ିକରେ ଆମ ଗୋପନୀୟତା ନୀତି, କପିରାଇଟ ସହାୟତା କେନ୍ଦ୍ର, ସୁରକ୍ଷା କେନ୍ଦ୍ର, ଟ୍ରାନ୍ସପରେନ୍ସି କେନ୍ଦ୍ର ଏବଂ ଆମ ନୀତି ସାଇଟରୁ ଆକ୍ସେସ ଯୋଗ୍ୟ ଅନ୍ୟ ପୃଷ୍ଠାଗୁଡ଼ିକ ଅନ୍ତର୍ଭୁକ୍ତ ଅଛି। ଶେଷରେ, ଆମେ ଆମ ସେବାଗୁଡ଼ିକ ମଧ୍ୟରେ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ଏବଂ ଚେତାବନୀ ପ୍ରଦାନ କରିପାରୁ – ଯେପରି ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ବିଷୟରେ ଆଲର୍ଟ କରୁଥିବା ଡାଏଲଗ ବକ୍ସଗୁଡ଼ିକ।

ଯଦିଓ ଆମେ ଆପଣଙ୍କୁ ଆମର ସେବାଗୁଡ଼ିକୁ ବ୍ୟବହାର କରିବା ପାଇଁ ଅନୁମତି ଦେଉ କିନ୍ତୁ ଆମ ସେବାରେ ଥିବା ଯେ କୌଣସି କୁ ଆମେ ରଖିଥାଉ।

ଅନ୍ୟମାନଙ୍କୁ ସମ୍ମାନ ଦିଅନ୍ତୁ

ଆମେ ସମସ୍ତଙ୍କ ପାଇଁ ଏକ ସମ୍ମାନଜନକ ପରିବେଶ ବଜାୟ ରଖିବାକୁ ଚାହୁଁଛୁ, ଯାହାର ଅର୍ଥ ହେଉଛି ଆପଣ ଆଚରଣର ଏହି ବେସିକ ନିୟମଗୁଡ଼ିକୁ ଫଲୋ କରିବା ଆବଶ୍ୟକ:
  • ଏକ୍ସପୋର୍ଟ ନିୟନ୍ତ୍ରଣ, ସାଙ୍କସନ ଏବଂ ମାନବ ଟ୍ରାଫିକିଂ ଆଇନ ସମେତ ପ୍ରଯୁଜ୍ୟ ଆଇନଗୁଡ଼ିକର ଅନୁପାଳନ କରିବା
  • ଗୋପନୀୟତା ଏବଂ ବୌଦ୍ଧିକ ସମ୍ପତ୍ତି ଅଧିକାର ସମେତ ଅନ୍ୟମାନଙ୍କ ଅଧିକାରକୁ ସମ୍ମାନ ଦେବା
  • ଅନ୍ୟମାନଙ୍କୁ ବା ନିଜକୁ ଅପବ୍ୟବହାର ନକରିବା କିମ୍ବା କ୍ଷତି ନପହଞ୍ଚାଇବା (କିମ୍ବା ଧମକ ଦେବା ବା ଏପରି ଅପବ୍ୟବହାର କରିବା ବା କ୍ଷତି ପହଞ୍ଚାଇବାକୁ ଉତ୍ସାହିତ ନକରିବା) — ଉଦାହରଣ ସ୍ୱରୂପ, ଅନ୍ୟମାନଙ୍କୁ ବିଭ୍ରାନ୍ତ କରିବା, ପ୍ରତାରଣା କରିବା, ବେଆଇନ ଭାବରେ ଇମ୍ପାର୍ସୋନେଟ କରିବା, ଅପବାଦ ଦେବା, ଭୟଭୀତ କରିବା, ଉତ୍ପୀଡ଼ନ କରିବା କିମ୍ବା ଷ୍ଟକିଂ କରିବା

ଆମ ଜେନେରେଟିଭ AI ନିଷିଦ୍ଧ ବ୍ୟବହାର ନୀତି ପରି ଆମର ସେବା-ନିର୍ଦ୍ଦିଷ୍ଟ ଅତିରିକ୍ତ ସର୍ତ୍ତାବଳୀ ଏବଂ ନୀତିଗୁଡ଼ିକ ସେହି ସେବାଗୁଡ଼ିକୁ ବ୍ୟବହାର କରୁଥିବା ସମସ୍ତେ ଫଲୋ କରିବା ଆବଶ୍ୟକ ଥିବା ଉପଯୁକ୍ତ ଆଚରଣ ବିଷୟରେ ଅତିରିକ୍ତ ବିବରଣୀ ପ୍ରଦାନ କରେ। ଯଦି ଆପଣ ଜାଣିବାକୁ ପାଆନ୍ତି ଯେ ଅନ୍ୟମାନେ ଏହି ନିୟମଗୁଡ଼ିକୁ ଫଲୋ କରୁନାହାଁନ୍ତି, ତେବେ ଆମର ଅନେକ ସେବା ଆପଣଙ୍କୁ ଅପବ୍ୟବହାରର ରିପୋର୍ଟ କରିବା ପାଇଁ ଅନୁମତି ଦିଏ। ଯଦି ଆମେ ଏକ ଅପବ୍ୟବହାରର ରିପୋର୍ଟ ଉପରେ ପଦକ୍ଷେପ ନେଉ, ତେବେ ଆମେ ସମସ୍ୟା କ୍ଷେତ୍ରରେ ପଦକ୍ଷେପ ନେବା ବିଭାଗରେ ବର୍ଣ୍ଣନା କରାଯାଇଥିବା ପ୍ରକ୍ରିୟା ମଧ୍ୟ ପ୍ରଦାନ କରୁ।

ଆମ ସେବାଗୁଡ଼ିକର ଅପବ୍ୟବହାର କରନ୍ତୁ ନାହିଁ

ଆମ ସେବାଗୁଡ଼ିକୁ ଆକ୍ସେସ କିମ୍ବା ବ୍ୟବହାର କରୁଥିବା ଅଧିକାଂଶ ଲୋକ ଇଣ୍ଟର୍ନେଟକୁ ସୁରକ୍ଷିତ ଏବଂ ଉନ୍ମୁକ୍ତ ରଖୁଥିବା ସାଧାରଣ ନିୟମାବଳୀକୁ ବୁଝନ୍ତି। ଦୁର୍ଭାଗ୍ୟବଶତଃ, ଅଳ୍ପସଂଖ୍ୟକ ଲୋକ ଏହି ନିୟମାବଳୀକୁ ମାନନ୍ତି ନାହିଁ, ତେଣୁ ଆମର ସେବା ଏବଂ ୟୁଜରମାନଙ୍କୁ ଅପବ୍ୟବହାରରୁ ସୁରକ୍ଷିତ ରଖିବା ପାଇଁ ଆମେ ସେଗୁଡ଼ିକୁ ଏଠାରେ ବର୍ଣ୍ଣନା କରୁଛୁ। ସେହି ମନୋଭାବ ନେଇ:

ଆପଣ ଏସବୁ କରି ଆମ ସେବା କିମ୍ବା ସିଷ୍ଟମଗୁଡ଼ିକର ଅପବ୍ୟବହାର କରିବା, କ୍ଷତି କରିବା, ସେଥିରେ ହସ୍ତକ୍ଷେପ କରିବା କିମ୍ବା ତାହାକୁ ବାଧା ଦେବା ଉଚିତ ନୁହେଁ — ଉଦାହରଣ ସ୍ୱରୂପ:
  • ମାଲୱେର ବ୍ୟବହାର କରିବା
  • ସ୍ପାମିଂ କରିବା, ହେକିଂ କରିବା କିମ୍ବା ଆମର ସିଷ୍ଟମ ବା ସୁରକ୍ଷା ବ୍ୟବସ୍ଥାକୁ ବାଇପାସ କରିବା
  • ଆମର ସୁରକ୍ଷା ଏବଂ ବଗ ଟେଷ୍ଟିଂ ପ୍ରୋଗ୍ରାମଗୁଡ଼ିକର ଅଂଶ ଭାବରେ କରିବା ବ୍ୟତୀତ ଜେଲବ୍ରେକିଂ, ପ୍ରତିକୂଳ ପ୍ରମ୍ପ୍ଟିଂ କିମ୍ବା ପ୍ରମ୍ପ୍ଟ ଇଞ୍ଜେକ୍ସନ କରିବା
  • ଆମ ସେବା କିମ୍ବା ବିଷୟବସ୍ତୁକୁ ପ୍ରତାରଣାମୂଳକ ବା ବିଭ୍ରାନ୍ତିକର ଉପାୟରେ ଆକ୍ସେସ ବା ବ୍ୟବହାର କରିବା, ଯେପରି:
    • ଫିସିଂ
    • ନକଲି ସମୀକ୍ଷା ସମେତ ନକଲି ଆକାଉଣ୍ଟ କିମ୍ବା ବିଷୟବସ୍ତୁ ତିଆରି କରିବା
    • ଜେନେରେଟିଭ AI ବିଷୟବସ୍ତୁକୁ ମାନବ ଦ୍ୱାରା ତିଆରି କରାଯାଇଛି ବୋଲି ଭାବିବା ପାଇଁ ଅନ୍ୟମାନଙ୍କୁ ବିଭ୍ରାନ୍ତ କରିବା
    • ପ୍ରକୃତରେ ଆମେ ଆରମ୍ଭ କରିଥିବା ସେବାଗୁଡ଼ିକୁ ଆପଣ (କିମ୍ବା ଅନ୍ୟ କେହି) ଆରମ୍ଭ କରିଥିବା ସେବା ଭାବରେ ଦେଖାଇ ପ୍ରଦାନ କରିବା
  • ଆମେ ଆରମ୍ଭ କରିନଥିବା ସେବାଗୁଡ଼ିକୁ ଆମ ସେବା ଭାବରେ ଦେଖାଇ ପ୍ରଦାନ କରିବା
  • ଆମ ସେବାଗୁଡ଼ିକୁ (ସେଗୁଡ଼ିକ ପ୍ରଦାନ କରୁଥିବା ବିଷୟବସ୍ତୁ ସମେତ) କାହାର ବୌଦ୍ଧିକ ସମ୍ପତ୍ତି କିମ୍ବା ଗୋପନୀୟତା ଅଧିକାର ପରି ଆଇନଗତ ଅଧିକାରଗୁଡ଼ିକର ଉଲ୍ଲଙ୍ଘନ କରିବା ପାଇଁ ବ୍ୟବହାର କରିବା
  • ପ୍ରଯୁଜ୍ୟ ଆଇନ ଦ୍ୱାରା ଅନୁମତି ଦିଆଯାଇଥିବା ବ୍ୟତୀତ ଟ୍ରେଡ ସିକ୍ରେଟ କିମ୍ବା ଅନ୍ୟ ମାଲିକାନା ସୂଚନା ଏକ୍ସଟ୍ରାକ୍ଟ କରିବା ପାଇଁ ଆମ ସେବା କିମ୍ବା ତାହା ମୂଳରେ ଥିବା ଆମର ମେସିନ ଲର୍ଣ୍ଣିଂ ମଡେଲଗୁଡ଼ିକ ପରି ଟେକ୍ନୋଲୋଜିକୁ ରିଭର୍ସ ଇଞ୍ଜିନିୟରିଂ କରିବା
  • ଆମ ୱେବ ପୃଷ୍ଠାଗୁଡ଼ିକରେ ଥିବା ମେସିନ-ପଢ଼ିପାରିବା ଯୋଗ୍ୟ ନିର୍ଦ୍ଦେଶାବଳୀର ଉଲ୍ଲଙ୍ଘନ କରି ଆମର ଯେ କୌଣସି ସେବାରୁ ବିଷୟବସ୍ତୁକୁ ଆକ୍ସେସ କରିବା ପାଇଁ ସ୍ୱତଃ ଉପାୟଗୁଡ଼ିକୁ ବ୍ୟବହାର କରିବା (ଉଦାହରଣ ସ୍ୱରୂପ, କ୍ରଲିଂ, ଟ୍ରେନିଂ କିମ୍ବା ଅନ୍ୟ କାର୍ଯ୍ୟକଳାପକୁ ଅନୁମତି ଦେଉନଥିବା robots.txt ଫାଇଲଗୁଡ଼ିକ)
  • ମେସିନ ଲର୍ଣ୍ଣିଂ ମଡେଲ କିମ୍ବା ସମ୍ବନ୍ଧିତ AI ଟେକ୍ନୋଲୋଜି ଡେଭେଲପ କରିବା ପାଇଁ ଆମ ସେବାଗୁଡ଼ିକରୁ AI-ଜେନେରେଟ କରିଥିବା ବିଷୟବସ୍ତୁ ବ୍ୟବହାର କରିବା
  • ଏହି ସର୍ତ୍ତାବଳୀକୁ ଉଲ୍ଲଙ୍ଘନ କରିବା ପାଇଁ ଆପଣ କିଏ ତାହାକୁ ଲୁଚାଇବା କିମ୍ବା ଭୁଲ ଉପସ୍ଥାପନା କରିବା
  • ଏହି ସର୍ତ୍ତାବଳୀକୁ ଉଲ୍ଲଙ୍ଘନ କରିବା ପାଇଁ ଅନ୍ୟମାନଙ୍କୁ ଉତ୍ସାହିତ କରୁଥିବା ସେବା ପ୍ରଦାନ କରିବା

ଆପଣଙ୍କ ବିଷୟବସ୍ତୁ ବ୍ୟବହାର କରିବା ପାଇଁ ଅନୁମତି

ଆମର କିଛି ସେବା ଆପଣଙ୍କୁ କୁ ଅପଲୋଡ, ଦାଖଲ, ଷ୍ଟୋର, ପଠାଇବା, ପାଇବା କିମ୍ବା ସେୟାର କରିବାକୁ ଅନୁମତି ଦେବା ପାଇଁ ଡିଜାଇନ କରାଯାଇଛି। ଆମ ସେବାଗୁଡ଼ିକୁ କୌଣସି ବିଷୟବସ୍ତୁ ପ୍ରଦାନ କରିବା ପାଇଁ ଆପଣ ବାଧ୍ୟ ନୁହଁନ୍ତି ଏବଂ ଆପଣ ପ୍ରଦାନ କରିବାକୁ ଚାହୁଁଥିବା ବିଷୟବସ୍ତୁ ବାଛିବାକୁ ଆପଣ ସ୍ଵତନ୍ତ୍ର ଅଟନ୍ତି। ଯଦି ଆପଣ ବିଷୟବସ୍ତୁ ଅପଲୋଡ କିମ୍ବା ସେୟାର କରିବାକୁ ବାଛନ୍ତି, ତେବେ ଏହା କରିବା ପାଇଁ ଆପଣଙ୍କର ଆବଶ୍ୟକ ଅଧିକାର ଅଛି ଏବଂ ବିଷୟବସ୍ତୁ ଆଇନଗତ ଅଟେ ବୋଲି ଦୟାକରି ସୁନିଶ୍ଚିତ କରନ୍ତୁ।

ଲାଇସେନ୍ସ

ଆପଣଙ୍କର ହୋଇ ରହିଥାଏ, ଯାହାର ଅର୍ଥ ଆପଣଙ୍କ ବିଷୟବସ୍ତୁରେ ଥିବା ଆପଣଙ୍କର ଯେ କୌଣସି ଆପଣଙ୍କ ପାଖରେ ରୁହେ। ଉଦାହରଣ ସ୍ୱରୂପ, ଆପଣ ଲେଖୁଥିବା ସମୀକ୍ଷାଗୁଡ଼ିକ ପରି ଆପଣ ତିଆରି କରୁଥିବା କ୍ରିଏଟିଭ ବିଷୟବସ୍ତୁରେ ଆପଣଙ୍କର ବୌଦ୍ଧିକ ସମ୍ପତ୍ତି ଅଧିକାର ଅଛି। କିମ୍ବା ଯଦି ଅନ୍ୟ କୌଣସି ବ୍ୟକ୍ତି ଆପଣଙ୍କୁ ତାଙ୍କର ଅନୁମତି ଦେଇଛନ୍ତି, ତେବେ ତାଙ୍କ କ୍ରିଏଟିଭ ବିଷୟବସ୍ତୁ ସେୟାର କରିବାର ଅଧିକାର ଆପଣଙ୍କର ଥାଇପାରେ।

ଯଦି ଆପଣଙ୍କ ବୌଦ୍ଧିକ ସମ୍ପତ୍ତି ଅଧିକାର ଆପଣଙ୍କ ବିଷୟବସ୍ତୁ ବ୍ୟବହାର କରିବାରୁ ଆମକୁ ପ୍ରତିବନ୍ଧିତ କରେ, ତେବେ ଆମେ ଆପଣଙ୍କ ଅନୁମତି ଆବଶ୍ୟକ କରୁ। ଏହି ଲାଇସେନ୍ସ ମାଧ୍ୟମରେ ଆପଣ Googleକୁ ସେହି ଅନୁମତି ପ୍ରଦାନ କରନ୍ତି।

କ'ଣ କଭର ହୋଇଛି

ଯଦି ଆପଣଙ୍କ ବିଷୟବସ୍ତୁ ବୌଦ୍ଧିକ ସମ୍ପତ୍ତି ଅଧିକାର ଦ୍ୱାରା ସୁରକ୍ଷିତ ହୋଇଥାଏ ତେବେ ଏହି ଲାଇସେନ୍ସ କୁ କଭର କରେ।

କ'ଣ କଭର କରେନାହିଁ

  • ଏହି ଲାଇସେନ୍ସ ଆପଣଙ୍କ ଗୋପନୀୟତା ଅଧିକାରଗୁଡ଼ିକୁ ପ୍ରଭାବିତ କରେ ନାହିଁ — ଏହା କେବଳ ଆପଣଙ୍କ ବୌଦ୍ଧିକ ସମ୍ପତ୍ତି ଅଧିକାର ବିଷୟରେ ଅଟେ
  • ଏହି ଲାଇସେନ୍ସ ଏହି ପ୍ରକାରର ବିଷୟବସ୍ତୁକୁ କଭର କରେ ନାହିଁ:
    • ଏକ ସ୍ଥାନୀୟ ବିଜିନେସର ଠିକଣାରେ ସଂଶୋଧନ ପରି ଆପଣ ପ୍ରଦାନ କରିଥିବା ସାର୍ବଜନୀନ ଭାବେ-ଉପଲବ୍ଧ ତଥ୍ୟ ଭିତ୍ତିକ ସୂଚନା। ଏହା ସାଧାରଣ ଜ୍ଞାନ ବୋଲି ବିଚାର କରାଯାଉଥିବା ଯୋଗୁଁ ସେହି ସୂଚନା ପାଇଁ ଲାଇସେନ୍ସ ଆବଶ୍ୟକ ନାହିଁ, ସମସ୍ତେ ଏହାକୁ ବ୍ୟବହାର କରିବା ପାଇଁ ସ୍ୱାଧୀନ ଅଟନ୍ତି।
    • ଆମ ସେବାଗୁଡ଼ିକୁ ଉନ୍ନତ କରିବା ପାଇଁ ପରାମର୍ଶ ପରି ଆପଣ ଅଫର କରୁଥିବା ମତାମତ। ନିମ୍ନରେ ଥିବା ସେବା-ସମ୍ବନ୍ଧିତ କମ୍ୟୁନିକେସନ ବିଭାଗରେ ମତାମତକୁ କଭର କରାଯାଏ।

ସ୍କୋପ

ଏହି ଲାଇସେନ୍ସ:
  • ବିଶ୍ୱବ୍ୟାପି ଅଟେ, ଯାହାର ଅର୍ଥ ହେଉଛି ଦୁନିଆର ଯେ କୌଣସି ସ୍ଥାନରେ ଏହା ବୈଧ ଅଟେ
  • ନନ-ଏକ୍ସକ୍ଲୁସିଭ ଅଟେ, ଯାହାର ଅର୍ଥ ହେଉଛି ଆପଣ ଅନ୍ୟମାନଙ୍କୁ ଆପଣଙ୍କ ବିଷୟବସ୍ତୁର ଲାଇସେନ୍ସ ଦେଇପାରିବେ
  • ରୟାଲ୍ଟି-ମୁକ୍ତ ଅଟେ, ଯାହାର ଅର୍ଥ ହେଉଛି ଏହି ଲାଇସେନ୍ସ ପାଇଁ କୌଣସି ଆର୍ଥିକ ଫି ନାହିଁ

ଅଧିକାର

ଏହି ଲାଇସେନ୍ସ Googleକୁ ଏସବୁ କରିବା ପାଇଁ ଅନୁମତି ଦିଏ:

  • ଆପଣଙ୍କ ବିଷୟବସ୍ତୁକୁ ହୋଷ୍ଟ କରିବା, ପୁଣି ତିଆରି କରିବା, ବିତରଣ କରିବା, କମ୍ୟୁନିକେଟ କରିବା ଏବଂ ବ୍ୟବହାର କରିବା — ଉଦାହରଣ ସ୍ୱରୂପ, ଆମ ସିଷ୍ଟମରେ ଆପଣଙ୍କ ବିଷୟବସ୍ତୁକୁ ସେଭ କରି ଆପଣ ଯାଉଥିବା ଯେ କୌଣସି ସ୍ଥାନରୁ ଏହାକୁ ଆକ୍ସେସ ଯୋଗ୍ୟ କରିବା ପାଇଁ
  • ଯଦି ଆପଣ ଏହାକୁ ଅନ୍ୟମାନଙ୍କ ପାଇଁ ଦୃଶ୍ୟମାନ କରିଛନ୍ତି ତେବେ ଆପଣଙ୍କ ବିଷୟବସ୍ତୁକୁ ପବ୍ଲିସ, ସାର୍ବଜନୀନ ଭାବେ ପରଫର୍ମ କିମ୍ବା ସାର୍ବଜନୀନ ଭାବେ ଡିସପ୍ଲେ କରିବା
  • ପୁଣି ଫର୍ମାଟ କରିବା କିମ୍ବା ଅନୁବାଦ କରିବା ପରି ଆପଣଙ୍କ ବିଷୟବସ୍ତୁ ଆଧାରରେ ଡେରିଭେଟିଭ କାର୍ଯ୍ୟଗୁଡ଼ିକୁ ପରିବର୍ତ୍ତନ ଏବଂ ତିଆରି କରିବା
  • ସବଲାଇସେନ୍ସ ଏସବୁ ପାଇଁ ଏହି ଅଧିକାରଗୁଡ଼ିକ ଦିଏ:
    • ଆପଣ ବାଛିଥିବା ଲୋକମାନଙ୍କ ସହ ଫଟୋଗୁଡ଼ିକୁ ସେୟାର କରିବା ପାଇଁ ଆପଣଙ୍କୁ ସକ୍ଷମ କରିବା ପରି ସେବାଗୁଡ଼ିକୁ ଡିଜାଇନ କରାଯାଇଥିବା ଅନୁଯାୟୀ କାର୍ଯ୍ୟ କରିବାକୁ ଅନୁମତି ଦେବା ନିମନ୍ତେ ଅନ୍ୟ ୟୁଜରମାନଙ୍କୁ ଅଧିକାର ଦେବା
    • ନିମ୍ନୋକ୍ତ ଉଦ୍ଦେଶ୍ୟ ବିଭାଗରେ ବର୍ଣ୍ଣିତ କେବଳ ସୀମିତ ଉଦ୍ଦେଶ୍ୟ ପାଇଁ ଏହି ସର୍ତ୍ତାବଳୀ ସହିତ ସୁସଙ୍ଗତ ଅଟନ୍ତି ବୋଲି ଆମ ସହିତ ଚୁକ୍ତି ସ୍ୱାକ୍ଷର କରିଥିବା ଆମ କଣ୍ଟ୍ରାକ୍ଟରମାନେ

ଉଦ୍ଦେଶ୍ୟ

ଏହି ଲାଇସେନ୍ସ ଏସବୁର ସୀମିତ ଉଦ୍ଦେଶ୍ୟରେ ଅଟେ:

  • ସେବାଗୁଡ଼ିକୁ ପରିଚାଳନା ଏବଂ ଉନ୍ନତ କରିବା, ଯାହାର ଅର୍ଥ ହେଉଛି ସେବାଗୁଡ଼ିକୁ ଡିଜାଇନ କରାଯାଇଥିବା ଅନୁଯାୟୀ କାର୍ଯ୍ୟ କରିବାକୁ ଅନୁମତି ଦେବା ଏବଂ ନୂଆ ଫିଚର ଓ କାର୍ଯ୍ୟକ୍ଷମତା ତିଆରି କରିବା। ଏଥିରେ ଆପଣଙ୍କ ବିଷୟବସ୍ତୁକୁ ବିଶ୍ଳେଷଣ କରିବା ପାଇଁ ସ୍ୱତଃ ସିଷ୍ଟମ ଏବଂ ଆଲଗୋରିଦମକୁ ବ୍ୟବହାର କରିବା ଅନ୍ତର୍ଭୁକ୍ତ:
    • for spam, malware, and illegal content
    • ସମ୍ବନ୍ଧିତ ଫଟୋଗୁଡ଼ିକୁ ଏକାଠି ରଖିବା ପାଇଁ Google Photosରେ ଏକ ନୂଆ ଆଲବମର ପରାମର୍ଶ ଦେବା ସମୟ ନିର୍ଦ୍ଧାରଣ କରିବା ପରି ଡାଟାରେ ପାଟର୍ନ ଚିହ୍ନଟ କରିବା ପାଇଁ
    • ସୁପାରିଶ ଏବଂ ପର୍ସନାଲାଇଜ କରାଯାଇଥିବା ସର୍ଚ୍ଚ ଫଳାଫଳ, ବିଷୟବସ୍ତୁ ଓ ବିଜ୍ଞାପନଗୁଡ଼ିକ ପ୍ରଦାନ କରିବା (ଯାହା ଆପଣ ବିଜ୍ଞାପନ ସେଟିଂସରେ ପରିବର୍ତ୍ତନ କିମ୍ବା ବନ୍ଦ କରିପାରିବେ) ପରି ଆମ ସେବାଗୁଡ଼ିକୁ ଆପଣଙ୍କ ନିମନ୍ତେ କଷ୍ଟମାଇଜ କରିବା ପାଇଁ
    ବିଷୟବସ୍ତୁ ପଠାଇବା, ପାଇବା ଏବଂ ଏହାକୁ ଷ୍ଟୋର କରିବା ସମୟରେ ଏହି ବିଶ୍ଳେଷଣ ହୋଇଥାଏ।
  • ସେବାଗୁଡ଼ିକର ପ୍ରଚାର କରିବା ପାଇଁ ଆପଣ ସାର୍ବଜନୀନ ଭାବେ ସେୟାର କରିଥିବା ବିଷୟବସ୍ତୁକୁ ବ୍ୟବହାର କରିବା। ଉଦାହରଣ ସ୍ୱରୂପ, ଏକ Google ଆପର ପ୍ରଚାର କରିବା ପାଇଁ ଆପଣ ଲେଖିଥିବା ଏକ ସମୀକ୍ଷାକୁ ଆମେ କୋଟ କରିପାରୁ। କିମ୍ବା Google Playର ପ୍ରଚାର କରିବା ପାଇଁ Play Storeରେ ଆପଣ ଅଫର କରୁଥିବା ଆପର ଏକ ସ୍କ୍ରିନସଟ ଆମେ ଦେଖାଇପାରୁ।
  • ଏହି ସର୍ତ୍ତାବଳୀ ସହ Google ସୁସଙ୍ଗତ ହେବା ପାଇଁ ନୂଆ ଟେକ୍ନୋଲୋଜି ଏବଂ ସେବାଗୁଡ଼ିକୁ ଡେଭେଲପ କରିବା

ଅବଧି

ଆପଣଙ୍କ ବିଷୟବସ୍ତୁ ବୌଦ୍ଧିକ ସମ୍ପତ୍ତି ଅଧିକାର ଦ୍ୱାରା ସୁରକ୍ଷିତ ଥିବା ପର୍ଯ୍ୟନ୍ତ ଏହି ଲାଇସେନ୍ସ ବୈଧ ରହିଥାଏ।

ଯଦି ଆପଣ ଏହି ଲାଇସେନ୍ସରେ କଭର ହୋଇଥିବା କୌଣସି ବିଷୟବସ୍ତୁକୁ ଆମ ସେବାରୁ କାଢ଼ି ଦିଅନ୍ତି, ତେବେ ଆମ ସିଷ୍ଟମ ଏକ ଯୁକ୍ତିଯୁକ୍ତ ସମୟ ମଧ୍ୟରେ ସେହି ବିଷୟବସ୍ତୁକୁ ସାର୍ବଜନୀନ ଭାବେ ଉପଲବ୍ଧ କରିବା ବନ୍ଦ କରିବ। ଏଥିରେ ଦୁଇଟି ବ୍ୟତିକ୍ରମ ଅଛି:

  • ଯଦି ଆପଣଙ୍କ ବିଷୟବସ୍ତୁ କାଢ଼ି ଦେବା ପୂର୍ବରୁ ଆପଣ ଏହା ଅନ୍ୟମାନଙ୍କ ସହ ସେୟାର କରିସାରିଛନ୍ତି। ଉଦାହରଣ ସ୍ୱରୂପ, ଯଦି ଆପଣ ଜଣେ ସାଙ୍ଗଙ୍କ ସହ ଏକ ଫଟୋ ସେୟାର କରିବା ପରେ ସେ ଏହାର ଏକ କପି କରିଛନ୍ତି କିମ୍ବା ଏହାକୁ ପୁଣି ସେୟାର କରିଛନ୍ତି, ତେବେ ଆପଣ ସେହି ଫଟୋକୁ ଆପଣଙ୍କ Google ଆକାଉଣ୍ଟରୁ କାଢ଼ି ଦେବା ପରେ ମଧ୍ୟ ଏହା ଆପଣଙ୍କ ସାଙ୍ଗଙ୍କ Google ଆକାଉଣ୍ଟରେ ଦେଖାଯାଇପାରେ।
  • ଯଦି ଆପଣ ଅନ୍ୟ କମ୍ପାନୀଗୁଡ଼ିକର ସେବା ମାଧ୍ୟମରେ ଆପଣଙ୍କ ବିଷୟବସ୍ତୁ ଉପଲବ୍ଧ କରାନ୍ତି, ତେବେ ସମ୍ଭବତଃ Google Search ସମେତ ସର୍ଚ୍ଚ ଇଞ୍ଜିନଗୁଡ଼ିକ ଆପଣଙ୍କ ବିଷୟବସ୍ତୁକୁ ସେଗୁଡ଼ିକର ସର୍ଚ୍ଚ ଫଳାଫଳର ଅଂଶ ଭାବରେ ଖୋଜି ଡିସପ୍ଲେ କରିବା ଜାରି ରଖିବ।

Google ସେବାଗୁଡ଼ିକୁ ବ୍ୟବହାର କରିବା

ଆପଣଙ୍କ Google ଆକାଉଣ୍ଚ.

ଯଦି ଆପଣ ଏହି ବୟସ ଆବଶ୍ୟକତାଗୁଡ଼ିକୁ ପୂରଣ କରନ୍ତି ତେବେ ଆପଣଙ୍କ ସୁବିଧା ପାଇଁ ଆପଣ ଏକ Google ଆକାଉଣ୍ଟ ତିଆରି କରିପାରିବେ। କିଛି କାର୍ଯ୍ୟ କରିବା ପାଇଁ ଆପଣଙ୍କର ଏକ Google ଆକାଉଣ୍ଟ ଥିବା ଆବଶ୍ୟକ କରେ — ଉଦାହରଣ ସ୍ୱରୂପ, Gmail ବ୍ୟବହାର କରିବାକୁ ଆପଣଙ୍କୁ ଏକ Google ଆକାଉଣ୍ଟ ଆବଶ୍ୟକ, ଯାହା ଫଳରେ ଆପଣ ଗୋଟିଏ ସ୍ଥାନରୁ ଇମେଲ ପଠାଇ ଓ ପାଇପାରିବେ।

ଆପଣଙ୍କ Google ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ଯୁକ୍ତିଯୁକ୍ତ ପଦକ୍ଷେପ ନେବା ସମେତ ଆପଣ ଆପଣଙ୍କ Google ଆକାଉଣ୍ଟ ମାଧ୍ୟମରେ ଯାହା କରନ୍ତି ସେଥିପାଇଁ ଦାୟୀ ଅଟନ୍ତି ଏବଂ ଆମେ ଆପଣଙ୍କୁ ନିୟମିତ ଭାବେ ସୁରକ୍ଷା ଯାଞ୍ଚ ବ୍ୟବହାର କରିବାକୁ ଉତ୍ସାହିତ କରୁ।

ଏକ ସଂସ୍ଥା କିମ୍ବା ବିଜିନେସ ତରଫରୁ Google ସେବାଗୁଡ଼ିକୁ ବ୍ୟବହାର କରିବା

ବିଜିନେସ, ଲାଭ-ରହିତ ସଂସ୍ଥା ଏବଂ ସ୍କୁଲ ପରି ଅନେକ ଆମ ର ଲାଭ ଉଠାନ୍ତି। ଏକ ସଂସ୍ଥା ତରଫରୁ ଆମ ସେବା ବ୍ୟବହାର କରିବା ପାଇଁ:
  • ସେହି ସଂସ୍ଥାର ଜଣେ ଅନୁମତି ପ୍ରାପ୍ତ ପ୍ରତିନିଧି ଏହି ସର୍ତ୍ତାବଳୀରେ ସମ୍ମତ ହେବା ଆବଶ୍ୟକ
  • ଆପଣଙ୍କ ସଂସ୍ଥାର ଆଡମିନିଷ୍ଟ୍ରେଟର ଆପଣଙ୍କୁ ଏକ Google ଆକାଉଣ୍ଟ ଆସାଇନ କରିପାରନ୍ତି। ଆପଣ ଅତିରିକ୍ତ ନିୟମ ଫଲୋ କରନ୍ତୁ ବୋଲି ସେହି ଆଡମିନିଷ୍ଟ୍ରେଟର ଆବଶ୍ୟକ କରିପାରନ୍ତି ଏବଂ ଆପଣଙ୍କ Google ଆକାଉଣ୍ଟକୁ ଆକ୍ସେସ ବା ଅକ୍ଷମ କରିବାକୁ ସେ ସକ୍ଷମ ହୋଇପାରନ୍ତି।

ସେବା-ସମ୍ବନ୍ଧିତ କମ୍ୟୁନିକେସନ

ଆପଣଙ୍କୁ ଆମ ସେବାଗୁଡ଼ିକ ପ୍ରଦାନ କରିବାକୁ ଆମେ ବେଳେବେଳେ ଆପଣଙ୍କୁ ସେବା ଘୋଷଣା ଏବଂ ଅନ୍ୟ ସୂଚନା ପଠାଉ। ଆମେ ଆପଣଙ୍କ ସହ କିପରି କମ୍ୟୁନିକେଟ କରୁ ସେ ବିଷୟରେ ଅଧିକ ଜାଣିବାକୁ Googleର ଗୋପନୀୟତା ନୀତି ଦେଖନ୍ତୁ।

ଯଦି ଆପଣ ଆମକୁ ଆମ ସେବାଗୁଡ଼ିକୁ ଉନ୍ନତ କରିବା ପରାମର୍ଶ ପରି ମତାମତ ଦେବା ପାଇଁ ବାଛନ୍ତି, ତେବେ ଆପଣଙ୍କ ସହ ଏକ ଆଇନଗତ ବାଧ୍ୟତା ବିନା ଆପଣଙ୍କ ମତାମତ ଅନୁସାରେ ଆମେ ପଦକ୍ଷେପ ନେଇପାରୁ।

Google ସେବାଗୁଡ଼ିକରେ ଥିବା ବିଷୟବସ୍ତୁ

ଆପଣଙ୍କ ବିଷୟବସ୍ତୁ

ଆମର କିଛି ଆପଣଙ୍କୁ ମୂଳ ବିଷୟବସ୍ତୁ ଜେନେରେଟ କରିବା ପାଇଁ ଅନୁମତି ଦିଏ। Google ସେହି ବିଷୟବସ୍ତୁ ଉପରେ ମାଲିକାନା ଦାବି କରିବ ନାହିଁ।

ଆପଣଙ୍କ ବିଷୟବସ୍ତୁକୁ ସାର୍ବଜନୀନ ଭାବେ ଉପଲବ୍ଧ କରାଇବାକୁ ଆମର କିଛି ଆପଣଙ୍କୁ ସୁଯୋଗ ଦିଏ — ଉଦାହରଣ ସ୍ୱରୂପ, ଆପଣ ଏକ ପ୍ରଡକ୍ଟ କିମ୍ବା ଲେଖିଥିବା ରେଷ୍ଟୁରାଣ୍ଟର ସମୀକ୍ଷା ପୋଷ୍ଟ କରିପାରନ୍ତି କିମ୍ବା ଆପଣ ତିଆରି କରିଥିବା ଏକ ବ୍ଲଗ ପୋଷ୍ଟ ଅପଲୋଡ କରିପାରନ୍ତି।

ଯଦି କୌଣସି ବ୍ୟକ୍ତି ଆପଣଙ୍କ କୁ ଉଲ୍ଲଙ୍ଘନ କରୁଛନ୍ତି ବୋଲି ଆପଣ ଭାବୁଛନ୍ତି, ତେବେ ଆପଣ ଆମକୁ ଉଲ୍ଲଙ୍ଘନର ନୋଟିସ ପଠାଇପାରିବେ ଏବଂ ଆମେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବୁ। ଉଦାହରଣ ସ୍ୱରୂପ, ଆମେ ଆମର କପିରାଇଟ ସହାୟତା କେନ୍ଦ୍ରରେ ବର୍ଣ୍ଣନା କରାଯାଇଥିବା ଅନୁସାରେ ଉଲ୍ଲଙ୍ଘନକୁ ରିପିଟ କରୁଥିବା Google ଆକାଉଣ୍ଟଗୁଡ଼ିକୁ ସସପେଣ୍ଡ କିମ୍ବା ବନ୍ଦ କରିଦେଉ।

Google ବିଷୟବସ୍ତୁ

ଆମର କିଛି Googleର ବିଷୟବସ୍ତୁକୁ ଅନ୍ତର୍ଭୁକ୍ତ କରେ — ଉଦାହରଣ ସ୍ୱରୂପ, ଆପଣ Google Mapsରେ ଦେଖୁଥିବା ଅନେକ ଭିଜୁଆଲ ଇଲୁଷ୍ଟ୍ରେସନ। ଆପଣ ଏହି ସର୍ତ୍ତାବଳୀ ଏବଂ ଯେ କୌଣସି ସେବା-ନିର୍ଦ୍ଦିଷ୍ଟ ଅତିରିକ୍ତ ସର୍ତ୍ତାବଳୀ ଅନୁସାରେ Googleର ବିଷୟବସ୍ତୁକୁ ବ୍ୟବହାର କରିପାରନ୍ତି, କିନ୍ତୁ ଆମ ବିଷୟବସ୍ତୁରେ ଥିବା ଆମର ଯେ କୌଣସି ବୌଦ୍ଧିକ ସମ୍ପତ୍ତି ଅଧିକାରକୁ ଆମେ ରଖିଥାଉ। ଆମର କୌଣସି ବ୍ରାଣ୍ଡିଂ, ଲୋଗୋ ବା ଆଇନଗତ ନୋଟିସକୁ କାଢ଼ନ୍ତୁ ନାହିଁ, ଅସ୍ପଷ୍ଟ କରନ୍ତୁ ନାହିଁ କିମ୍ବା ପରିବର୍ତ୍ତନ କରନ୍ତୁ ନାହିଁ। ଯଦି ଆପଣ ଆମ ବ୍ରାଣ୍ଡିଂ କିମ୍ବା ଲୋଗୋଗୁଡ଼ିକୁ ବ୍ୟବହାର କରିବା ପାଇଁ ଚାହାଁନ୍ତି, ତେବେ ଦୟାକରି Google ବ୍ରାଣ୍ଡ ଅନୁମତି ପୃଷ୍ଠା ଦେଖନ୍ତୁ।

ଅନ୍ୟ ବିଷୟବସ୍ତୁ

ପରିଶେଷରେ, ଆମର କିଛି ଆପଣଙ୍କୁ ଅନ୍ୟ ଲୋକ କିମ୍ବା ର ବିଷୟବସ୍ତୁକୁ ଆକ୍ସେସ କରିବା ପାଇଁ ଅନୁମତି ଦିଏ — ଉଦାହରଣ ସ୍ୱରୂପ, ନିଜ ବିଜିନେସ ସମ୍ବନ୍ଧରେ ଜଣେ ଷ୍ଟୋର ମାଲିକଙ୍କ ବର୍ଣ୍ଣନା କିମ୍ବା Google Newsରେ ଡିସପ୍ଲେ ହୋଇଥିବା ଏକ ଖବରକାଗଜ ଆର୍ଟିକିଲ। ଆପଣ ସେହି ବ୍ୟକ୍ତି କିମ୍ବା ସଂସ୍ଥାର ଅନୁମତି ବିନା କିମ୍ବା ଅନ୍ୟଥା ଆଇନ ଦ୍ୱାରା ଅନୁମତି ଦିଆଯାଇଥିବା ଅନୁସାରେ ଏହି ବିଷୟବସ୍ତୁ ବ୍ୟବହାର କରିନପାରନ୍ତି। ଅନ୍ୟ ବ୍ୟକ୍ତି କିମ୍ବା ସଂସ୍ଥାର ବିଷୟବସ୍ତୁରେ ପ୍ରକାଶିତ ମତାମତ ସେମାନଙ୍କର ନିଜସ୍ୱ ଏବଂ ଏଥିରେ Googleର ମତ ପ୍ରକାଶ କରିବା ଜରୁରୀ ନୁହେଁ।

Google ସେବାଗୁଡ଼ିକରେ ଥିବା ସଫ୍ଟୱେର

ଆମର କିଛି ରେ ଡାଉନଲୋଡ ଯୋଗ୍ୟ କିମ୍ବା ପ୍ରିଲୋଡ କରାଯାଇଥିବା ସଫ୍ଟୱେର ଅନ୍ତର୍ଭୁକ୍ତ। ସେବାଗୁଡ଼ିକର ଅଂଶ ଭାବରେ ଆମେ ଆପଣଙ୍କୁ ସେହି ସଫ୍ଟୱେର ବ୍ୟବହାର କରିବାକୁ ଅନୁମତି ଦେଉ।

ଆମେ ଆପଣଙ୍କୁ ଦେଉଥିବା ଲାଇସେନ୍ସ:
  • ବିଶ୍ୱବ୍ୟାପି ଅଟେ, ଯାହାର ଅର୍ଥ ହେଉଛି ଦୁନିଆର ଯେ କୌଣସି ସ୍ଥାନରେ ଏହା ବୈଧ ଅଟେ
  • ନନ-ଏକ୍ସକ୍ଲୁସିଭ ଅଟେ, ଯାହାର ଅର୍ଥ ହେଉଛି ଆମେ ଅନ୍ୟମାନଙ୍କୁ ସଫ୍ଟୱେରର ଲାଇସେନ୍ସ ଦେଇପାରିବୁ
  • ରୟାଲ୍ଟି-ମୁକ୍ତ ଅଟେ, ଯାହାର ଅର୍ଥ ହେଉଛି ଏହି ଲାଇସେନ୍ସ ପାଇଁ କୌଣସି ଆର୍ଥିକ ଫି ନାହିଁ
  • ବ୍ୟକ୍ତିଗତ ଅଟେ, ଏହା ଅନ୍ୟ କାହାକୁ ଏକ୍ସଟେଣ୍ଡ ହୁଏ ନାହିଁ
  • ଆସାଇନ-ନକରିବା ଯୋଗ୍ୟ, ଯାହାର ଅର୍ଥ ହେଉଛି ଅନ୍ୟ କାହାକୁ ଲାଇସେନ୍ସ ଆସାଇନ କରିବା ପାଇଁ ଆପଣଙ୍କୁ ଅନୁମତି ଦିଆଯାଇନାହିଁ

ଆମର କିଛି ସେବାରେ ଆମେ ଆପଣଙ୍କ ପାଇଁ ଉପଲବ୍ଧ କରିଥିବା ଓପନ ସୋର୍ସ ଲାଇସେନ୍ସ ସର୍ତ୍ତାବଳୀ ଅଧୀନରେ ଅଫର କରାଯାଉଥିବା ସଫ୍ଟୱେର ଅନ୍ତର୍ଭୁକ୍ତ ଅଛି। ବେଳେବେଳେ ଏହି ସର୍ତ୍ତାବଳୀର କିଛି ଅଂଶକୁ ସ୍ପଷ୍ଟ ଭାବରେ ଓଭରରାଇଡ କରିବାର ବ୍ୟବସ୍ଥା ଓପନ ସୋର୍ସ ଲାଇସେନ୍ସରେ ଥାଏ, ତେଣୁ ଦୟାକରି ଏହି ଲାଇସେନ୍ସଗୁଡ଼ିକୁ ପଢ଼ିବା ପାଇଁ ସୁନିଶ୍ଚିତ କରନ୍ତୁ।

ଆପଣ ଆମ ସେବା କିମ୍ବା ସଫ୍ଟୱେରର କୌଣସି ଅଂଶକୁ କପି, ପରିବର୍ତ୍ତନ, ବିତରଣ, ବିକ୍ରି କରିନପାରନ୍ତି କିମ୍ବା ଲିଜରେ ଦେଇ ନପାରନ୍ତି।

ସମସ୍ୟା କିମ୍ବା ଅସମ୍ମତି କ୍ଷେତ୍ରରେ

ଆଇନ ଏବଂ ଏହି ସର୍ତ୍ତାବଳୀ ଉଭୟ ଆପଣଙ୍କୁ (1) ଏକ ନିର୍ଦ୍ଦିଷ୍ଟ ଗୁଣବତ୍ତାର ସେବା ଏବଂ (2) ତ୍ରୁଟି ହେଲେ ସମସ୍ୟା ସମାଧାନ କରିବାର ଉପାୟଗୁଡ଼ିକ ପାଇବାର ଅଧିକାର ଦିଏ।

ୱାରେଣ୍ଟି

ଆମେ ଯୁକ୍ତିଯୁକ୍ତ ଦକ୍ଷତା ଏବଂ ସାବଧାନତାକୁ ବ୍ୟବହାର କରି ଆମ ପ୍ରଦାନ କରୁ। ଯଦି ଆମେ ଏହି ରେ ବର୍ଣ୍ଣନା କରାଯାଇଥିବା ଗୁଣବତ୍ତା ଲେଭେଲକୁ ପୂରଣ ନକରୁ, ତେବେ ଆପଣ ଆମକୁ ସମସ୍ୟା ବିଷୟରେ କହିବା ପାଇଁ ସମ୍ମତ ହୁଅନ୍ତି ଏବଂ ଏହାକୁ ସମାଧାନ କରିବା ପାଇଁ ଆମେ ଆପଣଙ୍କ ସହ କାମ କରିବୁ।

ଅସ୍ୱୀକରଣ

ଆମେ ଆମ (ସେବାଗୁଡ଼ିକରେ ଥିବା ବିଷୟବସ୍ତୁ, ଆମ ସେବାଗୁଡ଼ିକର ନିର୍ଦ୍ଦିଷ୍ଟ ଫଙ୍କସନ କିମ୍ବା ବିଶ୍ୱସ୍ତତା, ଉପଲବ୍ଧତା କିମ୍ବା ଆପଣଙ୍କ ଆବଶ୍ୟକତା ପୂରଣ କରିବାର କ୍ଷମତା ସମେତ) ବିଷୟରେ କେବଳ ଯେଉଁ ପ୍ରତିଶ୍ରୁତିଗୁଡ଼ିକ ଦେଉ ସେଗୁଡ଼ିକ (1) ୱାରେଣ୍ଟି ବିଭାଗ; (2) ସେବା-ନିର୍ଦ୍ଦିଷ୍ଟ ଅତିରିକ୍ତ ସର୍ତ୍ତାବଳୀ; ଏବଂ (3) ଏହି ସର୍ତ୍ତାବଳୀ ଦ୍ୱାରା ସୀମିତ ହୋଇପାରୁନଥିବା ଆଇନଗୁଡ଼ିକରେ ପ୍ରଦାନ କରାଯାଇଛି।

ମେଡିକାଲ, ଆଇନଗତ, ଆର୍ଥିକ କିମ୍ବା ଅନ୍ୟ ପ୍ରଫେସନାଲ ପରାମର୍ଶ ପାଇଁ ସେବାଗୁଡ଼ିକ ଉପରେ ନିର୍ଭର କରନ୍ତୁ ନାହିଁ। ସେହି ବିଷୟଗୁଡ଼ିକ ସହ ସମ୍ବନ୍ଧିତ ଯେ କୌଣସି ବିଷୟବସ୍ତୁକୁ କେବଳ ସୂଚନାମୂଳକ ଉଦ୍ଦେଶ୍ୟ ପାଇଁ ପ୍ରଦାନ କରାଯାଏ ଏବଂ ଜଣେ ଯୋଗ୍ୟ ପ୍ରଫେସନାଲଙ୍କଠାରୁ ପରାମର୍ଶ ପାଇଁ ଏହା ଏକ ବିକଳ୍ପ ନୁହେଁ।

ଦାୟବଦ୍ଧତା

ସବୁ ୟୁଜରଙ୍କ ପାଇଁ

ସମସ୍ୟା କ୍ଷେତ୍ରରେ ଆପଣ କିମ୍ବା Google ଅନ୍ୟଠାରୁ କଣ ଦାବି କରିପାରିବେ ତାହା ମଧ୍ୟରେ ଆଇନ ଏବଂ ଏହି ସର୍ତ୍ତାବଳୀ ଉଭୟ ଏକ ବାଲାନ୍ସ ତିଆରି କରିବାକୁ ଚେଷ୍ଟା କରେ। ତେଣୁ ଆଇନ ଅନୁସାରେ ଏହି ସର୍ତ୍ତାବଳୀ ଅଧୀନରେ — ସମସ୍ତେ ନିର୍ଦ୍ଦିଷ୍ଟ ପାଇଁ ଦାୟୀ ହେବା ଆବଶ୍ୟକ — କିନ୍ତୁ ଅନ୍ୟଗୁଡ଼ିକ ପାଇଁ ନୁହେଁ।

ଏହି ସର୍ତ୍ତାବଳୀ ପ୍ରଯୁଜ୍ୟ ଆଇନ ଦ୍ୱାରା ଅନୁମତି ଦିଆଯାଇଥିବା ଅନୁସାରେ କେବଳ ଆମର ଦାୟିତ୍ୱକୁ ସୀମିତ କରେ। ଏହି ସର୍ତ୍ତାବଳୀ ଏସବୁ ପାଇଁ ଦାୟବଦ୍ଧତାକୁ ସୀମିତ କରେ ନାହିଁ:
  • ଠକାମି କିମ୍ବା ପ୍ରତାରଣାମୂଳକ ଭୁଲ ଉପସ୍ଥାପନା
  • ଅବହେଳା ଯୋଗୁଁ ହୋଇଥିବା ମୃତ୍ୟୁ କିମ୍ବା ବ୍ୟକ୍ତିଗତ ଆଘାତ
  • ସମ୍ପୂର୍ଣ୍ଣ ଅବହେଳା
  • ଇଚ୍ଛାକୃତ ଭାବେ କରାଯାଇଥିବା କୁଆଚରଣ

ଉପରେ ବର୍ଣ୍ଣନା କରାଯାଇଥିବା ଦାୟବଦ୍ଧତା ବ୍ୟତୀତ, ପ୍ରଯୁଜ୍ୟ ଆଇନ ଅଧୀନରେ Google କେବଳ ଏହି ସର୍ତ୍ତାବଳୀ କିମ୍ବା ପ୍ରଯୁଜ୍ୟ ସେବା-ନିର୍ଦ୍ଦିଷ୍ଟ ଅତିରିକ୍ତ ସର୍ତ୍ତାବଳୀର ଉଲ୍ଲଙ୍ଘନ ପାଇଁ ଦାୟୀ ଅଟେ।

କେବଳ ବିଜିନେସ ୟୁଜର ଏବଂ ସଂସ୍ଥାଗୁଡ଼ିକ ପାଇଁ

ଯଦି ଆପଣ ଜଣେ କିମ୍ବା :

  • ପ୍ରଯୁଜ୍ୟ ଆଇନ ଦ୍ୱାରା ଅନୁମତି ପ୍ରାପ୍ତ ସୀମା ପର୍ଯ୍ୟନ୍ତ, ଆପଣଙ୍କ ର ବେଆଇନ ବ୍ୟବହାର କିମ୍ବା ଏହି ସର୍ତ୍ତାବଳୀ କିମ୍ବା ସେବା-ନିର୍ଦ୍ଦିଷ୍ଟ ଅତିରିକ୍ତ ସର୍ତ୍ତାବଳୀର ଉଲ୍ଲଙ୍ଘନରୁ ସୃଷ୍ଟି ହୋଇଥିବା କିମ୍ବା ଏହା ସହ ସମ୍ବନ୍ଧିତ କୌଣସି ତୃତୀୟ-ପକ୍ଷ ଆଇନଗତ ପ୍ରକ୍ରିୟା (ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମେତ) ପାଇଁ Google ଏବଂ ଏହାର ଡାଇରେକ୍ଟର, ଅଫିସର, କର୍ମଚାରୀ ଏବଂ କଣ୍ଟ୍ରାକ୍ଟରମାନଙ୍କୁ ଆପଣ ଦେବେ। Googleର ଉଲ୍ଲଙ୍ଘନ, ଅବହେଳା କିମ୍ବା ଇଚ୍ଛାକୃତ ଭାବେ କରାଯାଇଥିବା କୁଆଚରଣ ଯୋଗୁଁ ହୋଇଥିବା ଦାୟବଦ୍ଧତା କିମ୍ବା ଖର୍ଚ୍ଚର ସୀମା ବ୍ୟତୀତ, ଦାବି, କ୍ଷତି, କ୍ଷୟକ୍ଷତି, ରାୟ, ଜୋରିମାନା, ମୋକଦ୍ଦମାର ଖର୍ଚ୍ଚ ଏବଂ ଆଇନଗତ ଫିରୁ ସୃଷ୍ଟି ହୋଇଥିବା ଯେ କୌଣସି ଦାୟବଦ୍ଧତା କିମ୍ବା ଖର୍ଚ୍ଚକୁ ଏହି କ୍ଷତିପୂରଣ କଭର କରେ।
  • ଯଦି ଆପଣଙ୍କୁ ସମେତ କିଛି ଦାୟିତ୍ୱରୁ ଆଇନଗତ ଭାବେ ଛାଡ଼ କରାଯାଇଛି, ତେବେ ସେହି ଦାୟିତ୍ୱଗୁଡ଼ିକ ଏହି ସର୍ତ୍ତାବଳୀ ଅଧୀନରେ ଆପଣଙ୍କ ପାଇଁ ଲାଗୁ ହୁଏ ନାହିଁ। ଉଦାହରଣ ସ୍ୱରୂପ, ମିଳିତ ଜାତିସଂଘକୁ କିଛି ନିର୍ଦ୍ଦିଷ୍ଟ ଆଇନଗତ ବାଧ୍ୟତାରୁ ଛାଡ଼ କରାଯାଇଛି ଏବଂ ଏହି ସର୍ତ୍ତାବଳୀ ସେହି ଛାଡ଼ଗୁଡ଼ିକୁ ଓଭରରାଇଡ କରେ ନାହିଁ।
  • ନିମ୍ନୋକ୍ତ ପାଇଁ Google ଦାୟୀ ହେବ ନାହିଁ:
    • ଲାଭ, ଆୟ, ବିଜିନେସର ସୁଯୋଗ, ଖ୍ୟାତି କିମ୍ବା ଆଶା କରାଯାଉଥିବା ସେଭିଂ ହରାଇବା
    • ଅପ୍ରତ୍ୟକ୍ଷ କିମ୍ବା ପରିଣାମଗତ କ୍ଷତି
    • punitive damages
  • ଉପରୋକ୍ତ ସମସ୍ତ ୟୁଜରଙ୍କ ପାଇଁ ବିଭାଗରେ ଉଲ୍ଲେଖ କରାଯାଇଥିବା ବ୍ୟତୀତ, ଉଲ୍ଲଙ୍ଘନ ପୂର୍ବରୁ 12 ମାସ ମଧ୍ୟରେ ପ୍ରାସଙ୍ଗିକ ସେବାଗୁଡ଼ିକୁ ବ୍ୟବହାର କରିବା ପାଇଁ ଏହି ସର୍ତ୍ତାବଳୀରୁ ସୃଷ୍ଟି ହୋଇଥିବା କିମ୍ବା ଏହା ସହ ସମ୍ବନ୍ଧିତ Googleର ମୋଟ ଦାୟବଦ୍ଧତା (1) US$500 କିମ୍ବା (2) ଆପଣ ପେମେଣ୍ଟ କରିଥିବା ଫି'ର 125% ମଧ୍ୟରୁ ଯେଉଁଟି ଅଧିକ ସେଥିରେ ସୀମିତ ଅଟେ।

ସମସ୍ୟାଗୁଡ଼ିକ କ୍ଷେତ୍ରରେ ପଦକ୍ଷେପ ନେବା

ନିମ୍ନରେ ବର୍ଣ୍ଣନା କରାଯାଇଥିବା ଅନୁସାରେ ପଦକ୍ଷେପ ନେବା ପୂର୍ବରୁ, ଯୁକ୍ତିଯୁକ୍ତ ଭାବରେ ସମ୍ଭବ ହେଲେ ଆମେ ଆପଣଙ୍କୁ ଆଗୁଆ ନୋଟିସ ପ୍ରଦାନ କରିବୁ, ଆମ କାର୍ଯ୍ୟର କାରଣ ବର୍ଣ୍ଣନା କରିବୁ ଏବଂ ସମସ୍ୟାକୁ ସ୍ପଷ୍ଟ କରିବା ଓ ଏହାର ସମାଧାନ କରିବା ପାଇଁ ଆପଣଙ୍କୁ ଏକ ସୁଯୋଗ ଦେବୁ, ଯେ ପର୍ଯ୍ୟନ୍ତ ଏପରି କରିବା ଫଳରେ ଏସବୁ ହେବ ନାହିଁ ବୋଲି ଆମେ ଯୁକ୍ତିଯୁକ୍ତ ଭାବରେ ବିଶ୍ୱାସ ନକରୁ:

  • ଜଣେ ୟୁଜର, ତୃତୀୟ ପକ୍ଷ ବା Googleକୁ କ୍ଷତି ପହଞ୍ଚାଇବ କିମ୍ବା ସୃଷ୍ଟି କରିବ
  • ଆଇନ କିମ୍ବା ଆଇନ ଏନଫୋର୍ସମେଣ୍ଟ କର୍ତ୍ତୃପକ୍ଷଙ୍କର ଆଦେଶକୁ ଉଲ୍ଲଙ୍ଘନ କରିବ
  • ଏକ ଯାଞ୍ଚକୁ କମ୍ପ୍ରମାଇଜ କରିବ.
  • ଆମ ର କାର୍ଯ୍ୟ, ଇଣ୍ଟିଗ୍ରିଟି କିମ୍ବା ସୁରକ୍ଷାକୁ ସଙ୍କଟାପନ୍ନ କରିବ

ଆପଣଙ୍କ ବିଷୟବସ୍ତୁକୁ କାଢ଼ି ଦେବା

ଯଦି (1) ଏହି ସର୍ତ୍ତାବଳୀ, ସେବା-ନିର୍ଦ୍ଦିଷ୍ଟ ଅତିରିକ୍ତ ସର୍ତ୍ତାବଳୀ କିମ୍ବା ନୀତିକୁ ଉଲ୍ଲଙ୍ଘନ କରେ, (2) ପ୍ରଯୁଜ୍ୟ ଆଇନକୁ ଉଲ୍ଲଙ୍ଘନ କରେ କିମ୍ବା (3) ଆମ ୟୁଜର, ତୃତୀୟ ପକ୍ଷ କିମ୍ବା Googleକୁ କ୍ଷତି ପହଞ୍ଚାଇପାରେ ବୋଲି ଆମେ ଯୁକ୍ତିଯୁକ୍ତ ଭାବେ ବିଶ୍ୱାସ କରୁ, ତେବେ ଏପରି କିଛି କିମ୍ବା ସମସ୍ତ ବିଷୟବସ୍ତୁକୁ ପ୍ରଯୁଜ୍ୟ ଆଇନ ଅନୁସାରେ ବାହାର କରିବାର ଅଧିକାର ଆମେ ସଂରକ୍ଷିତ ରଖୁ। ଉଦାହରଣଗୁଡ଼ିକରେ ପିଲାଙ୍କ ପର୍ଣ୍ଣୋଗ୍ରାଫି, ମାନବ ଟ୍ରାଫିକିଂ କିମ୍ବା ଉତ୍ପୀଡ଼ନକୁ ସହଜ କରୁଥିବା ବିଷୟବସ୍ତୁ, ଆତଙ୍କବାଦୀ ବିଷୟବସ୍ତୁ ଏବଂ ଅନ୍ୟ କାହାର କୁ ଉଲ୍ଲଙ୍ଘନ କରୁଥିବା ବିଷୟବସ୍ତୁ ଅନ୍ତର୍ଭୁକ୍ତ ଅଟେ।

Google ସେବାଗୁଡ଼ିକୁ ଆପଣଙ୍କ ଆକ୍ସେସ ସସପେଣ୍ଡ କିମ୍ବା ସମାପ୍ତ କରିବା

ଯଦି ଏଗୁଡ଼ିକ ମଧ୍ୟରୁ କୌଣସି ଜିନିଷ ହୁଏ, ତେବେ ଆମର ଅନ୍ୟ କୌଣସି ଅଧିକାରକୁ ସୀମିତ ନକରି, Google ସେବାଗୁଡ଼ିକୁ ଥିବା ଆପଣଙ୍କ ଆକ୍ସେସକୁ ସସପେଣ୍ଡ ବା ସମାପ୍ତ କରିପାରେ କିମ୍ବା ଆପଣଙ୍କ Google ଆକାଉଣ୍ଟକୁ ଡିଲିଟ କରିପାରେ:

  • ଆପଣ ବସ୍ତୁତଃ କିମ୍ବା ବାରମ୍ବାର ଏହି ସର୍ତ୍ତାବଳୀର ଉଲ୍ଲଙ୍ଘନ କରନ୍ତି, ସେବା-ନିର୍ଦ୍ଦିଷ୍ଟ ଅତିରିକ୍ତ ସର୍ତ୍ତାବଳୀ କିମ୍ବା ନୀତିଗୁଡ଼ିକ
  • ଆମକୁ ଏକ ଆଇନଗତ ଆବଶ୍ୟକତା କିମ୍ବା କୋର୍ଟ ଅର୍ଡରର ଅନୁପାଳନ କରିବାକୁ ଏହା କରିବା ଆବଶ୍ୟକ
  • ଆପଣଙ୍କ ଆଚରଣ ଯୋଗୁଁ ଜଣେ ୟୁଜର, ତୃତୀୟ ପକ୍ଷ କିମ୍ବା Googleକୁ କ୍ଷତି ପହଞ୍ଚାଏ କିମ୍ବା ସୃଷ୍ଟି କରୁଥିବା ଆମେ ଯୁକ୍ତିଯୁକ୍ତ ଭାବେ ବିଶ୍ୱାସ କରୁ — ଉଦାହରଣ ସ୍ୱରୂପ ହେକିଂ, ଫିସିଂ, ଉତ୍ପୀଡ଼ନ, ସ୍ପାମିଂ, ଅନ୍ୟମାନଙ୍କୁ ବିଭ୍ରାନ୍ତ କରିବା କିମ୍ବା ଆପଣଙ୍କର ହୋଇନଥିବା ବିଷୟବସ୍ତୁକୁ ସ୍କ୍ରାପ କରିବା

ଆମେ କାହିଁକି ଆକାଉଣ୍ଟଗୁଡ଼ିକୁ ଅକ୍ଷମ କରୁ ଏବଂ ଆମେ ଏପରି କଲେ କଣ ହୁଏ ସେ ବିଷୟରେ ଅଧିକ ସୂଚନା ପାଇଁ ଏହି ସହାୟତା କେନ୍ଦ୍ର ପୃଷ୍ଠା ଦେଖନ୍ତୁ। ଯଦି ଆପଣଙ୍କ ଆକାଉଣ୍ଟକୁ ଭୁଲରେ ସସପେଣ୍ଡ କିମ୍ବା ବନ୍ଦ କରାଯାଇଛି ବୋଲି ଆପଣ ବିଶ୍ୱାସ କରୁଛନ୍ତି, ତେବେ ଆପଣ ଅପିଲ କରିପାରିବେ

ନିଶ୍ଚିତ ଭାବରେ ଆପଣ ଯେ କୌଣସି ସମୟରେ ଆମ ସେବାଗୁଡ଼ିକର ବ୍ୟବହାର ବନ୍ଦ କରିବା ପାଇଁ ସ୍ୱତନ୍ତ୍ର ଅଟନ୍ତି। ଯଦି ଆପଣ ଏକ ସେବା ବ୍ୟବହାର କରିବା ବନ୍ଦ କରନ୍ତି, ତେବେ ଆମେ ଏହାର କାରଣ ଜାଣିବାକୁ ଚାହିଁବୁ ଯାହା ଫଳରେ ଆମେ ଆମ ସେବାଗୁଡ଼ିକୁ ଉନ୍ନତ କରିବା ଜାରି ରଖିପାରିବୁ।

Handling requests for your data

Respect for the privacy and security of your data underpins our approach to responding to data disclosure requests. When we receive data disclosure requests, our team reviews them to make sure they satisfy legal requirements and Google’s data disclosure policies. Google LLC accesses and discloses data, including communications, in accordance with the laws of Brazil or the United States. For more information about the data disclosure requests that Google receives worldwide, and how we respond to such requests, see our Transparency Report and Privacy Policy.

ବିବାଦର ସମାଧାନ କରିବା, ନିୟନ୍ତ୍ରଣ କରୁଥିବା ଆଇନ ଏବଂ କୋର୍ଟ

Google ସହ କିପରି କଣ୍ଟାକ୍ଟ କରିବେ ସେ ବିଷୟରେ ସୂଚନା ପାଇଁ, ଦୟାକରି ଆମର କଣ୍ଟାକ୍ଟ ପୃଷ୍ଠାକୁ ଭିଜିଟ କରନ୍ତୁ।

ଆଇନଗତ ଦ୍ୱନ୍ଦ୍ୱ ଲାଗୁ ହେଉଥିଲେ ମଧ୍ୟ ଏହି ସର୍ତ୍ତାବଳୀ, ସେବା-ନିର୍ଦ୍ଦିଷ୍ଟ ଅତିରିକ୍ତ ସର୍ତ୍ତାବଳୀ କିମ୍ବା ଯେ କୌଣସି ସମ୍ବନ୍ଧିତ ରୁ ସୃଷ୍ଟି ହୋଇଥିବା କିମ୍ବା ଏହା ସହିତ ସମ୍ବନ୍ଧିତ ସମସ୍ତ ବିବାଦକୁ କାଲିଫର୍ଣ୍ଣିଆ ଆଇନ ପରିଚାଳନା କରିବ। ଏହି ବିବାଦଗୁଡ଼ିକର ସମାଧାନ ଏକ୍ସକ୍ଲୁସିଭ ଭାବେ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ରାଜ୍ୟରେ ଥିବା ସାଣ୍ଟା କ୍ଲାରା କାଉଣ୍ଟିର ସଂଘୀୟ କିମ୍ବା ରାଜ୍ୟ କୋର୍ଟରେ କରାଯିବ ଏବଂ ଆପଣ ଓ Google ସେହି କୋର୍ଟଗୁଡ଼ିକର ବ୍ୟକ୍ତିଗତ ନ୍ୟାୟାଧିକାର କ୍ଷେତ୍ର ସହ ସମ୍ମତ ହୁଅନ୍ତି।

ଯଦି ପ୍ରଯୁଜ୍ୟ ସ୍ଥାନୀୟ ଆଇନ କାଲିଫର୍ଣ୍ଣିଆର କୌଣସି କୋର୍ଟରେ ଏହି ବିବାଦର ସମାଧାନ କରିବାରୁ ପ୍ରତିରୋଧ କରେ, ତେବେ ସେହି ସୀମା ପର୍ଯ୍ୟନ୍ତ ଆପଣ ଆପଣଙ୍କ ସ୍ଥାନୀୟ କୋର୍ଟରେ ସେହି ବିବାଦ ପାଇଁ ମକଦ୍ଦମା ଦାଖଲ କରିପାରିବେ। ସେହିପରି, ଯଦି ପ୍ରଯୁଜ୍ୟ ସ୍ଥାନୀୟ ଆଇନ ଆପଣଙ୍କ ସ୍ଥାନୀୟ କୋର୍ଟକୁ ଏହି ବିବାଦଗୁଡ଼ିକର ସମାଧାନ କରିବା ପାଇଁ କାଲିଫର୍ଣ୍ଣିଆର ଆଇନ ଲାଗୁ କରିବାରୁ ପ୍ରତିରୋଧ କରେ, ତେବେ ଏହି ବିବାଦଗୁଡ଼ିକୁ ଆପଣ ବାସ କରୁଥିବା ଦେଶ, ରାଜ୍ୟ କିମ୍ବା ସ୍ଥାନର ଆଇନ ଦ୍ୱାରା ପରିଚାଳନା କରାଯିବ।

ଏହି ସର୍ତ୍ତାବଳୀ ବିଷୟରେ

ଆଇନ ଅନୁଯାୟୀ, ଆପଣଙ୍କର କିଛି ନିର୍ଦ୍ଦିଷ୍ଟ ଅଧିକାର ଅଛି ଯାହା ଏହି ସେବାର ସର୍ତ୍ତାବଳୀ ପରି ଏକ ଚୁକ୍ତି ଦ୍ୱାରା ସୀମିତ କରାଯାଇପାରିବ ନାହିଁ। ଏହି ସର୍ତ୍ତାବଳୀ କୌଣସି ପ୍ରକାରେ ସେହି ଅଧିକାରକୁ ପ୍ରତିବନ୍ଧିତ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ।

ଏହି ସର୍ତ୍ତାବଳୀ ଆପଣ ଏବଂ Google ମଧ୍ୟରେ ସମ୍ପର୍କକୁ ବର୍ଣ୍ଣନା କରେ। ଏହି ସର୍ତ୍ତାବଳୀ ଅଧୀନରେ ଅନ୍ୟମାନେ ସେହି ସମ୍ପର୍କରୁ ଲାଭ ପାଇଲେ ମଧ୍ୟ ତାହା ଅନ୍ୟ ଲୋକ କିମ୍ବା ପାଇଁ କୌଣସି ଆଇନଗତ ଅଧିକାର ତିଆରି କରେ ନାହିଁ।

ଆମେ ଏହି ସର୍ତ୍ତାବଳୀକୁ ବୁଝିବା ପାଇଁ ସହଜ କରିବାକୁ ଚାହୁଁ, ତେଣୁ ଆମ ରୁ ଉଦାହରଣଗୁଡ଼ିକୁ ଆମେ ବ୍ୟବହାର କରିଛୁ। କିନ୍ତୁ ଉଲ୍ଲେଖ କରାଯାଇଥିବା ସମସ୍ତ ସେବା ଆପଣଙ୍କ ଦେଶରେ ଉପଲବ୍ଧ ହୋଇନପାରେ।

ଯଦି ଏହି ସର୍ତ୍ତାବଳୀ ସେବା-ନିର୍ଦ୍ଦିଷ୍ଟ ଅତିରିକ୍ତ ସର୍ତ୍ତାବଳୀ ସହ ବିବାଦ ସୃଷ୍ଟି କରେ, ତେବେ ସେହି ସେବା ପାଇଁ ଅତିରିକ୍ତ ସର୍ତ୍ତାବଳୀ କାର୍ଯ୍ୟ କରିବ।

ଯଦି ଏକ ନିର୍ଦ୍ଦିଷ୍ଟ ସର୍ତ୍ତ ବୈଧ କିମ୍ବା ଲାଗୁ କରିବା ଯୋଗ୍ୟ ନୁହେଁ ବୋଲି ଜଣାପଡ଼େ, ତେବେ ଏହା ଅନ୍ୟ କୌଣସି ସର୍ତ୍ତାବଳୀକୁ ପ୍ରଭାବିତ କରିବ ନାହିଁ।

ଯଦି ଆପଣ ଏହି ସର୍ତ୍ତାବଳୀ କିମ୍ବା ସେବା-ନିର୍ଦ୍ଦିଷ୍ଟ ଅତିରିକ୍ତ ସର୍ତ୍ତାବଳୀକୁ ଫଲୋ କରୁନାହାଁନ୍ତି ଏବଂ ଆମେ ତୁରନ୍ତ କୌଣସି ପଦକ୍ଷେପ ଗ୍ରହଣ କରୁନାହୁଁ, ତେବେ ଏହାର ଅର୍ଥ ନୁହେଁ ଯେ ଆମେ ଭବିଷ୍ୟତରେ କୌଣସି ପଦକ୍ଷେପ ନେବା ପରି ଆମର କୌଣସି ଅଧିକାରକୁ ତ୍ୟାଗ କରୁଛୁ।

ଆମେ ଏହି ସର୍ତ୍ତାବଳୀ କିମ୍ବା ସେବା-ନିର୍ଦ୍ଦିଷ୍ଟ ଅତିରିକ୍ତ ସର୍ତ୍ତାବଳୀକୁ ଅପଡେଟ କରିପାରୁ (1) ଆମର ସେବାରେ କରାଯାଇଥିବା ପରିବର୍ତ୍ତନଗୁଡ଼ିକ କିମ୍ବା ଆମେ କିପରି ବିଜିନେସ କରୁ, ତାହା ଦେଖାଇବା ପାଇଁ — ଉଦାହରଣ ସ୍ୱରୂପ, ଆମେ ନୂଆ ସେବା, ଫିଚର, ଟେକ୍ନୋଲୋଜି, ମୂଲ୍ୟ କିମ୍ବା ଲାଭଗୁଡ଼ିକୁ ଯୋଗ କଲେ (କିମ୍ବା ପୁରୁଣାକୁ କାଢ଼ି ଦେଲେ), (2) ଆଇନଗତ, ରେଗୁଲେଟୋରୀ କିମ୍ବା ସୁରକ୍ଷା କାରଣ ପାଇଁ ବା (3) ଅପବ୍ୟବହାର କିମ୍ବା କ୍ଷତିକୁ ପ୍ରତିରୋଧ କରିବା ପାଇଁ।

ନିମ୍ନୋକ୍ତ ସ୍ଥିତି ବ୍ୟତୀତ ଆମେ ଏହି ସର୍ତ୍ତାବଳୀ ଏବଂ ଯେ କୌଣସି ସେବା-ନିର୍ଦ୍ଦିଷ୍ଟ ଅତିରିକ୍ତ ସର୍ତ୍ତାବଳୀକୁ ବସ୍ତୁତଃ ପରିବର୍ତ୍ତନ କଲେ, ଆମେ ଆପଣଙ୍କୁ ଯୁକ୍ତିଯୁକ୍ତ ଭାବେ ଆଗୁଆ ନୋଟିସ ଏବଂ ପରିବର୍ତ୍ତନକୁ ସମୀକ୍ଷା କରିବାର ସୁଯୋଗ ପ୍ରଦାନ କରିବୁ (1) ଯେତେବେଳେ ଆମେ କୌଣସି ନୂଆ ସେବା କିମ୍ବା ଫିଚର ଲଞ୍ଚ କରୁ କିମ୍ବା (2) ଜରୁରୀକାଳୀନ ପରିସ୍ଥିତିରେ, ଯେପରି ଚାଲିଥିବା ଅପବ୍ୟବହାରକୁ ପ୍ରତିରୋଧ କରିବା କିମ୍ବା ଆଇନଗତ ଆବଶ୍ୟକତାଗୁଡ଼ିକର ଉତ୍ତର ଦେବା। ଯଦି ଆପଣ ନୂଆ ସର୍ତ୍ତାବଳୀରେ ସମ୍ମତ ହୁଅନ୍ତି ନାହିଁ, ତେବେ ଆପଣ କୁ କାଢ଼ି ଦେବା ଏବଂ ସେବାଗୁଡ଼ିକର ବ୍ୟବହାର ବନ୍ଦ କରିବା ଉଚିତ। ଆପଣଙ୍କ Google ଆକାଉଣ୍ଟକୁ ବନ୍ଦ କରି ଆପଣ ମଧ୍ୟ ଯେ କୌଣସି ସମୟରେ ଆମ ସହ ଆପଣଙ୍କ ସମ୍ପର୍କକୁ ଶେଷ କରିପାରିବେ।

Definitions

ଅସ୍ୱୀକରଣ

କୌଣସି ବ୍ୟକ୍ତିଙ୍କର ଆଇନଗତ ଦାୟିତ୍ୱଗୁଡ଼ିକୁ ସୀମିତ କରୁଥିବା ଏକ ଷ୍ଟେଟମେଣ୍ଟ।

ଆପଣଙ୍କ ବିଷୟବସ୍ତୁ

ଆମ ସେବାଗୁଡ଼ିକୁ ବ୍ୟବହାର କରି ଆପଣ ତିଆରି କରୁଥିବା, ଅପଲୋଡ କରୁଥିବା, ଦାଖଲ କରୁଥିବା, ଷ୍ଟୋର କରୁଥିବା, ପଠାଉଥିବା, ଗ୍ରହଣ କରୁଥିବା କିମ୍ବା ସେୟାର କରୁଥିବା ଜିନିଷଗୁଡ଼ିକ, ଯେପରି:

  • ଆପଣ ତିଆରି କରୁଥିବା Docs, Sheets ଏବଂ Slides
  • ଆପଣ Blogger ମାଧ୍ୟମରେ ଅପଲୋଡ କରୁଥିବା ବ୍ଲଗ ପୋଷ୍ଟଗୁଡ଼ିକ
  • Maps ମାଧ୍ୟମରେ ଆପଣ ଦାଖଲ କରୁଥିବା ସମୀକ୍ଷାଗୁଡ଼ିକ
  • ଆପଣ Driveରେ ଷ୍ଟୋର କରିଥିବା ଭିଡିଓଗୁଡ଼ିକ
  • Gmail ମାଧ୍ୟମରେ ଆପଣ ପଠାଉଥିବା ଏବଂ ପାଉଥିବା ଇମେଲଗୁଡ଼ିକ
  • Photos ମାଧ୍ୟମରେ ଆପଣ ସାଙ୍ଗମାନଙ୍କ ସହିତ ସେୟାର କରୁଥିବା ଛବିଗୁଡ଼ିକ
  • ଆପଣ Google ସହ ସେୟାର କରୁଥିବା ଟ୍ରାଭେଲ କାର୍ଯ୍ୟକ୍ରମ

ଆଫିଲିଏଟ

ଏକ ଏଣ୍ଟିଟି Google କମ୍ପାନୀ ଗୋଷ୍ଠୀର ଅନ୍ତର୍ଭୁକ୍ତ ଅଟେ, ଯାହାର ଅର୍ଥ ହେଉଛି EUରେ ଉପଭୋକ୍ତା ସେବା ପ୍ରଦାନ କରୁଥିବା ନିମ୍ନୋକ୍ତ କମ୍ପାନୀଗୁଡ଼ିକ ସମେତ Google LLC ଏବଂ ଏହାର ସହାୟକ କମ୍ପାନୀଗୁଡ଼ିକ: Google Ireland Limited, Google Commerce Limited ଏବଂ Google Dialer Inc।

ଉପଭୋକ୍ତା

ଜଣେ ବ୍ୟକ୍ତି ଯିଏ ତାଙ୍କର ଟ୍ରେଡ, ବିଜିନେସ, କ୍ରାଫ୍ଟ ବା ବୃତ୍ତି ବାହାରେ ବ୍ୟକ୍ତିଗତ, ଅଣ-ବ୍ୟବସାୟିକ ଉଦ୍ଦେଶ୍ୟ ପାଇଁ Google ସେବାଗୁଡ଼ିକ ବ୍ୟବହାର କରନ୍ତି। (ବିଜିନେସ ୟୁଜରଙ୍କୁ ଦେଖନ୍ତୁ)

A legal right that allows the creator of an original work (such as a blog post, photo, or video) to decide if and how that original work may be used by others, subject to certain limitations and exceptions.

ଟ୍ରେଡମାର୍କ

ବାଣିଜ୍ୟରେ ବ୍ୟବହୃତ ଚିହ୍ନ, ନାମ ଏବଂ ଇମେଜ ଯାହା ଜଣେ ବ୍ୟକ୍ତି କିମ୍ବା ଗୋଟିଏ ସଂସ୍ଥାର ଦ୍ରବ୍ୟ ଏବଂ ସେବାଗୁଡ଼ିକୁ ଅନ୍ୟ ବ୍ୟକ୍ତି କିମ୍ବା ସଂସ୍ଥାର ଦ୍ରବ୍ୟ ଓ ସେବାଠାରୁ ପୃଥକ କରିବାରେ ସକ୍ଷମ କରିଥାଏ।

ଦାୟବଦ୍ଧତା

କୌଣସି ପ୍ରକାରର ଆଇନଗତ ଦାବିରୁ ହେଉଥିବା କ୍ଷତିଗୁଡ଼ିକ, ଦାବିଟି କୌଣସି ଚୁକ୍ତି, କର୍ତ୍ତବ୍ୟରେ ଚ୍ୟୁତି (ଅବହେଳା ସମେତ) କିମ୍ବା ଅନ୍ୟ କାରଣ ଉପରେ ଆଧାରିତ ହୋଇଥାଉ ବା ନହୋଇଥାଉ ଏବଂ ସେହି କ୍ଷତିଗୁଡ଼ିକ ଯୁକ୍ତିଯୁକ୍ତ ଭାବରେ ଆଶା କିମ୍ବା ପୂର୍ବାନୁମାନ କରାଯାଇଥାଉ ବା ନଥାଉ।

ଦେଶ ସଂସ୍କରଣ

ଯଦି ଆପଣଙ୍କର ଏକ Google ଆକାଉଣ୍ଟ ଅଛି, ତେବେ ଆମେ ଆପଣଙ୍କ ଆକାଉଣ୍ଟକୁ ଏକ ଦେଶ (ବା କ୍ଷେତ୍ର) ସହ ସମ୍ବନ୍ଧିତ କରିଥାଉ, ଯାହା ଫଳରେ ଆମେ ଏଗୁଡ଼ିକ ସ୍ଥିର କରିପାରିବୁ:

  • ଆପଣଙ୍କୁ ସେବାଗୁଡ଼ିକ ପ୍ରଦାନ କରୁଥିବା ଏବଂ ଆପଣ ସେବାଗୁଡ଼ିକୁ ବ୍ୟବହାର କରିବା ସମୟରେ ଆପଣଙ୍କ ସୂଚନାକୁ ପ୍ରକ୍ରିୟାନ୍ୱିତ କରୁଥିବା Google ଆଫିଲିଏଟ
  • ଆମ ସମ୍ପର୍କକୁ ନିୟନ୍ତ୍ରଣ କରୁଥିବା ସର୍ତ୍ତାବଳୀର ସଂସ୍କରଣ

ଆପଣ ସାଇନ ଆଉଟ ହୋଇଥିବା ସମୟରେ, ଆପଣ ଯେଉଁଠାରେ Google ସେବାଗୁଡ଼ିକୁ ବ୍ୟବହାର କରୁଛନ୍ତି ସେହି ଲୋକେସନ ଅନୁସାରେ ଆପଣଙ୍କ ଦେଶ ସଂସ୍କରଣ ସ୍ଥିର କରାଯାଏ। ଯଦି ଆପଣଙ୍କର ଏକ ଆକାଉଣ୍ଟ ଅଛି, ତେବେ ଏହା ସହ ସମ୍ବନ୍ଧିତ ଦେଶକୁ ଦେଖିବା ପାଇଁ ଆପଣ ସାଇନ ଇନ କରି ଏହି ସର୍ତ୍ତାବଳୀ ଦେଖିପାରିବେ।

ବିଜିନେସ ୟୁଜର

ଜଣେ ବ୍ୟକ୍ତି ବା ଏଣ୍ଟିଟି ଯିଏ ଉପଭୋକ୍ତା ନୁହଁନ୍ତି (ଉପଭୋକ୍ତାଙ୍କୁ ଦେଖନ୍ତୁ)।

ବୌଦ୍ଧିକ ସମ୍ପତ୍ତି ଅଧିକାର (IP ଅଧିକାର)

ବ୍ୟକ୍ତିର ମନରୁ ସୃଷ୍ଟି ଉପରେ ଅଧିକାର, ଯେପରିକି ଉଦ୍ଭାବନ (ପେଟେଣ୍ଟ ଅଧିକାର), ସାହିତ୍ୟିକ ଏବଂ କଳାକାର କାର୍ଯ୍ୟ (କପିରାଇଟ), ଡିଜାଇନ (ଡିଜାଇନ ଅଧିକାର); ଏବଂ ବାଣିଜ୍ୟରେ ବ୍ୟବହୃତ ଚିହ୍ନ, ନାମ ଏବଂ ଇମେଜ (ଟ୍ରେଡମାର୍କ) ପରି ଜଣେ ବ୍ୟକ୍ତିଙ୍କ ମନର ସୃଷ୍ଟି ଉପରେ ଅଧିକାର। IP ଅଧିକାର ଆପଣ, ଅନ୍ୟ ଜଣେ ବ୍ୟକ୍ତି କିମ୍ବା ଏକ ସଂସ୍ଥାର ହୋଇପାରେ।

ୱାରେଣ୍ଟି

କୌଣସି ପ୍ରଡକ୍ଟ କିମ୍ବା ସେବା ଏକ ନିର୍ଦ୍ଦିଷ୍ଟ ଷ୍ଟାଣ୍ଡାର୍ଡରେ ପରଫର୍ମ କରିବ ବୋଲି ଏକ ନିର୍ଭର ପ୍ରତିଶ୍ରୁତି।

ସଂସ୍ଥା

ଏକ ଆଇନଗତ ଏଣ୍ଟିଟି (ଯେପରି କୌଣସି କର୍ପୋରେସନ, ଅଣ-ଲାଭଦାୟକ ସଂସ୍ଥା କିମ୍ବା ସ୍କୁଲ), ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ନୁହେଁ।

ସେବାଗୁଡ଼ିକ

ଏହି ସର୍ତ୍ତାବଳୀର ଅଧୀନରେ ଥିବା Google ସେବାଗୁଡ଼ିକ ହେଉଛି https://policies.google.com/terms/service-specificରେ ତାଲିକାଭୁକ୍ତ ହୋଇଥିବା ପ୍ରଡକ୍ଟ ଏବଂ ସେବାଗୁଡ଼ିକ, ଯେଉଁଥିରେ ଏସବୁ ଅନ୍ତର୍ଭୁକ୍ତ ଅଛି:

  • ଆପ୍ସ ଏବଂ ସାଇଟଗୁଡ଼ିକ (Search ଏବଂ Maps ପରି)
  • ପ୍ଲାଟଫର୍ମଗୁଡ଼ିକ (Google Shopping ପରି)
  • ଇଣ୍ଟିଗ୍ରେଟ କରାଯାଇଥିବା ସେବାଗୁଡ଼ିକ (ଯେପରି ଅନ୍ୟ କମ୍ପାନୀଗୁଡ଼ିକର ସାଇଟ କିମ୍ବା ଆପ୍ସରେ ଏମ୍ବେଡ ହୋଇଥିବା Maps)
  • ଡିଭାଇସ ଏବଂ ଅନ୍ୟ ସାମଗ୍ରୀ (ଯେପରି Google Nest)

ଏହି ସେବାଗୁଡ଼ିକ ମଧ୍ୟରୁ ଅନେକ ସେବା ଆପଣ ଷ୍ଟ୍ରିମ କିମ୍ବା ଇଣ୍ଟରାକ୍ଟ କରିପାରୁଥିବା ବିଷୟବସ୍ତୁ ମଧ୍ୟ ଅନ୍ତର୍ଭୁକ୍ତ କରେ।

କ୍ଷତିପୂରଣ ଦେବା କିମ୍ବା କ୍ଷତିପୂରଣ

ମୋକଦ୍ଦମା ପରି ଆଇନଗତ ପ୍ରକ୍ରିୟା କାରଣରୁ ଅନ୍ୟ ଜଣେ ବ୍ୟକ୍ତି କିମ୍ବା ସଂସ୍ଥା ସମ୍ମୁଖୀନ ହୋଇଥିବା କ୍ଷତି ପାଇଁ କ୍ଷତିପୂରଣ ପ୍ରଦାନ କରିବାକୁ ଜଣେ ବ୍ୟକ୍ତି କିମ୍ବା ସଂସ୍ଥାର ଚୁକ୍ତିଭିତ୍ତିକ ଆଇନଗତ ବାଧ୍ୟତା।

ଏକ ନୂଆ ଟାବରେ ଖୋଲେ(ଏକ ଫୁଟନୋଟ ଖୋଲେ)
  • Afrikaans
  • Bahasa Indonesia
  • Bahasa Melayu
  • Català
  • Čeština
  • Dansk
  • Deutsch
  • Eesti
  • English
  • English (India)
  • English (United Kingdom)
  • Español
  • Español (Latinoamérica)
  • Euskara
  • Filipino
  • Français
  • Français (Canada)
  • Gaeilge
  • Galego
  • Hrvatski
  • Isizulu
  • Íslenska
  • Italiano
  • Kiswahili
  • Latviešu
  • Lietuvių
  • Magyar
  • Malti
  • Nederlands
  • Norsk
  • Polski
  • Português (Brasil)
  • Português (Portugal)
  • Română
  • Slovenčina
  • Slovenščina
  • Srpski
  • Suomi
  • Svenska
  • Tiếng Việt
  • Türkçe
  • অসমীয়া
  • Ελληνικά
  • Български
  • ଓଡିଆ
  • Русский
  • Српски
  • Українська
  • ‫עברית‬
  • ‫اردو‬
  • ‫العربية‬
  • ‫فارسی‬
  • አማርኛ
  • मराठी
  • हिन्दी
  • বাংলা
  • ગુજરાતી
  • தமிழ்
  • తెలుగు
  • ಕನ್ನಡ
  • മലയാളം
  • ไทย
  • 한국어
  • 中文 (香港)
  • 中文(简体中文)
  • 中文(繁體中文)
  • 日本語
Google ଆପଗୁଡ଼ିକ
ମୁଖ୍ୟ ମେନୁ