କିଶୋର/କିଶୋରୀ ଗୋପନୀୟତା ଗାଇଡ

Googleରେ ତୁମର ଗୋପନୀୟତା

ଡାଟା କଣ? ପରି ଗୋପନୀୟତା ବିଷୟରେ ଆମକୁ ପଚାରାଯାଇଥିବା କିଛି ଶ୍ରେଷ୍ଠ ପ୍ରଶ୍ନର ଉତ୍ତର ତୁମେ ଏଠାରେ ପାଇପାରିବ। ଯଦି ତୁମେ ଅଧିକ ଜାଣିବାକୁ ଚାହଁ, ତେବେ ଗୋପନୀୟତା ନୀତି ଉପରେ ମଧ୍ୟ ଏକ ନଜର ପକାଅ।

ତୁମ ଲୋକେସନ

Google ମୋର ଲୋକେସନ ଜାଣେ?

ତୁମେ ଇଣ୍ଟର୍ନେଟ ବ୍ୟବହାର କରିବା ସମୟରେ, ତୁମେ କେଉଁଠି ଅଛ ତାହା ଆପ୍ସ ଓ ସାଇଟଗୁଡ଼ିକ ପ୍ରାୟତଃ ଅନୁମାନ କରିପାରିବ ଏବଂ Google ମଧ୍ୟ ସେହି ସମାନ କାର୍ଯ୍ୟ କରେ। ତୁମ ଡିଭାଇସ ସେଟିଂସ ଉପରେ ନିର୍ଭର କରି Google ତୁମ ସଠିକ ଲୋକେସନ ମଧ୍ୟ ଜାଣିପାରେ। (ମୋର ଲୋକେସନ କେତେ ସଠିକ? ଦେଖ)

ତୁମେ Search, Maps କିମ୍ବା Google Assistant ପରି Googleରେ ସର୍ଚ୍ଚ କରିବା ସମୟରେ, ତୁମକୁ ଅଧିକ ଉପଯୋଗୀ ଫଳାଫଳ ଦେବା ପାଇଁ ତୁମର ବର୍ତ୍ତମାନର ଲୋକେସନକୁ ବ୍ୟବହାର କରାଯାଇପାରେ। ଉଦାହରଣ ସ୍ୱରୂପ, ଯଦି ତୁମେ ରେଷ୍ଟୁରାଣ୍ଟ ପାଇଁ ସର୍ଚ୍ଚ କର, ତେବେ ତୁମେ ଯେଉଁଠାରେ ଅଛ ତା'ର ଆଖପାଖରେ ଥିବା ରେଷ୍ଟୁରାଣ୍ଟଗୁଡ଼ିକ ଦେଖାଉଥିବା ଫଳାଫଳ ସମ୍ଭବତଃ ଅଧିକ ଉପଯୋଗୀ ଅଟେ।

ତୁମ ଲୋକେସନକୁ ତୁମେ କିପରି ପରିଚାଳନା କରିପାରିବ ତାହା ଦେଖ

ମୁଁ କିପରି ଲୋକେସନକୁ ଚାଲୁ ଏବଂ ବନ୍ଦ କରିପାରିବି?

ତୁମେ Googleରେ ସର୍ଚ୍ଚ କରିବା ସମୟରେ, ତୁମେ ସର୍ଚ୍ଚ କରୁଥିବା ସାଧାରଣ ଏରିଆକୁ Google ସର୍ବଦା ଆକଳନ କରିବ। ଇଣ୍ଟର୍ନେଟ ସହ କନେକ୍ଟ ହେଉଥିବା ତୁମେ ବ୍ୟବହାର କରୁଥିବା ଯେ କୌଣସି ଆପ କିମ୍ବା ୱେବସାଇଟ ପରି ତୁମ ଡିଭାଇସର IP ଠିକଣା ଆଧାରରେ Google ତୁମ ଲୋକେସନର ଆକଳନ କରିପାରିବ। ଅଧିକ ଜାଣିବା ପାଇଁ, ମୁଁ କେଉଁଠାରେ ଅଛି ତାହା Google କିପରି ଜାଣେ? ଦେଖ

ତୁମେ Google ବ୍ୟବହାର କରିବା ସମୟରେ ତୁମର ସଠିକ ଲୋକେସନ ପଠାଇବ ନା ନାହିଁ ତାହା ବାଛିବା ପାଇଁ ତୁମେ ବ୍ୟକ୍ତିଗତ ଆପ୍ସ, ସାଇଟ ଏବଂ ତୁମର ଡିଭାଇସ ପାଇଁ ଲୋକେସନ ଅନୁମତିଗୁଡ଼ିକୁ ଚାଲୁ କିମ୍ବା ବନ୍ଦ କରିପାରିବ।

ଯଦି ତୁମେ ତୁମର ହୋମ କିମ୍ବା ୱାର୍କ ଠିକଣା ସେଟ କର ଏବଂ ତୁମେ ଘରେ କିମ୍ବା ୱାର୍କରେ ଅଛ ବୋଲି Google ଆକଳନ କରେ, ତେବେ ତୁମର ସର୍ଚ୍ଚ ପାଇଁ ସଠିକ ଠିକଣାକୁ ବ୍ୟବହାର କରାଯିବ।

ମୋର ଲୋକେସନ କେତେ ସଠିକ ଅଟେ?

ତୁମ ସାଧାରଣ ଏରିଆ

ତୁମେ Googleରେ ସର୍ଚ୍ଚ କରିବା ସମୟରେ, ତୁମେ ସର୍ଚ୍ଚ କରୁଥିବା ସାଧାରଣ ଏରିଆକୁ Google ସର୍ବଦା ଆକଳନ କରିବ। ଏହି ଉପାୟରେ Google ତୁମକୁ ପ୍ରାସଙ୍ଗିକ ଫଳାଫଳ ଦେଇପାରିବ ଏବଂ ଏକ ନୂଆ ସହରରୁ ସାଇନ ଇନ କରିବା ପରି ଅସ୍ୱାଭାବିକ କାର୍ଯ୍ୟକଳାପକୁ ଚିହ୍ନଟ କରି ତୁମର ଆକାଉଣ୍ଟକୁ ସୁରକ୍ଷିତ ରଖିପାରିବ।

ଏକ ସାଧାରଣ ଏରିଆ 3 ସ୍କୁଏର କିମିରୁ ଅଧିକ ହୋଇଥାଏ ଏବଂ ଏଥିରେ ଅତି କମରେ 1,000 ଜଣ ୟୁଜର ଥାଆନ୍ତି ଯାହା ଫଳରେ ତୁମ ସର୍ଚ୍ଚର ସାଧାରଣ ଏରିଆ ତୁମକୁ ଚିହ୍ନଟ କରେ ନାହିଁ ବରଂ ତୁମର ଗୋପନୀୟତାକୁ ସୁରକ୍ଷିତ ରଖିବାରେ ସହାୟତା କରେ।

ତୁମର ସଠିକ ଲୋକେସନ

ଯଦି ତୁମେ ତୁମର ଅନୁମତି ଦିଅ, ତେବେ Google ତୁମର ସଠିକ ଲୋକେସନକୁ ବ୍ୟବହାର କରିପାରିବ। ଉଦାହରଣ ସ୍ୱରୂପ, "ମୋ ଆଖପାଖରେ ମିଳୁଥିବା ଆଇସକ୍ରିମ" ପରି ସର୍ଚ୍ଚଗୁଡ଼ିକ ପାଇଁ ସବୁଠାରୁ ପ୍ରାସଙ୍ଗିକ ଫଳାଫଳ ରିଟର୍ଣ୍ଣ କରିବାକୁ କିମ୍ବା ଏକ ଷ୍ଟୋରକୁ ଟର୍ନ-ବାଏ-ଟର୍ନ ପଦଚାଳନା ଦିଗନିର୍ଦ୍ଦେଶ ପାଇଁ Google ତୁମର ସଠିକ ଲୋକେସନ ଆବଶ୍ୟକ କରେ।

ସଠିକ ଲୋକେସନର ଅର୍ଥ ହେଉଛି ତୁମେ ଠିକ କେଉଁଠାରେ ଅଛ, ଯେପରି କୌଣସି ନିର୍ଦ୍ଦିଷ୍ଟ ଠିକଣା।

Google ମୋର ଲୋକେସନ କିପରି ଜାଣେ?

ତୁମ ଲୋକେସନ ବିଭିନ୍ନ ସୋର୍ସରୁ ଆସିଥାଏ, ଯାହା ତୁମେ କେଉଁଠାରେ ଅଛ ତାହା ଆକଳନ କରିବା ପାଇଁ ଏକାଠି ବ୍ୟବହାର କରାଯାଏ।

ତୁମ ଡିଭାଇସର IP ଠିକଣା

IP ଠିକଣାଗୁଡ଼ିକ ପ୍ରାୟ ଜିଓଗ୍ରାଫି ଉପରେ ଆଧାରିତ ଅଟେ, ଯାହା ଫୋନ ନମ୍ବର ଏରିଆ କୋଡ ପରି ଅଟେ। ଏହାର ଅର୍ଥ ହେଉଛି google.com ସମେତ ତୁମେ ବ୍ୟବହାର କରୁଥିବା ଯେ କୌଣସି ଆପ କିମ୍ବା ୱେବସାଇଟ ତୁମର IP ଠିକଣା ଯୋଗୁଁ ତୁମେ ରହୁଥିବା ସାଧାରଣ ଏରିଆକୁ ଆକଳନ କରିପାରିବ। ତୁମ ଡିଭାଇସର IP ଠିକଣା ତୁମର ଇଣ୍ଟର୍ନେଟ ସର୍ଭିସ ପ୍ରଦାନକାରୀ ଦ୍ୱାରା ତୁମ ଡିଭାଇସକୁ ଆସାଇନ କରାଯାଇଥାଏ ଏବଂ ଇଣ୍ଟର୍ନେଟ ବ୍ୟବହାର କରିବା ପାଇଁ ଏହାର ଆବଶ୍ୟକତା ଅଛି।

ଅଧିକ ଜାଣନ୍ତୁ

ତୁମ ଡିଭାଇସର ଲୋକେସନ

ଯଦି ତୁମ ଡିଭାଇସର ଲୋକେସନ ବ୍ୟବହାର କରିବା ପାଇଁ ତୁମେ ଏକ Google ଆପ କିମ୍ବା ସାଇଟକୁ ଅନୁମତି ଦିଅ, ତେବେ ତୁମେ କେଉଁଠାରେ ଅଛ ତାହା ବୁଝିବାରେ ସହାୟତା କରିବା ପାଇଁ ସେହି ସୂଚନାକୁ ବ୍ୟବହାର କରାଯାଇପାରିବ। ପ୍ରାୟ ସମସ୍ତ ଡିଭାଇସରେ ଅପରେଟିଂ ସିଷ୍ଟମରେ ତିଆରି ହୋଇଥିବା ଏକ ଲୋକେସନ ସେଟିଂସ ଥାଏ, ସାଧାରଣତଃ ସେଟିଂସରେ।

ଅଧିକ ଜାଣନ୍ତୁ

Googleରେ ତୁମ କାର୍ଯ୍ୟକଳାପ

Googleରେ ତୁମ ପୂର୍ବ ସର୍ଚ୍ଚଗୁଡ଼ିକ ଆଧାରରେ ତୁମେ କେଉଁ ସାଧାରଣ ଏରିଆରେ ଅଛ ତାହା Google ଆକଳନ କରିପାରିବ। ଉଦାହରଣ ସ୍ୱରୂପ, ଯଦି ତୁମେ ପ୍ରାୟତଃ ମୁମ୍ବାଇରେ ପିଜା ସର୍ଚ୍ଚ କର, ତେବେ ତୁମେ ମୁମ୍ବାଇରେ ଫଳାଫଳ ଦେଖିବାକୁ ଚାହୁଁଥିବାର ସମ୍ଭାବନା ଅଛି।

ଅଧିକ ଜାଣନ୍ତୁ

ତୁମର ଲେବଲ କରାଯାଇଥିବା ସ୍ଥାନ

ଯଦି ତୁମେ ତୁମର ହୋମ କିମ୍ବା ୱାର୍କ ଠିକଣା ସେଟ କର, ତେବେ ତୁମେ କେଉଁଠାରେ ଅଛ ତାହା ଆକଳନ କରିବା ପାଇଁ Google ସେଗୁଡ଼ିକୁ ବ୍ୟବହାର କରିପାରିବ। ଉଦାହରଣ ସ୍ୱରୂପ, ଯଦି ତୁମେ ତୁମ ଘରର ଠିକଣା ସେଟ କର ଏବଂ ତୁମର IP ଠିକଣା, ପୂର୍ବ କାର୍ଯ୍ୟକଳାପ କିମ୍ବା ଲୋକେସନ ସୂଚନାର ଅନ୍ୟ ସୋର୍ସ ତୁମେ ତୁମ ଘର ପାଖରେ ଥାଇପାର ବୋଲି ପରାମର୍ଶ ଦିଏ, ତେବେ ତୁମେ କେଉଁଠାରେ ଅଛ ତାହାର ଏକ ଆକଳନ ଭାବରେ ଆମେ ତୁମ ଘରର ଲୋକେସନକୁ ବ୍ୟବହାର କରିବୁ।

ଅଧିକ ଜାଣନ୍ତୁ

ମୋ ଲୋକେସନକୁ କିଏ ଦେଖିପାରିବେ?

ଏହା ତୁମ ଉପରେ ନିର୍ଭର କରେ। ଯଦି ତୁମେ Google ଲୋକେସନ ସେୟାରିଂ ବ୍ୟବହାର କର, ତେବେ ତୁମେ ସମଗ୍ର Google ସର୍ଭିସେସରେ ସାଙ୍ଗ ଏବଂ ପରିବାର ସହ ତୁମର ରିଅଲ-ଟାଇମ ଲୋକେସନକୁ ସେୟାର କରିପାରିବ।

ତୁମେ ତୁମର ଲୋକେସନ ସେୟାର କରୁଛ ନା ନାହିଁ ତାହା ଯାଞ୍ଚ କର

ଡିଫଲ୍ଟ ଭାବେ ଲୋକେସନ ସେୟାରିଂ ବନ୍ଦ ଅଛି। ଯଦି ତୁମେ ତୁମର ରିଅଲ-ଟାଇମ ଲୋକେସନ ସେୟାର କରିବାକୁ ଚାହଁ, ତେବେ ତୁମେ କାହା ସହିତ ଏବଂ କେତେ ସମୟ ପାଇଁ ସେୟାର କରିବାକୁ ଚାହଁ ତାହା ତୁମକୁ ବାଛି ସୁନିଶ୍ଚିତ କରିବାକୁ ହେବ। ତୁମେ ଯେ କୌଣସି ସମୟରେ ତୁମର ଲୋକେସନକୁ ସେୟାର କରିବା ବନ୍ଦ କରିପାରିବ।

ଅନ୍ୟମାନଙ୍କ ସହ ତୁମ ରିଅଲ-ଟାଇମ ଲୋକେସନ ସେୟାର କରିବା ଦେଖ

Googleରେ ସେୟାର କରାଯାଉଛି

ମୁଁ Googleରେ ସେୟାର କଲେ ଅନ୍ୟ ଲୋକ କଣ ଦେଖିପାରିବେ?

Google ସର୍ଭିସେସରେ ଅନ୍ୟ ଲୋକ ତୁମ ବିଷୟରେ କଣ ଦେଖିପାରିବେ ତାହା ତୁମେ କଣ ଏବଂ କିପରି ସେୟାର କର ତାହା ଉପରେ ନିର୍ଭର କରେ:

ପବ୍ଲିକ ଭାବେ ସେୟାର କରିବା

ଯଦି ତୁମେ Google Maps ପରି ଆପ୍ସରେ କଣ୍ଟ୍ରିବ୍ୟୁଟ କର, ତେବେ ଅନ୍ୟ ଲୋକ ତୁମ ନାମ ଏବଂ ଛବିକୁ ଦେଖିପାରିବେ। ଉଦାହରଣ ସ୍ୱରୂପ, ଯଦି ତୁମେ ତୁମ ପସନ୍ଦର ଆଇସ କ୍ରିମ ଷ୍ଟୋରକୁ ରେଟିଂ ଦିଅ, ତେବେ ଅନ୍ୟ ଲୋକ Google Mapsରେ ସେହି ଷ୍ଟୋରକୁ ଏକ୍ସପ୍ଲୋର କଲେ ତୁମ ରେଟିଂ, ନାମ ଏବଂ ଛବି ଦେଖିପାରିବେ।

ପ୍ରାଇଭେଟ ଭାବେ ସେୟାର କରିବା

ଯଦି ତୁମେ ଫଟୋ, ଭିଡିଓ ଏବଂ ଡକ୍ୟୁମେଣ୍ଟ ପରି ଜିନିଷଗୁଡ଼ିକୁ ଅନ୍ୟମାନଙ୍କ ସହ ସେୟାର କର, ତେବେ ତୁମେ ସେୟାର କରୁଥିବା ଜିନିଷଗୁଡ଼ିକ ସହିତ ତୁମ ନାମ ଏବଂ ଛବି, ତୁମେ ସେଗୁଡ଼ିକୁ ପଠାଉଥିବା ବ୍ୟକ୍ତିଙ୍କୁ ଦେଖାଯାଏ।

ଅନ୍ୟମାନଙ୍କ ସହ ସେୟାର କରିବା ପୂର୍ବରୁ ସାବଧାନତାର ସହ ଚିନ୍ତା କର ଏବଂ ତୁମେ କେଉଁ ଲେଭେଲର ଆକ୍ସେସ ଦେଉଛ ତାହା ବୁଝ। ଉଦାହରଣ ସ୍ୱରୂପ, Google Driveରେ ଫୋଲ୍ଡର କିମ୍ବା Google Photosରେ ଆଲବମ ପରି ଜିନିଷଗୁଡ଼ିକୁ ଆକ୍ସେସ ସେୟାର କରିବା ସମୟରେ, ତୁମେ ନୂଆ ବିଷୟବସ୍ତୁ ଯୋଗ କରିବା ବେଳେ ଲୋକମାନଙ୍କର ଆକ୍ସେସ ଜାରି ରହିପାରେ।

ଫଟୋ, ଭିଡିଓ ଏବଂ ଡକ୍ୟୁମେଣ୍ଟଗୁଡ଼ିକ ପରି ମୁଁ ସେୟାର କରୁଥିବା ଜିନିଷଗୁଡ଼ିକୁ କିଏ ଦେଖିପାରିବେ?

ତୁମେ ବ୍ୟବହାର କରୁଥିବା Google ସର୍ଭିସେସରେ ତୁମେ ଅନ୍ୟ ଲୋକଙ୍କ ସହିତ ନିର୍ଦ୍ଦିଷ୍ଟ ବିଷୟବସ୍ତୁକୁ ସେୟାର କରିବାକୁ ବାଛିପାରିବ।

ତୁମେ ସେୟାର କଲେ, ଅନ୍ୟ ଲୋକ ଏହାକୁ Google ବାହାରେ ଥିବା ଆପ୍ସ ଏବଂ ସାଇଟଗୁଡ଼ିକରେ ମଧ୍ୟ ପୁଣି ସେୟାର କରିବା ସମ୍ଭବ ହୋଇପାରେ ବୋଲି ଭୁଲ ନାହିଁ।

ତୁମ ନିଜର ବିଷୟବସ୍ତୁକୁ ତୁମର ଆକାଉଣ୍ଟରୁ ତୁମେ ଯେ କୌଣସି ସମୟରେ ଡିଲିଟ କରିପାରିବ, କିନ୍ତୁ ଏହା ତୁମେ ପୂର୍ବରୁ ସେୟାର କରିଥିବା କପିଗୁଡ଼ିକୁ ଡିଲିଟ କରେ ନାହିଁ।

ତୁମେ କଣ ସେୟାର କରୁଛ ସେ ବିଷୟରେ ବିଚାରଶୀଳ ହୁଅ ଏବଂ କେବଳ ତୁମେ ବିଶ୍ୱାସ କରୁଥିବା ଲୋକମାନଙ୍କ ସହିତ ସେୟାର କର।

Google ମୋର ବ୍ୟକ୍ତିଗତ ସୂଚନାକୁ କେବେ ଅନ୍ୟମାନଙ୍କ ସହ ସେୟାର କରେ?

ଆମେ ଆଇନଗତ ଆବଶ୍ୟକତାଗୁଡ଼ିକ ପରି କିଛି ସୀମିତ ପରିସ୍ଥିତି ବ୍ୟତୀତ Google ବାହାରେ କମ୍ପାନୀ, ସଂସ୍ଥା କିମ୍ବା ବ୍ୟକ୍ତିମାନଙ୍କ ସହ ତୁମ ବ୍ୟକ୍ତିଗତ ସୂଚନାକୁ ସେୟାର କରୁ ନାହୁଁ।

ଯଦି ତୁମ ସ୍କୁଲ ମାଧ୍ୟମରେ ତୁମର ଏକ Google ଆକାଉଣ୍ଟ ଅଛି (ଏକ Google Workspace for Education ଆକାଉଣ୍ଟ), ତେବେ ତୁମର ଆକାଉଣ୍ଟକୁ ପରିଚାଳନା କରୁଥିବା ସ୍କୁଲ ଆଡମିନିଷ୍ଟ୍ରେଟରଙ୍କ ପାଖରେ ତୁମ ସୂଚନାକୁ ଆକ୍ସେସ ରହିବ।

ସ୍କୁଲ ଆଡମିନଙ୍କ ଦ୍ୱାରା ଆକ୍ସେସ

ତୁମର ସ୍କୁଲ ଆଡମିନ ତୁମ Google Workspace for Education ଆକାଉଣ୍ଟରେ ନିମ୍ନୋକ୍ତ ସୂଚନାକୁ ଆକ୍ସେସ କରିବାକୁ ସକ୍ଷମ ହୋଇପାରନ୍ତି:

  • ଆପଣଙ୍କ ଇମେଲ ପରି ଆପଣଙ୍କ ଆକାଉଣ୍ଟରେ ଷ୍ଟୋର କରାଯାଇଥିବା ସୂଚନାକୁ ଆକ୍ସେସ କରିବା ଏବଂ ରଖିବା
  • ଆପଣଙ୍କ ଆକାଉଣ୍ଟ ସମ୍ବନ୍ଧିତ ପରିସଂଖ୍ୟାନ ଦେଖିବା, ଯେପରି ଆପଣ କେତୋଟି ଆପ ଇନଷ୍ଟଲ କରନ୍ତି
  • ଆପଣଙ୍କ ଆକାଉଣ୍ଟର ପାସୱାର୍ଡକୁ ପରିବର୍ତ୍ତନ କରିବା
  • ଆପଣଙ୍କ ଆକାଉଣ୍ଟ ଆକ୍ସେସକୁ ସସପେଣ୍ଡ କିମ୍ବା ସମାପ୍ତ କରିବା
  • ପ୍ରଯୁଜ୍ୟ ଆଇନ, ନିୟମ, ଆଇନଗତ ପ୍ରକ୍ରିୟା କିମ୍ବା ଲାଗୁ କରିବା ଯୋଗ୍ୟ ସରକାରୀ ଅନୁରୋଧକୁ ପୂରଣ କରିବା ପାଇଁ ଆପଣଙ୍କ ଆକାଉଣ୍ଟ ସୂଚନା ପ୍ରାପ୍ତ କରିବା
  • ଆପଣଙ୍କ ସୂଚନା କିମ୍ବା ଗୋପନୀୟତା ସେଟିଂସକୁ ଡିଲିଟ କରିବା କିମ୍ବା ଏଡିଟ କରିବାର ଆପଣଙ୍କ କ୍ଷମତାକୁ ପ୍ରତିବନ୍ଧିତ କରିବା

Google କାହିଁକି ତୁମ ସୂଚନା ସେୟାର କରିପାରେ

ତୁମେ ଆମକୁ ଅନୁମତି ଦେଲେ

ଉଦାହରଣ ସ୍ୱରୂପ, ଯଦି ତୁମେ ଏକ ପିଜା ଅର୍ଡର କରିବା ପାଇଁ Google Assistant ବ୍ୟବହାର କର, ତେବେ ରେଷ୍ଟୁରାଣ୍ଟ ସହିତ ତୁମର ନାମ କିମ୍ବା ଫୋନ ନମ୍ବର ସେୟାର କରିବା ପୂର୍ବରୁ ଆମେ ତୁମର ଅନୁମତି ନେବୁ। ତୃତୀୟ-ପକ୍ଷ ଆପ୍ସ ଏବଂ ସର୍ଭିସେସ ସହ ସୁରକ୍ଷିତ ଭାବରେ ଡାଟା ସେୟାର କରିବାରେ Google ତୁମକୁ କିପରି ସହାୟତା କରେ ତାହା ଦେଖ

ଉପରେ ବର୍ଣ୍ଣନା କରାଯାଇଥିବା ଅନୁସାରେ ଡୋମେନ ଆଡମିନିଷ୍ଟ୍ରେଟରଙ୍କ ସହ।

ଏକ୍ସଟର୍ନାଲ ପ୍ରକ୍ରିୟାକରଣ ପାଇଁ, ଆମେ ଯେଉଁ କମ୍ପାନୀଗୁଡ଼ିକ ସହିତ କାମ କରୁ, ସେଗୁଡ଼ିକୁ ଆମେ ଦେଇଥିବା ନିର୍ଦ୍ଦେଶାବଳୀ ଆଧାରରେ ଡାଟା ପ୍ରକ୍ରିୟାନ୍ୱିତ କରିବାକୁ ଆମେ ବ୍ୟକ୍ତିଗତ ସୂଚନା ପ୍ରଦାନ କରୁ। ଉଦାହରଣ ସ୍ୱରୂପ, ଗ୍ରାହକ ସପୋର୍ଟ ପାଇଁ ଆମକୁ ସହାୟତା କରିବା ନିମନ୍ତେ ଆମେ ଏକ୍ସଟର୍ନାଲ କମ୍ପାନୀଗୁଡ଼ିକ ବ୍ୟବହାର କରୁ ଏବଂ ୟୁଜରଙ୍କ ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ପାଇଁ ଆମକୁ କମ୍ପାନୀ ସହ ବ୍ୟକ୍ତିଗତ ସୂଚନାକୁ ସେୟାର କରିବାକୁ ପଡ଼ିଥାଏ।

ଆଇନଗତ କାରଣ ପାଇଁ

ବ୍ୟକ୍ତିଗତ ସୂଚନାକୁ ଏସବୁ ପାଇଁ ପ୍ରଦାନ କରିବା ଆବଶ୍ୟକ ହୋଇପାରେ ବୋଲି ଯଦି ଆମେ ବିଶ୍ଵାସ କରୁ, ତେବେ ଆମେ Google ବାହାରେ ଏହାକୁ ସେୟାର କରିବୁ:

  • ଯେ କୌଣସି ପ୍ରଯୁଜ୍ୟ ଆଇନ, ନିୟମ, ଆଇନଗତ ପ୍ରକ୍ରିୟା କିମ୍ବା ଲାଗୁ କରିବା ଯୋଗ୍ୟ ସରକାରୀ ଅନୁରୋଧକୁ ପୂରଣ କରିବା।
  • ସମ୍ଭାବ୍ୟ ଉଲ୍ଲଙ୍ଘନର ଅନୁସନ୍ଧାନ ସମେତ ପ୍ରଯୁଜ୍ୟ ସେବାର ସର୍ତ୍ତାବଳୀକୁ ଲାଗୁ କରିବା।
  • ଠକାମୀ, ସୁରକ୍ଷା ବା ଟେକ୍ନିକାଲ ସମସ୍ୟାକୁ ଚିହ୍ନଟ, ପ୍ରତିରୋଧ କିମ୍ବା ଅନ୍ୟ ଭାବରେ ସମାଧାନ କରିବା।
  • ଆଇନ ଦ୍ୱାରା ଆବଶ୍ୟକ ହେଉଥିବା କିମ୍ବା ଅନୁମତି ଦିଆଯାଇଥିବା ଅନୁଯାୟୀ Google, ଆମର ୟୁଜର କିମ୍ବା ପବ୍ଲିକଙ୍କ ଅଧିକାର, ପ୍ରପର୍ଟି ବା ସୁରକ୍ଷାକୁ କ୍ଷତି ପହଞ୍ଚାଇବାରୁ ରକ୍ଷା କରିବା।

ଡାଟା ଓ ପର୍ସନାଲାଇଜେସନ

Google ମୋ ବିଷୟରେ କେଉଁ ଡାଟା ସଂଗ୍ରହ କରେ?

ତୁମେ Google ସର୍ଭିସେସକୁ ବ୍ୟବହାର କଲେ, ଆମେ ସେଗୁଡ଼ିକ ତୁମକୁ ପ୍ରଦାନ କରିବା, ସେଗୁଡ଼ିକୁ ତୁମ ପାଇଁ ଅଧିକ ଉପଯୋଗୀ କରିବା ଏବଂ Google କାହିଁକି ଡାଟା ସଂଗ୍ରହ କରେ?ରେ ବର୍ଣ୍ଣନା କରାଯାଇଥିବା ଅନ୍ୟ କାରଣ ପାଇଁ ଆମେ ଆବଶ୍ୟକ କରୁଥିବା ସୂଚନା ସଂଗ୍ରହ କରୁ।

ତୁମ ସେଟିଂସ ମାଧ୍ୟମରେ, ଆମେ ସଂଗ୍ରହ କରୁଥିବା ଡାଟା ଏବଂ ସେହି ଡାଟାକୁ କିପରି ବ୍ୟବହାର କରାଯାଏ ତାହା ତୁମେ ସୀମିତ କରିପାରିବ। ଉଦାହରଣ ସ୍ୱରୂପ, ଯଦି ଆମେ ତୁମର YouTube ଇତିହାସକୁ ତୁମ Google ଆକାଉଣ୍ଟରେ ସେଭ କରୁ ବୋଲି ତୁମେ ଚାହୁଁନାହଁ, ତେବେ YouTube ଇତିହାସକୁ ତୁମେ ବନ୍ଦ କରିପାରିବ। Google କଣ ସେଭ କରେ ତାହା ମୁଁ କିପରି ସ୍ଥିର କରିପାରିବି? ଦେଖ

ଡାଟା କଣ?

ତୁମ ବ୍ୟକ୍ତିଗତ ସୂଚନାରେ ତୁମର ନାମ କିମ୍ବା ଇମେଲ ଠିକଣା ପରି ତୁମକୁ ବ୍ୟକ୍ତିଗତ ଭାବରେ ଚିହ୍ନଟ କରୁଥିବା ତୁମେ ଆମକୁ ପ୍ରଦାନ କରୁଥିବା ଜିନିଷଗୁଡ଼ିକ ଅନ୍ତର୍ଭୁକ୍ତ ଅଟେ। ଏଥିରେ Google ଦ୍ୱାରା ତୁମ ସହିତ ଯୁକ୍ତିଯୁକ୍ତ ଭାବରେ ଲିଙ୍କ କରାଯାଇପାରୁଥିବା ଅନ୍ୟ ଡାଟା ମଧ୍ୟ ଅନ୍ତର୍ଭୁକ୍ତ ଅଛି, ଯେପରି ଆମେ ତୁମର Google ଆକାଉଣ୍ଟରେ ତୁମ ସହିତ ଆସୋସିଏଟ କରୁଥିବା ସୂଚନା।

ତୁମ ବ୍ୟକ୍ତିଗତ ସୂଚନାରେ ଦୁଇ ପ୍ରକାରର ଜିନିଷ ଅନ୍ତର୍ଭୁକ୍ତ ଅଟେ:

ତୁମେ ପ୍ରଦାନ କରୁଥିବା କିମ୍ବା ତିଆରି କରୁଥିବା ଜିନିଷ

ତୁମେ ଏକ Google ଆକାଉଣ୍ଟ ତିଆରି କଲେ, ଆମକୁ ତୁମ ନାମ ଏବଂ ଏକ ପାସୱାର୍ଡ ପରି ବ୍ୟକ୍ତିଗତ ସୂଚନା ପ୍ରଦାନ କର।

ଇମେଲ ମେସେଜ ଏବଂ ଫଟୋଗୁଡ଼ିକ ପରି ତୁମେ ତିଆରି କରୁଥିବା, ଅପଲୋଡ କରୁଥିବା କିମ୍ବା ଅନ୍ୟମାନଙ୍କଠାରୁ ପାଉଥିବା ବିଷୟବସ୍ତୁକୁ ମଧ୍ୟ ସେଭ କରିପାରିବ।

ତୁମେ Googleରେ କରୁଥିବା ଜିନିଷ

ଆମେ ଏକ ଉତ୍ତମ ଅନୁଭୂତି ପ୍ରଦାନ କରିବାକୁ ଆମର ସର୍ଭିସେସରେ ଆପଣଙ୍କ କାର୍ଯ୍ୟକଳାପ ବିଷୟରେ ସୂଚନା ସଂଗ୍ରହ କରୁ, ଯେଉଁଥିରେ ଆପଣ ସର୍ଚ୍ଚ କରୁଥିବା ଶବ୍ଦ ଏବଂ ଆପଣ ଦେଖୁଥିବା ଭିଡିଓ, ଆପଣ କମ୍ୟୁନିକେଟ କରୁଥିବା କିମ୍ବା ବିଷୟବସ୍ତୁ ସେୟାର କରୁଥିବା ଲୋକ ଏବଂ ଆପଣଙ୍କ Chrome ବ୍ରାଉଜିଂ ଇତିହାସ ପରି ଜିନିଷଗୁଡ଼ିକ ଅନ୍ତର୍ଭୁକ୍ତ ହୋଇପାରେ।

Google ସର୍ଭିସେସକୁ ଆକ୍ସେସ କରିବା ପାଇଁ ଆପଣ ବ୍ୟବହାର କରୁଥିବା ଆପ୍ସ, ବ୍ରାଉଜର ଏବଂ ଡିଭାଇସଗୁଡ଼ିକ ବିଷୟରେ ସୂଚନାକୁ ଆମେ ସଂଗ୍ରହ କରୁ, ଯାହା ଆପଣଙ୍କ ବେଟେରୀର ଚାର୍ଜ କମ ହୋଇଗଲେ ଆପଣଙ୍କର ସ୍କ୍ରିନକୁ ଡିମ କରିବା ପରି ଫିଚରଗୁଡ଼ିକ ପ୍ରଦାନ କରିବା ନିମନ୍ତେ ଆମକୁ ସହାୟତା କରେ।

ଆପଣ ପର୍ଯ୍ୟାୟକ୍ରମେ ଦିଗନିର୍ଦ୍ଦେଶ ପରି ଫିଚରଗୁଡ଼ିକୁ ବ୍ୟବହାର କରିବା ସମୟରେ ଆମେ ଆପଣଙ୍କ ଲୋକେସନକୁ ପ୍ରକ୍ରିୟାନ୍ୱିତ କରୁ। ଅଧିକ ଜାଣିବା ପାଇଁ ଲୋକେସନ ବିଭାଗକୁ ଦେଖନ୍ତୁ।

Google କାହିଁକି ଡାଟା ସଂଗ୍ରହ କରେ?

ଆମ ସର୍ଭିସେସ ପ୍ରଦାନ କରିବା, ଆପଣଙ୍କ ପାଇଁ ସେଗୁଡ଼ିକୁ ଅଧିକ ଉପଯୋଗୀ କରିବା ଏବଂ ଆମେ ଡାଟାକୁ ବ୍ୟବହାର କରିବାର ଉପାୟଗୁଡ଼ିକରେ ବର୍ଣ୍ଣନା କରାଯାଇଥିବା ଅନ୍ୟ କାରଣ ପାଇଁ ଆମେ ଆବଶ୍ୟକ କରୁଥିବା ସୂଚନା ସଂଗ୍ରହ କରୁ।

ଉଦାହରଣ ସ୍ୱରୂପ, ଆପଣ ଯେଉଁଠାକୁ ଯାଉଛନ୍ତି ସେଠାରେ ପହଞ୍ଚିବା ସମୟରେ ଟ୍ରାଫିକକୁ ଏଡ଼ାଇବାରେ Google Maps ଆପଣଙ୍କୁ ସହାୟତା କରିପାରିବ, କାରଣ ଏହା ଆପଣ କେଉଁଠାରେ ଅଛନ୍ତି (ଆପଣଙ୍କ ଡାଟା) ସେ ବିଷୟରେ ସୂଚନାକୁ ପବ୍ଲିକ ଡାଟା (ପବ୍ଲିକ ସ୍ଥାନଗୁଡ଼ିକ ବିଷୟରେ ମେପ ଏବଂ ସୂଚନା) ସହିତ ଏକତ୍ରିତ କରେ।

ଆମେ ଡାଟାକୁ ବ୍ୟବହାର କରିବାର ଉପାୟ

ଆମ ସେବାଗୁଡ଼ିକ ପ୍ରଦାନ କରିବା

ଫଳାଫଳ ରିଟର୍ଣ୍ଣ କରିବା ପାଇଁ ଆପଣ ସର୍ଚ୍ଚ କରୁଥିବା ଶବ୍ଦଗୁଡ଼ିକର ପ୍ରକ୍ରିୟାକରଣ ପରି ଆମ ସର୍ଭିସେସ ପ୍ରଦାନ କରିବା ପାଇଁ ଆମେ ଡାଟାକୁ ବ୍ୟବହାର କରୁ।

ଆମ ସେବାଗୁଡ଼ିକୁ ବଜାୟ ରଖିବା ଏବଂ ଉନ୍ନତ କରିବା

ଆମ ସର୍ଭିସେସକୁ ବଜାୟ ରଖିବା ଏବଂ ଉନ୍ନତ କରିବାରେ ଡାଟା ଆମକୁ ସହାୟତ କରେ। ଉଦାହରଣ ସ୍ୱରୂପ, ଆମେ ଆଉଟେଜଗୁଡ଼ିକୁ ଟ୍ରାକ କରିପାରିବୁ। ଏହା ସହିତ କେଉଁ ସର୍ଚ୍ଚ ଶବ୍ଦଗୁଡ଼ିକର ବନାନ ବାରମ୍ବାର ଭୁଲ ହୋଇଥାଏ ତାହା ବୁଝିବା ଫଳରେ ଏହା ଆମର ସମଗ୍ର ସର୍ଭିସେସରେ ବ୍ୟବହାର କରାଯାଉଥିବା ବନାନ-ଯାଞ୍ଚ ଫିଚରଗୁଡ଼ିକୁ ଉନ୍ନତ କରିବାରେ ଆମକୁ ସହାୟତା କରେ।

ନୂଆ ସେବାଗୁଡ଼ିକୁ ଡେଭେଲପ କରିବା

ନୂଆ ସର୍ଭିସେସକୁ ଡେଭେଲପ କରିବାରେ ଡାଟା ଆମକୁ ସହାୟତା କରେ। ଉଦାହରଣ ସ୍ୱରୂପ, ଲୋକମାନେ ଆମର ପ୍ରଥମ ଫଟୋ ଆପ Picasaରେ ସେମାନଙ୍କ ଫଟୋଗୁଡ଼ିକୁ କିପରି ବ୍ୟବସ୍ଥିତ କରିଥିଲେ ତାହା ଆମେ ବୁଝିବାକୁ ସକ୍ଷମ ହୋଇଥିଲୁ ଏବଂ Google Photosକୁ ଡିଜାଇନ ଓ ଲଞ୍ଚ କରିବାରେ ସହାୟତା କରିବା ପାଇଁ ସେହି ଡାଟାକୁ ବ୍ୟବହାର କରିଥିଲୁ। ଏବଂ ଆମେ ଏହି ସର୍ଭିସେସକୁ ଡେଭେଲପ ଏବଂ ଉନ୍ନତ କରିବା ପାଇଁ ଆମର ଜେନେରେଟିଭ AI ପ୍ରଡକ୍ଟଗୁଡ଼ିକ ସମେତ ଆମ ସର୍ଭିସେସ ସହିତ ଆପଣଙ୍କ ଇଣ୍ଟରାକ୍ସନକୁ ବ୍ୟବହାର କରିପାରୁ।

ବିଷୟବସ୍ତୁ ଏବଂ ବିଜ୍ଞାପନ ସମେତ ପର୍ସନାଲାଇଜ କରାଯାଇଥିବା ସେବାଗୁଡ଼ିକ ପ୍ରଦାନ କରିବା

ଆପଣ ପସନ୍ଦ କରୁଥିବା ଭିଡିଓଗୁଡ଼ିକ ପାଇଁ ସୁପାରିଶ ପରି ପର୍ସନାଲାଇଜ କରାଯାଇଥିବା ବିଷୟବସ୍ତୁ ପ୍ରଦାନ କରିବା ପାଇଁ ଆମେ ଡାଟାକୁ ବ୍ୟବହାର କରୁ। ଆପଣଙ୍କ ସେଟିଂସ ଏବଂ ଆପଣଙ୍କ ବୟସ ଉପରେ ନିର୍ଭର କରି ଆମେ ଆପଣଙ୍କ ରୁଚି ଆଧାରରେ ଆପଣଙ୍କୁ ପର୍ସନାଲାଇଜ କରାଯାଇଥିବା ବିଜ୍ଞାପନଗୁଡ଼ିକ ଦେଖାଇପାରୁ।

ପରଫରମାନ୍ସ ମାପ କରିବା

ପରଫରମାନ୍ସକୁ ମାପିବା ଏବଂ ଆମ ସର୍ଭିସେସ କିପରି ବ୍ୟବହୃତ ହୁଏ ତାହା ବୁଝିବା ପାଇଁ ମଧ୍ୟ ଆମେ ଡାଟାକୁ ବ୍ୟବହାର କରୁ

ଆପଣଙ୍କ ସହ ଯୋଗାଯୋଗ କରିବା

ଯଦି ଆମେ ସନ୍ଦେହଜନକ କାର୍ଯ୍ୟକଳାପକୁ ଚିହ୍ନଟ କରୁ ତେବେ ଆପଣଙ୍କୁ ଏକ ବିଜ୍ଞପ୍ତି ପଠାଇବା ପାଇଁ ଆମେ ଆପଣଙ୍କ ଇମେଲ ଠିକଣାକୁ ବ୍ୟବହାର କରିପାରୁ

Google, ଆମ ୟୁଜର ଏବଂ ସର୍ବସାଧାରଣଙ୍କୁ ସୁରକ୍ଷିତ ରଖିବା

ଠକାମିକୁ ଚିହ୍ନଟ ଏବଂ ପ୍ରତିରୋଧ କରିବା ପରି ଲୋକମାନଙ୍କୁ ଅନଲାଇନରେ ସୁରକ୍ଷିତ ରଖିବା ପାଇଁ ଆମେ ଡାଟାକୁ ବ୍ୟବହାର କରୁ

ଜିନିଷଗୁଡ଼ିକୁ ପର୍ସନାଲାଇଜ କରିବା ପାଇଁ Google ଡାଟାକୁ କିପରି ବ୍ୟବହାର କରେ?

ଆମ ଆପ୍ସ ଏବଂ ସାଇଟଗୁଡ଼ିକୁ ଆପଣଙ୍କ ପାଇଁ ଉପଯୋଗୀ କରିବାକୁ ଆମେ ସଂଗ୍ରହ କରୁଥିବା ସୂଚନାକୁ ବ୍ୟବହାର କରୁ, ଉଦାହରଣ ସ୍ୱରୂପ:

  • ଆପଣ ପସନ୍ଦ କରୁଥିବା ଭିଡିଓ ପାଇଁ ସୁପାରିଶ
  • ଆପଣ Google ସର୍ଭିସେସକୁ କିପରି ବ୍ୟବହାର କରନ୍ତି ସେହି ଅନୁସାରେ ସିକ୍ୟୁରିଟି ଟିପ୍ସ (ସିକ୍ୟୁରିଟି ଯାଞ୍ଚ ଦେଖନ୍ତୁ)

ଆମେ ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରିବା ପାଇଁ ମଧ୍ୟ ଡାଟାକୁ ବ୍ୟବହାର କରିଥାଉ, କିନ୍ତୁ ସେଟିଂସ ବନ୍ଦ ଥିଲେ କିମ୍ବା କିଛି ନିର୍ଦ୍ଦିଷ୍ଟ ବୟସର ୟୁଜରମାନଙ୍କ କ୍ଷେତ୍ରରେ ଏହା କରାଯାଏ ନାହିଁ।

ମୁଁ ଦେଖୁଥିବା ବିଜ୍ଞାପନଗୁଡ଼ିକୁ Google ପର୍ସନାଲାଇଜ କରେ?

ଆମେ ଦେଖାଉଥିବା ବିଜ୍ଞାପନଗୁଡ଼ିକୁ ଯଥାସମ୍ଭବ ଉପଯୋଗୀ କରିବାକୁ ଚେଷ୍ଟା କରୁ। କିନ୍ତୁ ଆମେ କିଛି ନିର୍ଦ୍ଦିଷ୍ଟ ବୟସ ପାଇଁ କିମ୍ବା ବିଜ୍ଞାପନ ପର୍ସନାଲାଇଜେସନକୁ ବନ୍ଦ କରିଥିବା ଲୋକମାନଙ୍କ ପାଇଁ ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରୁନାହୁଁ।

ଆମେ ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ ନକରି ମଧ୍ୟ ସେଗୁଡ଼ିକୁ ଉପଯୋଗୀ କରିପାରିବୁ। ଉଦାହରଣ ସ୍ୱରୂପ, ଯଦି ଆପଣ "ନୂଆ ଜୋତା" ପାଇଁ ଫଳାଫଳର ଏକ ପୃଷ୍ଠା ଦେଖୁଛନ୍ତି, ତେବେ ଆପଣ ଏକ ସ୍ନିକର କମ୍ପାନୀରୁ ଏକ ବିଜ୍ଞାପନ ଦେଖିପାରନ୍ତି। ଦିନର ସମୟ, ଆପଣଙ୍କ ସାଧାରଣ ଲୋକେସନ ଏବଂ ଆପଣ ଦେଖୁଥିବା ପୃଷ୍ଠାର ବିଷୟବସ୍ତୁ ପରି ସାଧାରଣ ଫେକ୍ଟରଗୁଡ଼ିକ ଉପରେ ବିଜ୍ଞାପନ ଆଧାରିତ ହୋଇପାରେ।

ସବୁକିଛି ତୁମ ନିୟନ୍ତ୍ରଣରେ

Google ମୋ ଆକାଉଣ୍ଟରେ କଣ ସେଭ କରିବ ତାହା ମୁଁ କିପରି ସ୍ଥିର କରିପାରିବି?

ଆପଣ Photos ପରି ଏକ Google ସର୍ଭିସେସକୁ ବ୍ୟବହାର କରୁଥିବା ସମୟରେ, ଆପଣ ଆପଣଙ୍କ ଫଟୋଗୁଡ଼ିକର ବେକଅପ ନେବା ଏବଂ ସିଙ୍କ କରିବାକୁ ଚାହୁଁଛନ୍ତି ନା ନାହିଁ ପରି ବିଷୟଗୁଡ଼ିକର ନିଷ୍ପତ୍ତି ନେବାକୁ ଆପଣଙ୍କୁ ଅନୁମତି ଦେଉଥିବା ସେଟିଂସ ଅଛି।

Google ସର୍ଭିସେସରେ ଆପଣଙ୍କ କାର୍ଯ୍ୟକଳାପ ବିଷୟରେ ସୂଚନା ଆପଣଙ୍କ Google ଆକାଉଣ୍ଟରେ ଇତିହାସ ଭାବରେ ସେଭ ହେବ ନା ନାହିଁ ଏବଂ ଆପଣଙ୍କ ଅନୁଭୂତିକୁ ପର୍ସନାଲାଇଜ କରିବା ପାଇଁ Google ସର୍ଭିସେସ ଆପଣଙ୍କ Google ଆକାଉଣ୍ଟରେ ଥିବା ସୂଚନାକୁ ବ୍ୟବହାର କରିପାରିବ ନା ନାହିଁ ତାହା ଆପଣଙ୍କୁ ସ୍ଥିର କରିବାକୁ ଦେଉଥିବା ସେଟିଂସ ମଧ୍ୟ ଅଛି।

Search ସର୍ଭିସେସରେ ପର୍ସନାଲାଇଜ ହୋଇଥିବା ସୁପାରିଶ

ଆପଣଙ୍କ ପ୍ରୋଫାଇଲ ସୂଚନା ଏବଂ ସେଭ ହୋଇଥିବା ଇତିହାସ ପରି ଆପଣଙ୍କ Google ଆକାଉଣ୍ଟରେ ଥିବା ସୂଚନା ଆଧାରରେ Search, Maps, Shopping, Hotels, Flights, Translate ଏବଂ News ପରି Search ସର୍ଭିସେସ ଆପଣଙ୍କୁ ପର୍ସନାଲାଇଜ ହୋଇଥିବା ସୁପାରିଶଗୁଡ଼ିକ ଦେଇପାରିବ ନା ନାହିଁ ତାହା ବାଛିବାକୁ ଏହା ଆପଣଙ୍କୁ ଅନୁମତି ଦିଏ। ଉଦାହରଣ ସ୍ୱରୂପ, ଆପଣଙ୍କ ରୁଚି ଅନୁସାରେ ଉପଯୋଗୀ AI ଉତ୍ତର ପ୍ରଦାନ କରିବାକୁ Search ସର୍ଭିସେସ ସେହି ସୂଚନାକୁ ବ୍ୟବହାର କରିପାରିବ।

Search ସର୍ଭିସେସ ଇତିହାସ

ଆପଣଙ୍କ ସର୍ଚ୍ଚ ଏବଂ ଆପଣଙ୍କର ସାଧାରଣ ଲୋକେସନ ପରି ସମ୍ବନ୍ଧିତ ସୂଚନା ପରି Search ସର୍ଭିସେସରେ ଆପଣଙ୍କ କାର୍ଯ୍ୟକଳାପକୁ ସେଭ କରେ। Search ସର୍ଭିସେସରେ ଆପଣଙ୍କ ଅନୁଭୂତିକୁ ଉପଯୋଗୀ କରିବା ପାଇଁ ଆପଣଙ୍କ କାର୍ଯ୍ୟକଳାପକୁ ବ୍ୟବହାର କରାଯାଏ। ଉଦାହରଣ ସ୍ୱରୂପ, ଆପଣ ଟାଇପ କରିବା ଆରମ୍ଭ କଲେ, ଆପଣ ଅତୀତର ସର୍ଚ୍ଚଗୁଡ଼ିକୁ ପରାମର୍ଶ ଭାବେ ଦେଖିପାରିବେ। Google AI ମଡେଲଗୁଡ଼ିକ ସମେତ Google ସର୍ଭିସେସ ଏବଂ ଟେକ୍ନୋଲୋଜିଗୁଡ଼ିକୁ ଉନ୍ନତ କରିବାରେ ସାହାଯ୍ୟ କରିବା ଏବଂ Google, ଏହାର ୟୁଜର ଏବଂ ପବ୍ଲିକଙ୍କୁ ସୁରକ୍ଷିତ ରଖିବା ପାଇଁ ଆପଣଙ୍କ Search ସର୍ଭିସେସ ଇତିହାସ ଡାଟାକୁ ମଧ୍ୟ ବ୍ୟବହାର କରେ।

Google Play ପର୍ସନାଲାଇଜେସନ

ଆପଣଙ୍କ ଅନୁଭୂତିକୁ ଅଧିକ ପର୍ସନାଲାଇଜ କରିବା ପାଇଁ ଆପଣ Google Play Storeରୁ କ୍ରୟ ଏବଂ ଡାଉନଲୋଡ କରୁଥିବା ଆଇଟମଗୁଡ଼ିକ ପରି ଆପଣଙ୍କ Google ଆକାଉଣ୍ଟରେ ଥିବା ସୂଚନାକୁ Google Play ବ୍ୟବହାର କରିପାରିବ ନା ନାହିଁ ତାହା ବାଛିବାକୁ ଏହା ଆପଣଙ୍କୁ ଅନୁମତି ଦିଏ। ଉଦାହରଣ ସ୍ୱରୂପ, ଆପଣଙ୍କ ପାଇଁ ଆପ୍ସକୁ ଭଲ ଭାବେ ସୁପାରିଶ କରିବାକୁ Google Play ଆପଣ ବ୍ୟବହାର କରୁଥିବା ଆପ୍ସରୁ ଶିଖିପାରିବ।

Google Play ଇତିହାସ

ଆପଣଙ୍କ ଡିଭାଇସରେ ଆପଣ ଖୋଲୁଥିବା ଆପ୍ସ ପରି ଆପଣଙ୍କ Google Play କାର୍ଯ୍ୟକଳାପକୁ ଆପଣଙ୍କର Google ଆକାଉଣ୍ଟରେ ସେଭ କରେ। ଆପଣ ଖୋଜୁଥିବା ଆପ୍ସକୁ ଶୀଘ୍ର ଖୋଜିବାରେ ଆପଣଙ୍କୁ ସାହାଯ୍ୟ କରିବା ପରି ସମଗ୍ର Google ସର୍ଭିସେସରେ ଆପଣଙ୍କ ଅନୁଭୂତିକୁ ଉପଯୋଗୀ କରିବା ପାଇଁ ଏହି କାର୍ଯ୍ୟକଳାପକୁ ବ୍ୟବହାର କରାଯାଇପାରିବ।

ୱେବ୍‌ ଏବଂ ଆପ୍ଲିକେସନ୍‌ କାର୍ଯ୍ୟକଳାପ

Google TV ପରି କିଛି Google ସାଇଟ ଏବଂ ଆପ୍ସରୁ ଆପଣଙ୍କ କାର୍ଯ୍ୟକଳାପକୁ ସେଭ କରେ ଏବଂ ଲୋକେସନ ପରି ସମ୍ବନ୍ଧିତ ସୂଚନାକୁ ଅନ୍ତର୍ଭୁକ୍ତ କରେ। ଏହା ସିଙ୍କ କରାଯାଇଥିବା Chrome ଇତିହାସ ଏବଂ Google ସର୍ଭିସେସକୁ ବ୍ୟବହାର କରୁଥିବା ସାଇଟ, ଆପ୍ସ ଓ ଡିଭାଇସଗୁଡ଼ିକରେ କରାଯାଇଥିବା କାର୍ଯ୍ୟକଳାପକୁ ମଧ୍ୟ ସେଭ କରେ। Google ସର୍ଭିସେସରେ ଆପଣଙ୍କୁ ଉତ୍ତମ ସୁପାରିଶ ଏବଂ ଅଧିକ ପର୍ସନାଲାଇଜ କରାଯାଇଥିବା ଅନୁଭୂତି ଦେବା ପାଇଁ ଆପଣଙ୍କ କାର୍ଯ୍ୟକଳାପକୁ ବ୍ୟବହାର କରାଯାଏ।

YouTube ଇତିହାସ

ଆପଣ YouTube ବ୍ୟବହାର କରୁଥିବା ସମୟରେ ଦେଖୁଥିବା ଭିଡିଓଗୁଡ଼ିକ ଏବଂ ଆପଣ ସର୍ଚ୍ଚ କରୁଥିବା ବିଷୟଗୁଡ଼ିକୁ ସେଭ କରେ। ଆପଣଙ୍କୁ ଉତ୍ତମ ସୁପାରିଶ ଦେବା ଏବଂ ଆପଣ ଯେଉଁଠି ଛାଡ଼ିଥିଲେ ସେଠାରୁ ପୁଣି ଆରମ୍ଭ କରିବାରେ ଆପଣଙ୍କୁ ସାହାଯ୍ୟ କରିବା ପରି କାର୍ଯ୍ୟଗୁଡ଼ିକ କରିବା ପାଇଁ ଆପଣଙ୍କ YouTube ଇତିହାସକୁ ବ୍ୟବହାର କରାଯାଏ।

Gemini ଆପ୍ସ କାର୍ଯ୍ୟକଳାପ

AI ମଡେଲଗୁଡ଼ିକ ସମେତ Google ସର୍ଭିସେସକୁ ଉନ୍ନତ କରିବାରେ ସାହାଯ୍ୟ କରିବା ପାଇଁ Google ଆପଣଙ୍କ Gemini କାର୍ଯ୍ୟକଳାପ, ଯେପରି ଆପଣଙ୍କ ଚାଟ ଏବଂ ଆପଣ Gemini ସହ ସେୟାର କରୁଥିବା ବିଷୟଗୁଡ଼ିକୁ (ଫାଇଲ ଏବଂ ଫଟୋ ପରି) ବ୍ୟବହାର କରିପାରିବ ନା ନାହିଁ ତାହା ଆପଣଙ୍କୁ ବାଛିବାକୁ ଦିଏ। ଆପଣ ଯେ କୌଣସି ସମୟରେ ଛାଡ଼ିଥିବା ଚାଟଗୁଡ଼ିକୁ ଆରମ୍ଭ କରିବାକୁ ଦେବା ପରି ଜିନିଷଗୁଡ଼ିକ କରିବା ପାଇଁ ଆପଣଙ୍କ Gemini ଆପ୍ସ କାର୍ଯ୍ୟକଳାପକୁ ମଧ୍ୟ ବ୍ୟବହାର କରାଯାଏ।

ମୁଁ ମୋର ଡାଟାକୁ କିପରି ଡିଲିଟ କରିବି?

ଆପଣଙ୍କ Google ଆକାଉଣ୍ଟରେ ସେଭ କରାଯାଇଥିବା ଡାଟାକୁ ଆପଣ ଡିଲିଟ କରିପାରିବେ। ଆପଣ ସ୍ଥାୟୀ ଭାବେ ଡିଲିଟ କରିବାକୁ ବାଛିଥିବା ଡାଟାକୁ ଆମ ସିଷ୍ଟମରୁ କାଢ଼ି ଦିଆଯାଏ। ଏହି ଡାଟାକୁ ଆମ ସର୍ଭରରୁ ସମ୍ପୂର୍ଣ୍ଣ ଭାବେ କାଢ଼ି ଦିଆଯାଇଛି କିମ୍ବା କେବଳ ଆପଣଙ୍କ ସହ ସମ୍ବନ୍ଧିତ ହୋଇପାରୁନଥିବା ଏକ ଫର୍ମରେ ରଖାଯାଇଛି ବୋଲି ସୁନିଶ୍ଚିତ କରିବା ପାଇଁ ଆମେ ଏକ ସାବଧାନତାପୂର୍ଣ୍ଣ ପ୍ରକ୍ରିୟାକୁ ଫଲୋ କରୁ।

ଆପଣ ଲେଖିଥିବା ପ୍ରମ୍ପ୍ଟ ଏବଂ ଆପଣ ସର୍ଚ୍ଚ କରିଥିବା, ପଢ଼ିଥିବା ଓ ଦେଖିଥିବା ବିଷୟଗୁଡ଼ିକ ପରି ଆପଣଙ୍କ Google ଆକାଉଣ୍ଟରେ ସେଭ ହୋଇଥିବା କାର୍ଯ୍ୟକଳାପର ରିଭ୍ୟୁ କରିବାକୁ ମୋ କାର୍ଯ୍ୟକଳାପକୁ ଭିଜିଟ କରନ୍ତୁ। ଆପଣ ଏକ ନିର୍ଦ୍ଦିଷ୍ଟ ଟାଇମ ରେଞ୍ଜ ମଧ୍ୟରେ ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପ କିମ୍ବା ଆପଣଙ୍କର ସମସ୍ତ କାର୍ଯ୍ୟକଳାପକୁ ଡିଲିଟ କରିପାରିବେ।

ଆପଣଙ୍କ କାର୍ଯ୍ୟକଳାପ ସ୍ୱତଃ ଡିଲିଟ ହେବା ପାଇଁ ମଧ୍ୟ ଆପଣ ବାଛିପାରିବେ।

ମୁଁ ମୋର ବିଷୟବସ୍ତୁକୁ କିପରି ଡାଉନଲୋଡ କରିବି?

ଆପଣଙ୍କ ବିଷୟବସ୍ତୁରେ ଇମେଲ, ଫଟୋ, ଭିଡିଓ, ଡକ, ସିଟ, ମନ୍ତବ୍ୟ, କଣ୍ଟାକ୍ଟ ଏବଂ କେଲେଣ୍ଡର ଇଭେଣ୍ଟ ପରି ଜିନିଷଗୁଡ଼ିକ ଅନ୍ତର୍ଭୁକ୍ତ ଅଟେ।

ଯଦି ଆପଣ ଏକ ଭିନ୍ନ ସର୍ଭିସକୁ ବ୍ୟବହାର କରିବାକୁ ଚାହାଁନ୍ତି, ତେବେ ଆପଣଙ୍କ ବିଷୟବସ୍ତୁର ଏକ ଆର୍କାଇଭ ତିଆରି କରିବାକୁ — ଏହାର ବେକଅପ ନେବା ପାଇଁ କିମ୍ବା ଏହାକୁ ଅନ୍ୟ ଏକ କମ୍ପାନୀକୁ ନେବା ପାଇଁ ଆପଣଙ୍କ ଡାଟା ଡାଉନଲୋଡ କରନ୍ତୁକୁ ଭିଜିଟ କରନ୍ତୁ।

ମୁଁ ସାଇନ ଆଉଟ ହୋଇଥିବା ସମୟରେ ମୋ ପାଖରେ କେଉଁ ନିୟନ୍ତ୍ରଣଗୁଡ଼ିକ ଥାଏ?

ଆପଣ ସାଇନ ଆଉଟ ଥିବା ସମୟରେ ମଧ୍ୟ Googleକୁ କିପରି ବ୍ୟବହାର କରିବେ ତାହା ବାଛିବାକୁ ଦେଉଥିବା ନିୟନ୍ତ୍ରଣଗୁଡ଼ିକ ଆପଣଙ୍କ ପାଖରେ ଅଛି। ଆପଣ ସାଇନ ଆଉଟ କରିଥିବା ସମୟରେ ଏହି ସେଟିଂସକୁ ପରିବର୍ତ୍ତନ କରିବା ପାଇଁ g.co/privacytoolsକୁ ଭିଜିଟ କରନ୍ତୁ:

ସର୍ଚ୍ଚ କଷ୍ଟମାଇଜେସନ

ଅଧିକ ପ୍ରାସଙ୍ଗିକ ଫଳାଫଳ ଏବଂ ସୁପାରିଶ ପାଇଁ ଏହି ବ୍ରାଉଜରରୁ ଆପଣଙ୍କ Google ସର୍ଚ୍ଚଗୁଡ଼ିକୁ ବ୍ୟବହାର କରେ।

YouTube ସର୍ଚ୍ଚ ଓ ଦେଖିଥିବା ଇତିହାସ

ଆପଣଙ୍କ ପାଇଁ YouTubeକୁ ପର୍ସନାଲାଇଜ କରିବାକୁ ଆପଣ ଦେଖୁଥିବା ଭିଡିଓ ଏବଂ ସର୍ଚ୍ଚ କରୁଥିବା ବିଷୟଗୁଡ଼ିକ ପରି YouTubeରେ ଆପଣଙ୍କ କାର୍ଯ୍ୟକଳାପକୁ ବ୍ୟବହାର କରେ।

ଆପଣ ଆପଣଙ୍କ ବ୍ରାଉଜରରେ କିଛି କିମ୍ବା ସମସ୍ତ କୁକୀକୁ ମଧ୍ୟ ବ୍ଲକ କରିପାରିବେ, କିନ୍ତୁ ଏହା ଫଳରେ ସମଗ୍ର ୱେବରେ କିଛି ନିର୍ଦ୍ଦିଷ୍ଟ ଫିଚର କାମ କରିବା ବନ୍ଦ କରିପାରେ। ଉଦାହରଣ ସ୍ୱରୂପ, ଯେତେବେଳେ ଆପଣ ସାଇନ ଇନ କରିବାକୁ ଚାହାଁନ୍ତି, ଅଧିକାଂଶ ୱେବସାଇଟ ପାଇଁ କୁକୀଗୁଡ଼ିକ ଚାଲୁ ରହିବା ଆବଶ୍ୟକ।

ସାଇନ-ଆଉଟ କରିଥିବା ୟୁଜରମାନେ ମଧ୍ୟ ପର୍ସନାଲାଇଜ ହୋଇଥିବା ବିଜ୍ଞାପନଗୁଡ଼ିକ ସେମାନେ ଦେଖିବାକୁ ଚାହୁଁଛନ୍ତି ନା ନାହିଁ ତାହା ବାଛିପାରିବେ, ଯଦିଓ ଆମେ କିଛି ନିର୍ଦ୍ଦିଷ୍ଟ ବୟସ ପାଇଁ ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରୁନାହୁଁ।

ଏକ ନୂଆ ଟାବରେ ଖୋଲେ(ଏକ ଫୁଟନୋଟ ଖୋଲେ)