ଇଣ୍ଟ୍ରୋ

Googleର ଲକ୍ଷ୍ୟ ହେଉଛି ବିଶ୍ୱର ସୂଚନାକୁ ବ୍ୟବସ୍ଥିତ କରି ଏହାକୁ ସାର୍ବଜନୀନ ଭାବେ ଆକ୍ସେସ ଯୋଗ୍ୟ ଏବଂ ଉପଯୋଗୀ କରିବା। ଏହି ଲକ୍ଷ୍ୟରେ ଲୋକେସନ ସୂଚନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଡ୍ରାଇଭିଂ ଦିଗନିର୍ଦ୍ଦେଶଠାରୁ ଆରମ୍ଭ କରି ଆପଣଙ୍କର ସର୍ଚ୍ଚ ଫଳାଫଳ ଆପଣଙ୍କ ଆଖପାଖର ଜିନିଷଗୁଡ଼ିକ ଅନ୍ତର୍ଭୁକ୍ତ କରିବାକୁ ସୁନିଶ୍ଚିତ କରିବା ଏବଂ ଏକ ରେଷ୍ଟୁରାଣ୍ଟ ସାଧାରଣତଃ କେତେବେଳେ ବ୍ୟସ୍ତ ରୁହେ ତାହା ଆପଣଙ୍କୁ ଦେଖାଇବା ପର୍ଯ୍ୟନ୍ତ ଲୋକେସନ ସୂଚନା ସମଗ୍ର Googleରେ ଆପଣଙ୍କ ଅନୁଭୂତିକୁ ଅଧିକ ପ୍ରାସଙ୍ଗିକ ଏବଂ ଉପଯୋଗୀ କରିପାରିବ।

ଏକ ୱେବସାଇଟକୁ ସଠିକ ଭାଷାରେ ପ୍ରଦାନ କରିବା କିମ୍ବା Googleର ସେବାଗୁଡ଼ିକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବା ପରି କିଛି ମୁଖ୍ୟ ପ୍ରଡକ୍ଟ କାର୍ଯ୍ୟକ୍ଷମତାରେ ମଧ୍ୟ ଲୋକେସନ ସୂଚନା ସାହାଯ୍ୟ କରେ।

ଯେତେବେଳେ ଆପଣ Googleର ପ୍ରଡକ୍ଟ ଓ ସେବାଗୁଡ଼ିକୁ ବ୍ୟବହାର କରନ୍ତି, ସେତେବେଳେ ଏହା ଲୋକେସନ ସୂଚନା ସମେତ ଡାଟାକୁ କିପରି ବ୍ୟବହାର କରେ ତାହାକୁ Google ଗୋପନୀୟତା ନୀତି ବର୍ଣ୍ଣନା କରେ। Google ବ୍ୟବହାର କରୁଥିବା ଲୋକେସନ ସୂଚନା ଏବଂ ଏହାକୁ ବ୍ୟବହାର କରିବାର ଉପାୟଗୁଡ଼ିକୁ ଆପଣ କିପରି ନିୟନ୍ତ୍ରଣ କରିପାରିବେ ସେ ବିଷୟରେ ଏହି ପୃଷ୍ଠା ଅତିରିକ୍ତ ବିବରଣୀ ପ୍ରଦାନ କରେ। 18 ବର୍ଷରୁ କମ ବୟସର ୟୁଜରମାନଙ୍କ ପାଇଁ କିଛି ଡାଟା କାର୍ଯ୍ୟପଦ୍ଧତି ଭିନ୍ନ ହୋଇପାରେ। Googleର ପିଲାମାନଙ୍କ ପାଇଁ Family Link ମାଧ୍ୟମରେ ପରିଚାଳିତ Google ଆକାଉଣ୍ଟ ଓ ପ୍ରୋଫାଇଲଗୁଡ଼ିକ ନିମନ୍ତେ ଗୋପନୀୟତା ନୋଟିସ ଏବଂ Googleର କିଶୋର ଗୋପନୀୟତା ଗାଇଡରେ ଅଧିକ ଜାଣନ୍ତୁ।

Google ଲୋକେସନ ସୂଚନାକୁ କିପରି ବ୍ୟବହାର କରେ?

ବ୍ୟବହାର କରାଯାଉଥିବା ସେବା କିମ୍ବା ଫିଚର ଏବଂ ଲୋକମାନଙ୍କର ଡିଭାଇସ ଓ ଆକାଉଣ୍ଟ ସେଟିଂସ ଉପରେ ନିର୍ଭର କରି Google କିପରି ଲୋକେସନ ସୂଚନା ବ୍ୟବହାର କରେ ତାହା ଭିନ୍ନ ହୋଇଥାଏ। Google ଲୋକେସନ ସୂଚନା ବ୍ୟବହାର କରିପାରୁଥିବା କିଛି ମୁଖ୍ୟ ଉପାୟ ଏଠାରେ ଦିଆଯାଇଛି।

ଅନୁଭୂତିକୁ ଉପଯୋଗୀ କରିବା ପାଇଁ

ଲୋକମାନେ Googleର ପ୍ରଡକ୍ଟଗୁଡ଼ିକ ସହ ଇଣ୍ଟରାକ୍ଟ କରିବା ସମୟରେ ସେମାନଙ୍କୁ ସ୍ଥାନୀୟ ଭାବେ ପ୍ରାସଙ୍ଗିକ ଏବଂ ଦ୍ରୁତ ସର୍ଚ୍ଚ ଫଳାଫଳ, ଲୋକମାନଙ୍କ ଦୈନିକ ଯାତାୟାତ ପାଇଁ ଟ୍ରାଫିକ ପୂର୍ବାନୁମାନ ଏବଂ ଜଣେ ବ୍ୟକ୍ତିଙ୍କ ପ୍ରସଙ୍ଗକୁ ବିଚାରକୁ ନେଉଥିବା ପରାମର୍ଶଗୁଡ଼ିକ ପରି ଉପଯୋଗୀ ସେବାଗୁଡ଼ିକ ପ୍ରଦାନ କରିବା ପାଇଁ Google ଲୋକେସନ ସୂଚନାକୁ ବ୍ୟବହାର କିମ୍ବା ସେଭ କରିପାରେ। ଉଦାହରଣ ସ୍ୱରୂପ, ମୁଭି ସମୟ ପାଇଁ ସର୍ଚ୍ଚ କରୁଥିବା କୌଣସି ବ୍ୟକ୍ତି ସମ୍ଭବତଃ ତାଙ୍କ ଆଖପାଖର ଥିଏଟରଗୁଡ଼ିକରେ ମୁଭି ଦେଖିବାକୁ ଚାହିଁବେ, ଅନ୍ୟ ଏକ ସହରରେ ନୁହେଁ। Google Mapsରେ, ଲୋକେସନ ସୂଚନା ଲୋକମାନଙ୍କୁ ଏକ ମେପରେ ସେମାନଙ୍କ ସ୍ଥାନକୁ ଖୋଜିବା ଏବଂ ସେମାନେ ଭିଜିଟ କରିବାକୁ ଚାହୁଁଥିବା ସ୍ଥାନଗୁଡ଼ିକୁ ନାଭିଗେଟ କରିବାରେ ସାହାଯ୍ୟ କରେ।

ଲୋକମାନଙ୍କୁ ସେମାନେ ଭିଜିଟ କରିଥିବା ସ୍ଥାନଗୁଡ଼ିକୁ ମନେ ରଖିବାରେ ସାହାଯ୍ୟ କରିବା ପାଇଁ

ଟାଇମଲାଇନ ବ୍ୟବହାର କରି ଲୋକମାନେ ଅତୀତକୁ ଫେରିବା ଏବଂ ସେମାନଙ୍କର ସାଇନ-ଇନ ହୋଇଥିବା ଡିଭାଇସଗୁଡ଼ିକ ସହ ସେମାନେ ଯାଇଥିବା ସ୍ଥାନଗୁଡ଼ିକୁ ମନେ ରଖିବା ପାଇଁ ବାଛିପାରିବେ। ଟାଇମଲାଇନ ହେଉଛି ଆପଣଙ୍କର ପ୍ରତ୍ୟେକ ଡିଭାଇସରେ ଆପଣ ଯାଇଥିବା ସ୍ଥାନ ଏବଂ ଆପଣ ନେଇଥିବା ରୁଟଗୁଡ଼ିକର ଗୋଟିଏ ମେପ ତିଆରି କରୁଥିବା ଏକ Google ଆକାଉଣ୍ଟ ସେଟିଂ। ଯଦି ଆପଣ ଟାଇମଲାଇନ ବ୍ୟବହାର କରିବାକୁ ବାଛନ୍ତି, ତେବେ ଆପଣ Google ଆପ୍ସ ଖୋଲିନଥିବା ସମୟ ସମେତ ଆପଣଙ୍କ ଡିଭାଇସର ସଠିକ ଲୋକେସନଗୁଡ଼ିକୁ ନିୟମିତ ଭାବେ ଏକ ବ୍ୟକ୍ତିଗତ ମେପ ଏବଂ ଆପଣଙ୍କ ଡିଭାଇସଗୁଡ଼ିକରେ ସେଭ କରାଯାଏ। ଟାଇମଲାଇନରେ ଯେ କୌଣସି ସମୟରେ ଏହି ସୂଚନାକୁ ଭ୍ୟୁ କରି ଡିଲିଟ କରାଯାଇପାରିବ।

ଜିନିଷଗୁଡ଼ିକୁ ଶୀଘ୍ର ଖୋଜିବା ଏବଂ ଅଧିକ ଉପଯୋଗୀ ଫଳାଫଳ ପାଇବାରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ

ଉଦାହରଣ ସ୍ୱରୂପ, Search ସର୍ଭିସେସ ଇତିହାସ ହେଉଛି ଏକ Google ଆକାଉଣ୍ଟ ସେଟିଂ ଯାହା ସାଇନ-ଇନ କରିଥିବା ୟୁଜରମାନଙ୍କୁ Search, Maps ଏବଂ Shopping ପରି ସର୍ଭିସେସରୁ କାର୍ଯ୍ୟକଳାପ ଏବଂ ଲୋକେସନ ପରି ସମ୍ବନ୍ଧିତ ସୂଚନା ସେଭ କରିବାକୁ ଦିଏ। ସର୍ଚ୍ଚ ସର୍ଭିସେସରେ ପର୍ସନାଲାଇଜ ହୋଇଥିବା ସୁପାରିଶ ସେଟିଂ ଚାଲୁଥିବା ସମୟରେ, ଏହି ସର୍ଭିସେସ ଆପଣ ଅତୀତରେ ସର୍ଚ୍ଚ କରିଥିବା ଏକ ସାଧାରଣ ଏରିଆ ସହ ପ୍ରାସଙ୍ଗିକ ହେଉଥିବା ଫଳାଫଳ, କ୍ୟୁରେଟ କରାଯାଇଥିବା ଫିଡ ଏବଂ AI ଉତ୍ତରଗୁଡ଼ିକ ପ୍ରଦାନ କରିପାରେ।

ଅଧିକ ପ୍ରାସଙ୍ଗିକ ବିଜ୍ଞାପନ ଦେଖାଇବା ପାଇଁ

ଆପଣଙ୍କ ଲୋକେସନ ସୂଚନା ଆପଣଙ୍କୁ ଅଧିକ ପ୍ରାସଙ୍ଗିକ ବିଜ୍ଞାପନ ଦେଖାଇବା ପାଇଁ Googleକୁ ସାହାଯ୍ୟ କରିପାରିବ। ଯେତେବେଳେ ଆପଣ “ମୋ ଆଖପାଖରେ ଥିବା ଜୋତା ଷ୍ଟୋରଗୁଡ଼ିକ” ପରି କିଛି ସର୍ଚ୍ଚ କରନ୍ତି, ଆପଣଙ୍କ ଆଖପାଖରେ ଥିବା ଜୋତା ଷ୍ଟୋରଗୁଡ଼ିକ ବିଷୟରେ ବିଜ୍ଞାପନଗୁଡ଼ିକ ଆପଣଙ୍କୁ ଦେଖାଇବା ପାଇଁ ଲୋକେସନ ସୂଚନାକୁ ବ୍ୟବହାର କରାଯାଇପାରିବ। କିମ୍ବା, ଧରାଯାଉ ଆପଣ ପୋଷାଜୀବଙ୍କ ବୀମାର ସର୍ଚ୍ଚ କରୁଛନ୍ତି, ତେବେ ବିଜ୍ଞାପନଦାତାମାନେ ବିଭିନ୍ନ ଏରିଆରେ ଭିନ୍ନ ଭିନ୍ନ ଲାଭ ଦେଖାଇପାରନ୍ତି। ବିଜ୍ଞାପନଗୁଡ଼ିକୁ ଦେଖାଇବା ପାଇଁ ଲୋକେସନ ସୂଚନାକୁ କିପରି ବ୍ୟବହାର କରାଯାଏ, ସେ ବିଷୟରେ ଅଧିକ ଜାଣନ୍ତୁ

ଅନୁଭୂତିଗୁଡ଼ିକୁ ଅଧିକ ସୁରକ୍ଷିତ କରିବା ପାଇଁ

ଅସ୍ୱାଭାବିକ କାର୍ଯ୍ୟକଳାପ ଚିହ୍ନଟ କରି କିମ୍ବା ଏକ ନୂଆ ସହରରୁ ସାଇନ-ଇନ କରିବାରୁ ଆପଣଙ୍କ ଆକାଉଣ୍ଟକୁ ସୁରକ୍ଷିତ ରଖିବା ପରି କିଛି ବେସିକ ସେବା ପ୍ରଦାନ କରିବା ପାଇଁ Google ଆପଣଙ୍କ ଲୋକେସନ ବିଷୟରେ ଥିବା ସୂଚନାକୁ ବ୍ୟବହାର କରେ।

ବେନାମୀ କମ୍ୟୁନିଟୀର ଟ୍ରେଣ୍ଡ, ଆକଳନଗୁଡ଼ିକୁ ଦେଖାଇବାକୁ ଏବଂ ରିସର୍ଚ୍ଚ ପାଇଁ

ରିସର୍ଚ୍ଚ ପାଇଁ ଏବଂ କମ୍ୟୁନିଟୀ ଟ୍ରେଣ୍ଡଗୁଡ଼ିକ ଦେଖାଇବାକୁ Google ଏକତ୍ରିତ ବେନାମୀ ଲୋକେସନ ସୂଚନା ମଧ୍ୟ ବ୍ୟବହାର କରେ।

ଲୋକେସନ ସୂଚନା ଦେଖାଯିବାର ଅଧିକ ଉପାୟ ଦେଖିବା ପାଇଁ Google ଗୋପନୀୟତା ନୀତିକୁ ଭିଜିଟ କରନ୍ତୁ।

ମୋ Android ଡିଭାଇସ ଏବଂ ଆପ୍ସରେ ଲୋକେସନ କିପରି କାମ କରେ?

ଆପଣ ଆପଣଙ୍କ ଡିଭାଇସର ଲୋକେସନରୁ ସ୍ଥାନୀୟ ସର୍ଚ୍ଚ ଫଳାଫଳ, ଯାତାୟାତର ପୂର୍ବାନୁମାନ ପାଇପାରିବେ ଏବଂ ଆଖପାଖର ରେଷ୍ଟୁରାଣ୍ଟଗୁଡ଼ିକୁ ଖୋଜିପାରିବେ। ଆପଣଙ୍କ ମୋବାଇଲ ଫୋନ କିମ୍ବା ଟାବଲେଟଗୁଡ଼ିକ ପାଇଁ Android ଡିଭାଇସ ସେଟିଂସ, ଆପଣଙ୍କ ଡିଭାଇସରେ ଲୋକେସନ ସେବା ଲୋକେସନର ଆକଳନ କରେ ନା ନାହିଁ ଏବଂ ଆପଣଙ୍କ ଡିଭାଇସରେ ନିର୍ଦ୍ଦିଷ୍ଟ ଆପ୍ସ ଓ ସେବା ସେହି ଡିଭାଇସର ଲୋକେସନକୁ ବ୍ୟବହାର କରିପାରିବ ନା ନାହିଁ ଏବଂ କିପରି କରିପାରିବ, ତାହା ନିୟନ୍ତ୍ରଣ କରିବା ପାଇଁ ଆପଣଙ୍କୁ ଅନୁମତି ଦିଏ।

ଆପ୍ସର ଡିଭାଇସ ଲୋକେସନ ବ୍ୟବହାରକୁ ଆପଣ କିପରି ନିୟନ୍ତ୍ରଣ କରିପାରିବେ

ଆପଣ ଆପଣଙ୍କ Android ଡିଭାଇସ ସେଟିଂସରେ ଡିଭାଇସର ଲୋକେସନକୁ ବ୍ୟବହାର କରିବା ପାଇଁ କେଉଁ ଆପ୍ସର ଅନୁମତି ଅଛି, ତାହା ନିୟନ୍ତ୍ରଣ କରିପାରିବେ। ସେଟିଂସରେ, ଆପ ସଠିକ କିମ୍ବା ଆନୁମାନିକ ଲୋକେସନକୁ ଆକ୍ସେସ କରିପାରିବ ନା ନାହିଁ ତାହା ଆପଣଙ୍କୁ ବାଛିବାକୁ ଦେଉଥିବା ନିୟନ୍ତ୍ରଣଗୁଡ଼ିକ ଆପଣଙ୍କ ପାଖରେ ଅଛି। ଏକ ଆପ ଯେ କୌଣସି ସମୟରେ ଡିଭାଇସର ଲୋକେସନ ଆକ୍ସେସ କରିପାରିବ ନା ନାହିଁ, କେବଳ ଆପଟି ବ୍ୟବହାରରେ ଥିବା ସମୟରେ ଆପକୁ ପ୍ରତ୍ୟେକ ଥର ପଚାରିବାକୁ ପଡ଼ିବ କିମ୍ବା କେବେ ବି ପଚାରିବାକୁ ପଡ଼ିବ ନାହିଁ ତାହା ନିଷ୍ପତ୍ତି ନେବା ପାଇଁ ଆପଣଙ୍କୁ ଅନୁମତି ଦେଉଥିବା ନିୟନ୍ତ୍ରଣଗୁଡ଼ିକ ଆମେ ଯୋଗ କରିଛୁ। ଏହି ସେଟିଂସ ଏବଂ ନିୟନ୍ତ୍ରଣଗୁଡ଼ିକର ଉପଲବ୍ଧତା ଆପଣଙ୍କ ଡିଭାଇସ Androidର କେଉଁ ସଂସ୍କରଣରେ ଚାଲୁଛି ତାହା ଉପରେ ନିର୍ଭର କରେ। ଅଧିକ ଜାଣନ୍ତୁ

ଡିଭାଇସ ଲୋକେସନ କିପରି କାମ କରେ

ଆପଣଙ୍କ ଡିଭାଇସ ସେଟିଂସ ଉପରେ ନିର୍ଭର କରି, Android ଡିଭାଇସଗୁଡ଼ିକ GPS, ସେନ୍ସର (ଯେପରି ଆକ୍ସିଲିରୋମିଟର, ଜାଇରୋସ୍କୋପ, ମେଗ୍ନେଟୋମିଟର ଓ ବାରୋମିଟର), ମୋବାଇଲ ନେଟୱାର୍କ ସିଗନାଲ ଏବଂ ୱାଇ-ଫାଇ ସିଗନାଲ ସମେତ ବିଭିନ୍ନ ଇନପୁଟ ବ୍ୟବହାର କରି ଲୋକେସନର ଆକଳନ କରେ। ଏହି ଇନପୁଟଗୁଡ଼ିକ ସବୁଠାରୁ ସଠିକ ସମ୍ଭାବ୍ୟ ଲୋକେସନର ଆକଳନ କରିବା ପାଇଁ ବ୍ୟବହାର କରାଯାଇପାରିବ ଯାହା ଆବଶ୍ୟକୀୟ ଅନୁମତି ଥିବା ଡିଭାଇସରେ ଆପ୍ସ ଏବଂ ସେବାଗୁଡ଼ିକୁ ପ୍ରଦାନ କରାଯାଏ। ଆପଣଙ୍କ Android ଡିଭାଇସର ଲୋକେସନ ସେଟିଂସ ବିଷୟରେ ଅଧିକ ଜାଣନ୍ତୁ

ଘନ ସହରାଞ୍ଚଳର କିମ୍ବା ଇନଡୋର ସମେତ ବିଶେଷତଃ GPS ସିଗନାଲ ଉପଲବ୍ଧ ନଥିବା କିମ୍ବା ସଠିକ ନଥିବା ବାତାବରଣରେ, ମୋବାଇଲ ଏବଂ ୱାଇ-ଫାଇ ନେଟୱାର୍କ ସିଗନାଲ ଡିଭାଇସର ଲୋକେସନ ଆକଳନ କରିବାରେ Androidକୁ ସାହାଯ୍ୟ କରିପାରିବ। Google ଲୋକେସନ ସଠିକତା (GLA, ଯାହାକୁ Google ଲୋକେସନ ସେବା ମଧ୍ୟ କୁହାଯାଏ) ହେଉଛି ଡିଭାଇସର ଲୋକେସନର ଆକଳନକୁ ଉନ୍ନତ କରିବା ପାଇଁ ଏହି ସିଗନାଲଗୁଡ଼ିକୁ ବ୍ୟବହାର କରୁଥିବା ଏକ Google ସେବା।

ଏହି ଅଧିକ ସଠିକ ଲୋକେସନ ପ୍ରଦାନ କରିବା ପାଇଁ, ଯେତେବେଳେ ଚାଲୁ କରାଯାଏ, GLA—କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସହ ସମ୍ବନ୍ଧିତ ନଥିବା ଅସ୍ଥାୟୀ ରୋଟେଟିଂ ଡିଭାଇସ ଚିହ୍ନଟକାରୀ ବ୍ୟବହାର କରି—GPS ଏବଂ ୱାଇ-ଫାଇ ଆକ୍ସେସ ପଏଣ୍ଟ, ମୋବାଇଲ ନେଟୱାର୍କ ଓ ଡିଭାଇସ ସେନ୍ସର ବିଷୟରେ ସୂଚନା ସମେତ ଆପଣଙ୍କ Android ଡିଭାଇସରୁ ପର୍ଯ୍ୟାୟକ୍ରମେ ଲୋକେସନ ସୂଚନା ସଂଗ୍ରହ କରେ। GLA ଏହି ସୂଚନାକୁ ଲୋକେସନ ସଠିକତାକୁ ଉନ୍ନତ କରିବା ଏବଂ ଲୋକେସନ-ଆଧାରିତ ସେବାଗୁଡ଼ିକ ପ୍ରଦାନ କରିବା ପାଇଁ ବ୍ୟବହାର କରେ, ଯେଉଁଥିରେ ୱାଇ-ଫାଇ ଆକ୍ସେସ ପଏଣ୍ଟ ଏବଂ ମୋବାଇଲ ନେଟୱାର୍କ ଟାୱାରର Crowdsource କରାଯାଇଥିବା ମେପ ତିଆରି କରିବା ଅନ୍ତର୍ଭୁକ୍ତ ଅଟେ।

ଆପଣ ଯେ କୌଣସି ସମୟରେ ଆପଣଙ୍କ Android ଡିଭାଇସର ଲୋକେସନ ସେଟିଂସରେ GLAକୁ ବନ୍ଦ କରିପାରିବେ। GLA ବନ୍ଦ କରାଯାଇଥିଲେ ମଧ୍ୟ ଆପଣଙ୍କ Android ଡିଭାଇସର ଲୋକେସନ କାର୍ଯ୍ୟ କରିବା ଜାରି ରଖିବ ଏବଂ ଡିଭାଇସର ଲୋକେସନକୁ ଆକଳନ କରିବା ପାଇଁ ଏହି ଡିଭାଇସ କେବଳ GPS ଏବଂ ଡିଭାଇସ ସେନ୍ସର ଉପରେ ନିର୍ଭର କରିବ।

Google ମୋର ଲୋକେସନ କିପରି ଜାଣେ?

ଆପଣ ବ୍ୟବହାର କରୁଥିବା ପ୍ରଡକ୍ଟ ଏବଂ ଆପଣ ବାଛୁଥିବା ସେଟିଂସ ଉପରେ ନିର୍ଭର କରି, ଆପଣ ବ୍ୟବହାର କରୁଥିବା କିଛି ସେବା ଏବଂ ପ୍ରଡକ୍ଟକୁ ଅଧିକ ଉପଯୋଗୀ କରିବାରେ ସାହାଯ୍ୟ କରିବା ପାଇଁ Google ଲୋକେସନ ସୂଚନାର ବିଭିନ୍ନ ପ୍ରକାରକୁ ବ୍ୟବହାର କରିପାରେ।

ଏହି ଲୋକେସନ ସୂଚନା ଆପଣଙ୍କ IP ଠିକଣା କିମ୍ବା ଡିଭାଇସ ଏବଂ Google ସାଇଟ ଓ ସେବାଗୁଡ଼ିକରେ ଆପଣଙ୍କର ସେଭ କରାଯାଇଥିବା କାର୍ଯ୍ୟକଳାପ ପରି ରିଅଲ-ଟାଇମ ସିଗନାଲଗୁଡ଼ିକରୁ ମିଳିପାରିବ। ଏହା ହେଉଛି ମୁଖ୍ୟ ଉପାୟଗୁଡ଼ିକ ଯାହା ମାଧ୍ୟମରେ Google ଆପଣଙ୍କ ଲୋକେସନ ବିଷୟରେ ସୂଚନା ପାଇପାରେ।

ଆପଣଙ୍କ IP ଠିକଣାରୁ

ଏକ IP ଠିକଣା, ଯାହାକୁ ଇଣ୍ଟରନେଟ ପ୍ରୋଟୋକଲ ଠିକଣା ମଧ୍ୟ କୁହାଯାଏ, ତାହା ଆପଣଙ୍କର ଇଣ୍ଟରନେଟ ସେବା ପ୍ରଦାନକାରୀ ଦ୍ୱାରା ଆପଣଙ୍କ କମ୍ପ୍ୟୁଟର କିମ୍ବା ଡିଭାଇସକୁ ଆସାଇନ କରାଯାଇଥିବା ଏକ ନମ୍ବର ଅଟେ। IP ଠିକଣାଗୁଡ଼ିକୁ ଆପଣଙ୍କ ଡିଭାଇସ ଏବଂ ଆପଣ ବ୍ୟବହାର କରୁଥିବା ୱେବସାଇଟ ଓ ସେବାଗୁଡ଼ିକ ମଧ୍ୟରେ କନେକ୍ସନ ତିଆରି କରିବା ପାଇଁ ବ୍ୟବହାର କରାଯାଏ।

ଅନ୍ୟ ଇଣ୍ଟରନେଟ ସେବା ପରି, କିଛି ବେସିକ ସେବା ପ୍ରଦାନ କରିବା ପାଇଁ ଆପଣ ଥିବା ସାଧାରଣ ଏରିଆ ବିଷୟରେ ସୂଚନାକୁ Google ବ୍ୟବହାର କରିପାରେ—ପ୍ରାସଙ୍ଗିକ ଫଳାଫଳ, ଯେପରି ଯେତେବେଳେ କେହି ଜଣେ ବ୍ୟକ୍ତି ସମୟ କେତେ ବୋଲି ପଚାରି ସର୍ଚ୍ଚ କରନ୍ତି କିମ୍ବା ଏକ ନୂଆ ସହରରୁ ସାଇନ-ଇନ କରିବା ପରି ଅସ୍ୱାଭାବିକ କାର୍ଯ୍ୟକଳାପକୁ ଚିହ୍ନଟ କରି ଆପଣଙ୍କ ଆକାଉଣ୍ଟକୁ ସୁରକ୍ଷିତ ରଖିବା।

ମନେ ରଖନ୍ତୁ: ଇଣ୍ଟରନେଟ ଟ୍ରାଫିକକୁ ପଠାଇବା ଏବଂ ପାଇବା ପାଇଁ ଡିଭାଇସଗୁଡ଼ିକ IP ଠିକଣା ଆବଶ୍ୟକ କରେ। IP ଠିକଣାଗୁଡ଼ିକ ପ୍ରାୟ ଭୌଗଳିକ ଅବସ୍ଥିତି ଉପରେ ଆଧାରିତ ଅଟେ। ଏହାର ଅର୍ଥ ହେଉଛି google.com ସମେତ ଆପଣ ବ୍ୟବହାର କରୁଥିବା ଯେ କୌଣସି ଆପ୍ସ, ସେବା କିମ୍ବା ୱେବସାଇଟ ଆପଣଙ୍କ IP ଠିକଣାରୁ ଆପଣଙ୍କ ସାଧାରଣ ଏରିଆ ବିଷୟରେ କିଛି ସୂଚନା ଅନୁମାନ କରି ବ୍ୟବହାର କରିବାକୁ ସକ୍ଷମ ହୋଇପାରେ।

ଆପଣଙ୍କ ସେଭ କରାଯାଇଥିବା କାର୍ଯ୍ୟକଳାପରୁ

ଯଦି ଆପଣ ଆପଣଙ୍କ Google ଆକାଉଣ୍ଟରେ ସାଇନ ଇନ କରିଛନ୍ତି ଏବଂ Search ସର୍ଭିସେସ ଇତିହାସ ଓ ୱେବ ଓ ଆପ କାର୍ଯ୍ୟକଳାପ ପରି ନିର୍ଦ୍ଦିଷ୍ଟ ଇତିହାସ ନିୟନ୍ତ୍ରଣଗୁଡ଼ିକୁ ଚାଲୁ କରିଛନ୍ତି, ତେବେ Google ସାଇଟ, ଆପ୍ସ ଓ ସର୍ଭିସେସରେ ଆପଣଙ୍କ କାର୍ଯ୍ୟକଳାପ ଡାଟାକୁ ଆପଣଙ୍କ Google ଆକାଉଣ୍ଟରେ ଇତିହାସ ଭାବେ ସେଭ କରାଯାଇପାରେ। କିଛି କାର୍ଯ୍ୟକଳାପ Google ସର୍ଭିସେସ ବ୍ୟବହାର କରିବା ସମୟରେ ଆପଣ ଥିବା ସାଧାରଣ ଏରିଆ ବିଷୟରେ ସୂଚନାକୁ ଅନ୍ତର୍ଭୁକ୍ତ କରିପାରେ। ଆପଣ ଏକ ସାଧାରଣ ଏରିଆକୁ ବ୍ୟବହାର କରି କୌଣସି ଜିନିଷ ପାଇଁ ସର୍ଚ୍ଚ କଲେ, ଆପଣଙ୍କ ସର୍ଚ୍ଚ ଅତି କମରେ 3 ବର୍ଗ କିମିର ଏକ ଏରିଆ ବ୍ୟବହାର କରିବ କିମ୍ବା ଅତି କମରେ 1000 ଜଣ ଲୋକଙ୍କ ଲୋକେସନକୁ ପ୍ରତିନିଧିତ୍ୱ କରିବା ପର୍ଯ୍ୟନ୍ତ ଏରିଆକୁ ବିସ୍ତାର କରିବ। ଏହା ଆପଣଙ୍କ ଗୋପନୀୟତାକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରେ।

କିଛି କ୍ଷେତ୍ରରେ, ପୂର୍ବରୁ ଆପଣ ଯେଉଁ ଏରିଆଗୁଡ଼ିକରୁ ସର୍ଚ୍ଚ କରିଛନ୍ତି ସେଗୁଡ଼ିକୁ ଆପଣଙ୍କ ସର୍ଚ୍ଚ ପାଇଁ ଏକ ପ୍ରାସଙ୍ଗିକ ଲୋକେସନ ଅନୁମାନ କରିବା ନିମନ୍ତେ ବ୍ୟବହାର କରାଯାଇପାରେ। ଉଦାହରଣ ସ୍ୱରୂପ, ଯଦି ଆପଣ ଚେଲସିଆରେ ଥିବା ସମୟରେ କଫି ସପଗୁଡ଼ିକ ପାଇଁ ସର୍ଚ୍ଚ କରନ୍ତି, ତେବେ ଭବିଷ୍ୟତର ସର୍ଚ୍ଚଗୁଡ଼ିକରେ Google ଚେଲସିଆ ପାଇଁ ଫଳାଫଳ ଦେଖାଇପାରେ।

ଆପଣଙ୍କ Google ଆକାଉଣ୍ଟରେ କାର୍ଯ୍ୟକଳାପ ଡାଟା କିପରି ସେଭ ହୁଏ ତାହା ଆପଣ ମୋ କାର୍ଯ୍ୟକଳାପରେ ଭ୍ୟୁ କରି ନିୟନ୍ତ୍ରଣ କରିପାରିବେ।

ଯଦି ଆପଣ ଆପଣଙ୍କ Google ଆକାଉଣ୍ଟରେ ସାଇନ ଇନ କରିନାହାଁନ୍ତି, ତେବେ ଅଧିକ ପ୍ରାସଙ୍ଗିକ ଫଳାଫଳ ଏବଂ ସୁପାରିଶ ପ୍ରଦାନ କରିବାରେ ସାହାଯ୍ୟ କରିବା ପାଇଁ, Google ଆପଣ ବ୍ୟବହାର କରୁଥିବା ଡିଭାଇସରୁ ପୂର୍ବବର୍ତ୍ତୀ ସର୍ଚ୍ଚଗୁଡ଼ିକ ପାଇଁ କିଛି ଲୋକେସନ ସୂଚନା ଷ୍ଟୋର କରିପାରେ। ଯଦି ଆପଣ Search କଷ୍ଟମାଇଜେସନକୁ ବନ୍ଦ କରିଦିଅନ୍ତି, ତେବେ Google ଆପଣଙ୍କ ଲୋକେସନର ଆକଳନ କରିବା ପାଇଁ ପୂର୍ବବର୍ତ୍ତୀ ସର୍ଚ୍ଚ କାର୍ଯ୍ୟକଳାପକୁ ବ୍ୟବହାର କରିବ ନାହିଁ। ବ୍ୟକ୍ତିଗତ ଭାବେ ସର୍ଚ୍ଚ କରି କିପରି ବ୍ରାଉଜ କରିବେ ସେ ବିଷୟରେ ଅଧିକ ଜାଣନ୍ତୁ।

ଆପଣ ସେଭ କରିଥିବା ଘର କିମ୍ବା ୱାର୍କ ଠିକଣାରୁ

ଆପଣଙ୍କ ଘର କିମ୍ବା ଆପଣଙ୍କର ୱାର୍କ ପରି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ସ୍ଥାନଗୁଡ଼ିକୁ ଆପଣ ଆପଣଙ୍କ Google ଆକାଉଣ୍ଟରେ ସେଭ କରିବାକୁ ବାଛିପାରନ୍ତି। ଯଦି ଆପଣ ଆପଣଙ୍କ ଘର କିମ୍ବା ୱାର୍କ ଠିକଣାଗୁଡ଼ିକୁ ସେଟ କରନ୍ତି, ତେବେ ଦିଗନିର୍ଦ୍ଦେଶ ପାଇବା କିମ୍ବା ଆପଣଙ୍କ ଘର ବା ୱାର୍କ ପାଖରେ ଥିବା ଫଳାଫଳ ଖୋଜିବା ଏବଂ ବିଜ୍ଞାପନ ଉଦ୍ଦେଶ୍ୟଗୁଡ଼ିକ ହାସଲ କରିବା ପରି କାର୍ଯ୍ୟଗୁଡ଼ିକୁ ଅଧିକ ସହଜରେ କରିବାରେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ସେଗୁଡ଼ିକୁ ବ୍ୟବହାର କରାଯାଇପାରିବ।

ଆପଣ ଯେ କୌଣସି ସମୟରେ ଆପଣଙ୍କ Google ଆକାଉଣ୍ଟରେ ଆପଣଙ୍କ ଘର କିମ୍ବା ୱାର୍କ ଠିକଣାକୁ ଏଡିଟ କିମ୍ବା ଡିଲିଟ କରିପାରିବେ।

ଆପଣଙ୍କ ଡିଭାଇସରୁ

ଆପଣଙ୍କ ଡିଭାଇସରୁ ଲୋକେସନକୁ Google ଆପ୍ସ କିପରି ବ୍ୟବହାର କରେ

ଡିଭାଇସଗୁଡ଼ିକର ସେଟିଂସ କିମ୍ବା ଅନୁମତି ଅଛି ଯାହାକୁ ଆପଣ Search ଏବଂ Maps ପରି Googleର ଆପ୍ସ ସମେତ ଆପଣଙ୍କ ସଠିକ ଲୋକେସନ ଆପ୍ସ ପାଇଁ ଉପଲବ୍ଧ ଅଛି ନା ନାହିଁ ତାହା ନିୟନ୍ତ୍ରଣ କରିବାକୁ ବ୍ୟବହାର କରିପାରିବେ। ଦିଗନିର୍ଦ୍ଦେଶ ଦେବା କିମ୍ବା ଆଖପାଖର ଉପଯୋଗୀ ସର୍ଚ୍ଚ ଫଳାଫଳ ଦେବାରେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ Google Maps ପରି ଆପ୍ସରେ ଏହି ପ୍ରକାରର ସଠିକ ଲୋକେସନ ଉପଯୋଗୀ ଅଟେ। ଉଦାହରଣ ସ୍ୱରୂପ, ସଠିକ ଲୋକେସନ ସେଟିଂସ କିମ୍ବା ଅନୁମତି ଚାଲୁ ଥିବା ବେଳେ ସ୍ଥାନୀୟ ସ୍ଥାନଗୁଡ଼ିକ ଏବଂ ପାଣିପାଗ ସୂଚନା ପରି ଜିନିଷଗୁଡ଼ିକ ପାଇଁ ଆପଣ ଅଧିକ ପ୍ରାସଙ୍ଗିକ ସର୍ଚ୍ଚ ଫଳାଫଳ ପାଇବେ।

ଉଭୟ iOS ଏବଂ Androidରେ ଆପ ଲୋକେସନ ଅନୁମତି ପାଇଁ ସେଟିଂସ ଅଛି, ଯାହାକୁ ଆପଣ ଚାଲୁ କିମ୍ବା ବନ୍ଦ କରିପାରିବେ। ଲୋକେସନ-ଆଧାରିତ ଫିଚର ଏବଂ ସେବାଗୁଡ଼ିକ ପ୍ରଦାନ କରିବାକୁ ଆପଣଙ୍କ ଲୋକେସନ ବ୍ୟବହାର କରିବା ପାଇଁ ଆପଣ ଆପ୍ସକୁ ଅନୁମତି ଦେଇପାରିବେ। ମନେ ରଖନ୍ତୁ, ବେଳେବେଳେ ଆପ୍ସ ପାଇଁ ଆପଣଙ୍କ ସଠିକ ଲୋକେସନକୁ ଅସ୍ଥାୟୀ ଭାବେ ଷ୍ଟୋର କରିବା ଆବଶ୍ୟକ ହୋଇଥାଏ, ଯାହା ଫଳରେ ସେଗୁଡ଼ିକ ଶୀଘ୍ର ଆପଣଙ୍କୁ ଉପଯୋଗୀ ଫଳାଫଳ ଦେଇପାରିବ କିମ୍ବା ଲୋକେସନ ଅପଡେଟ ରଖିବାର ଆବଶ୍ୟକତାକୁ ଏଡ଼ାଇ ବେଟେରୀ ସେଭ କରିପାରିବ।

Find My Device ପରି କିଛି ଆପ୍ସ କିମ୍ବା ଆପଣ ଯଦି ଲୋକେସନ ସେୟାରିଂ ପରି ନିର୍ଦ୍ଦିଷ୍ଟ ଫିଚରଗୁଡ଼ିକୁ ବ୍ୟବହାର କରିବାକୁ ଚାହାଁନ୍ତି ତେବେ ସେଗୁଡ଼ିକ ପୃଷ୍ଠପଟରେ ଆପଣଙ୍କ ଡିଭାଇସ ଲୋକେସନକୁ ଆକ୍ସେସ ଆବଶ୍ୟକ କରେ।

ଆପଣଙ୍କ Android ଡିଭାଇସରେ ଲୋକେସନ କିପରି କାମ କରେ ସେ ବିଷୟରେ ଅଧିକ ସୂଚନା ପାଇଁ ଏଠାରେ ଦେଖନ୍ତୁ।

ମୋ Google ଆକାଉଣ୍ଟରେ ଟାଇମଲାଇନ, Search ସର୍ଭିସେସ ଇତିହାସ ଏବଂ ୱେବ ଓ ଆପ କାର୍ଯ୍ୟକଳାପକୁ କିପରି ସେଭ କରାଯାଏ?

ଟାଇମଲାଇନ ଏବଂ ୱେବ ଓ ଆପ କାର୍ଯ୍ୟକଳାପ

ଟାଇମଲାଇନ, ୱେବ ଓ ଆପ କାର୍ଯ୍ୟକଳାପ ଏବଂ Search ସର୍ଭିସେସ ଇତିହାସ ହେଉଛି Google ଆକାଉଣ୍ଟ ସେଟିଂସ ଯାହା ୟୁଜରମାନଙ୍କୁ କାର୍ଯ୍ୟକଳାପ ଏବଂ ଲୋକେସନ ପରି ସମ୍ବନ୍ଧିତ ସୂଚନା ସେଭ କରିବାକୁ ଅନୁମତି ଦିଏ। ଏଠାରେ ପ୍ରତ୍ୟେକର ଓଭରଭ୍ୟୁ ଦିଆଯାଇଛି। ମନେ ରଖନ୍ତୁ, ଅନ୍ୟ ଫିଚର କିମ୍ବା ପ୍ରଡକ୍ଟ ମଧ୍ୟ ଲୋକେସନ ସୂଚନା ସଂଗ୍ରହ କିମ୍ବା ଷ୍ଟୋର କରିପାରେ।

ଟାଇମଲାଇନ

ଯଦି ଆପଣ ଟାଇମଲାଇନକୁ ଚାଲୁ କରନ୍ତି, ତେବେ ଏହା ଆପଣଙ୍କର ପ୍ରତ୍ୟେକ ସାଇନ-ଇନ ହୋଇଥିବା ଡିଭାଇସରେ ଏକ ବ୍ୟକ୍ତିଗତ ମେପ ତିଆରି କରିବ ଯାହା ଆପଣଙ୍କୁ ଆପଣ ଯାଇଥିବା ସ୍ଥାନ ଏବଂ ଆପଣ ନେଇଥିବା ରୁଟ ଓ ଟ୍ରିପଗୁଡ଼ିକୁ ମନେ ରଖିବାରେ ସାହାଯ୍ୟ କରେ।

ଡିଫଲ୍ଟ ଭାବରେ ଟାଇମଲାଇନ ବନ୍ଦ ଅଛି। ଯଦି ଆପଣ ଟାଇମଲାଇନକୁ ଚାଲୁ କରନ୍ତି, ତେବେ ଆପଣ ସାଇନ ଇନ କରିଥିବା ପ୍ରତ୍ୟେକ ଯୋଗ୍ୟ ମୋବାଇଲ ଡିଭାଇସ ପାଇଁ ଆପଣଙ୍କ ଡିଭାଇସର ସଠିକ ଲୋକେସନକୁ ନିୟମିତ ଭାବେ ସେଭ କରାଯାଏ। Google ଆପ୍ସ ବ୍ୟବହାର କରାଯାଉନଥିବା ସମୟ ସମେତ ଆପଣଙ୍କ ଟାଇମଲାଇନ ତିଆରି କରିବା ପାଇଁ ଡିଭାଇସର ଏହି ଲୋକେସନଗୁଡ଼ିକୁ ବ୍ୟବହାର କରାଯାଏ।

Google ଅନୁଭୂତିକୁ ସମସ୍ତଙ୍କ ପାଇଁ ଅଧିକ ଉପଯୋଗୀ କରିବା ନିମନ୍ତେ ଟାଇମଲାଇନକୁ ଏସବୁ କରିବାକୁ ବ୍ୟବହାର କରାଯାଇପାରିବ

  • ଏକତ୍ରିତ ଲୋକେସନ ଡାଟା ଆଧାରରେ, ଲୋକପ୍ରିୟ ସମୟ ଏବଂ ଟ୍ରାଞ୍ଜିଟ କରୁଥିବା ଲୋକଙ୍କ ପରି କମ୍ୟୁନିଟି ଟ୍ରେଣ୍ଡ ଦେଖାଇବା
  • ଠକାମି ଏବଂ ଅପବ୍ୟବହାରକୁ ଚିହ୍ନଟ କରି ଏହାକୁ ପ୍ରତିରୋଧ କରିବା
  • ବିଜ୍ଞାପନ ପ୍ରଡକ୍ଟ ସମେତ Google ସେବାକୁ ଉନ୍ନତ ଏବଂ ପ୍ରଦାନ କରିବା

ଆପଣଙ୍କ ସେଟିଂସ ଉପରେ ନିର୍ଭର କରି, ବିଜ୍ଞାପନ ଇଣ୍ଟରାକ୍ସନ ସମେତ ଆପଣଙ୍କ ଆକାଉଣ୍ଟରେ ଆପଣ ଇତିହାସ ଭାବେ ସେଭ କରିଥିବା କାର୍ଯ୍ୟକଳାପକୁ ଲୋକମାନେ ଆଖପାଖର ବିଜିନେସଗୁଡ଼ିକର ଷ୍ଟୋରକୁ ଭିଜିଟ କରିବାର ସମ୍ଭାବନା ଆକଳନ କରିବାରେ ସେଗୁଡ଼ିକୁ ସାହାଯ୍ୟ କରିବା ପାଇଁ ଟାଇମଲାଇନ ଡାଟା ସହ ମଧ୍ୟ କନେକ୍ଟ କରାଯାଇପାରେ। କୌଣସି ବ୍ୟକ୍ତିଗତ ସୂଚନା ବିଜିନେସଗୁଡ଼ିକ ସହ ସେୟାର କରାଯାଏ ନାହିଁ।

Google Mapsରେ ଆପଣଙ୍କର ଯାତାୟାତ ବିଷୟରେ ବିଜ୍ଞପ୍ତି ପଠାଇବା ପରି ଆପଣଙ୍କର Google ଅନୁଭୂତିକୁ ପର୍ସନାଲାଇଜ କରିବାରେ ମଧ୍ୟ ଆପଣଙ୍କ ଟାଇମଲାଇନ ସାହାଯ୍ୟ କରିପାରେ।

ଆପଣ ଯେ କୌଣସି ସମୟରେ ଆପଣଙ୍କ ଟାଇମଲାଇନରେ କଣ ସେଭ କରାଯାଇଛି ତାହା ରିଭ୍ୟୁ, ଏଡିଟ ଏବଂ ଡିଲିଟ କରିପାରିବେ। ଆପଣ ଟାଇମଲାଇନକୁ ଚାଲୁ କରିଛନ୍ତି ନା ନାହିଁ ତାହା ଦେଖିବା ପାଇଁ ଆପଣଙ୍କ ମୋ କାର୍ଯ୍ୟକଳାପକୁ ଭିଜିଟ କରନ୍ତୁ। ସେଠାରେ, ଆପଣ ଆପଣଙ୍କ ଟାଇମଲାଇନ ସେଟିଂସକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବେ।

ଆପଣଙ୍କ ଟାଇମଲାଇନ ସେଟିଂର ଅଂଶ ଭାବରେ ଆପଣଙ୍କ ସଠିକ ଲୋକେସନକୁ କେତେ ଥର ସଂଗ୍ରହ କରାଯାଏ, ତାହା ଭିନ୍ନ ହୋଇଥାଏ। ଉଦାହରଣ ସ୍ୱରୂପ, ଯଦି ଆପଣ Google Mapsରେ ନାଭିଗେସନ ବ୍ୟବହାର କରନ୍ତି, ତେବେ ଏହାକୁ ପ୍ରତି ମିନିଟରେ ଏକାଧିକ ଥର ସଂଗ୍ରହ କରାଯାଇପାରେ। କିନ୍ତୁ ଆପଣ ଯଦି ସକ୍ରିୟ ଭାବେ ଆପଣଙ୍କ ଫୋନ ବ୍ୟବହାର କରୁନାହାଁନ୍ତି, ତେବେ ଏହାକୁ ପ୍ରତି କିଛି ଘଣ୍ଟାରେ ଥରେ ସଂଗ୍ରହ କରାଯାଇପାରେ।

ଟାଇମଲାଇନ ଡାଟାକୁ କେତେ ସମୟ ପାଇଁ ସେଭ କରାଯାଏ ତାହା ଆପଣଙ୍କ ସେଟିଂସ ଉପରେ ନିର୍ଭର କରେ— ଏହି ଡାଟା 3, 18 ବା 36 ମାସ ପୁରୁଣା ହେବା ପରେ ଆପଣ ଏହାକୁ ସ୍ୱତଃ ଡିଲିଟ କରିବା ପାଇଁ ବାଛିପାରିବେ କିମ୍ବା ଆପଣ ଡାଟା ଡିଲିଟ ନକରିବା ପର୍ଯ୍ୟନ୍ତ ଏହାକୁ ରଖିପାରିବେ। ଆପଣ ଯେ କୌଣସି ସମୟରେ ମୋ କାର୍ଯ୍ୟକଳାପରେ ଏହାକୁ ପରିବର୍ତ୍ତନ କରିପାରିବେ।

ମନେ ରଖନ୍ତୁ

ଯଦି ଆପଣ ଟାଇମଲାଇନକୁ ବନ୍ଦ କରନ୍ତି

  • ଆପଣ ସେଭ କରିଥିବା ପୂର୍ବର ଯେ କୌଣସି ଟାଇମଲାଇନ ଡାଟାକୁ ଆପଣ ଡିଲିଟ ନକରିବା ପର୍ଯ୍ୟନ୍ତ Google ଏହାକୁ ଷ୍ଟୋର କରିବା ଜାରି ରଖିବ କିମ୍ବା ଆପଣ ଆପଣଙ୍କ ଅଟୋ-ଡିଲିଟ ସେଟିଂସର ଅଂଶ ଭାବରେ ବାଛିଥିବା ଏକ ସମୟ ଅବଧି ପରେ ଏହା ଡିଲିଟ ହୋଇଯିବ।
  • ଟାଇମଲାଇନକୁ ବନ୍ଦ କରିବା ଫଳରେ ଏହା Search ସର୍ଭିସେସ ଇତିହାସ ଏବଂ ୱେବ ଓ ଆପ କାର୍ଯ୍ୟକଳାପ ପରି ଅନ୍ୟ କାର୍ଯ୍ୟକଳାପ ନିୟନ୍ତ୍ରଣ କିମ୍ବା ଅନ୍ୟ Google ପ୍ରଡକ୍ଟ ଦ୍ୱାରା ଲୋକେସନ ସୂଚନାକୁ କିପରି ସେଭ କରାଯାଏ ବା ବ୍ୟବହାର କରାଯାଏ ତାହାକୁ ପ୍ରଭାବିତ କରେ ନାହିଁ, ଉ.ଦା., ଆପଣଙ୍କ IP ଠିକଣା ଆଧାରରେ। ଏବେ ବି ଆପଣଙ୍କର ଲୋକେସନ ସୂଚନାକୁ ସେଭ କରୁଥିବା ଅନ୍ୟ ସେଟିଂସ ଥାଇପାରେ।

ଆପଣ ଟାଇମଲାଇନକୁ ଚାଲୁ କରିଛନ୍ତି ନା ନାହିଁ ତାହା ଦେଖିବା ପାଇଁ ଆପଣଙ୍କ ମୋ କାର୍ଯ୍ୟକଳାପକୁ ଭିଜିଟ କରନ୍ତୁ। ଅଧିକ ଜାଣନ୍ତୁ

Search ସର୍ଭିସେସ ଇତିହାସ

ଆପଣ ସାଇନ-ଇନ କରିଥିବା ସମୟରେ Search ସର୍ଭିସେସ ଇତିହାସ Search, Maps, Shopping, Hotels, Flights, Translate ଏବଂ News ପରି ସର୍ଭିସେସରେ କାର୍ଯ୍ୟକଳାପକୁ ଆପଣଙ୍କ Google ଆକାଉଣ୍ଟରେ ସେଭ କରେ। ଇତିହାସରେ ଆପଣଙ୍କ ସର୍ଚ୍ଚ, Google Mapsରେ ଆପଣ ଭ୍ୟୁ କରୁଥିବା ସ୍ଥାନ, Flights ଏବଂ Hotels ମାଧ୍ୟମରେ ଆପଣ ବୁକ କରୁଥିବା ଟ୍ରାଭେଲ, ଆପଣ ସର୍ଚ୍ଚ କରୁଥିବା ଜିନିଷ କିମ୍ବା ପ୍ରଡକ୍ଟ, ଆପଣ କ୍ଲିକ କରୁଥିବା ବିଜ୍ଞାପନ ଏବଂ Search ସର୍ଭିସେସ ମାଧ୍ୟମରେ ଆପଣ ଭିଜିଟ କରୁଥିବା ୱେବସାଇଟଗୁଡ଼ିକରୁ ସୂଚନା ପରି ଜିନିଷଗୁଡ଼ିକ ଅନ୍ତର୍ଭୁକ୍ତ। ଏଥିରେ ଆପଣଙ୍କ ଇଣ୍ଟରାକ୍ସନରୁ ସମ୍ବନ୍ଧିତ ମିଡିଆ (ଯେପରି ଇମେଜ, ଫାଇଲ ଏବଂ ଅଡିଓ) ମଧ୍ୟ ଅନ୍ତର୍ଭୁକ୍ତ।

ଆପଣଙ୍କ ଇତିହାସରେ ଆପଣଙ୍କ ଡିଭାଇସର ସାଧାରଣ ଏରିଆ ଏବଂ IP ଠିକଣାରୁ ଆପଣଙ୍କର ଲୋକେସନ ବିଷୟରେ ଥିବା ସୂଚନା ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରିବ। ଉଦାହରଣ ସ୍ୱରୂପ, ଯଦି ଆପଣ ପାଣିପାଗ ସୂଚନା ପାଇଁ ସର୍ଚ୍ଚ କରି ଆପଣଙ୍କ ଡିଭାଇସରୁ ପଠାଯାଇଥିବା ଏକ ଲୋକେସନ ପାଇଁ ଫଳାଫଳ ପାଆନ୍ତି, ତେବେ ଆପଣ ସର୍ଚ୍ଚ କରୁଥିବା ସମୟରେ ଆପଣଙ୍କ ଡିଭାଇସଟି ଥିବା ସାଧାରଣ ଏରିଆ ସମେତ ଏହି କାର୍ଯ୍ୟକଳାପ ଆପଣଙ୍କ Search ସର୍ଭିସେସ ଇତିହାସରେ ସେଭ କରାଯାଏ। ଆପଣଙ୍କ ଡିଭାଇସ ପଠାଇଥିବା ସଠିକ ଲୋକେସନ ଷ୍ଟୋର କରାଯାଏ ନାହିଁ, କେବଳ ଲୋକେସନର ସାଧାରଣ ଏରିଆ ଷ୍ଟୋର କରାଯାଏ। ଭବିଷ୍ୟତର ଏକ ସର୍ଚ୍ଚରେ ଏକ ଅଧିକ ପ୍ରାସଙ୍ଗିକ ଲୋକେସନ ନିର୍ଦ୍ଧାରଣ କରିବାରେ Googleକୁ ସାହାଯ୍ୟ କରିବା ପାଇଁ ବ୍ୟବହାର କରାଯାଇପାରୁଥିବା ସେଭ ହୋଇଥିବା ଲୋକେସନ IP ଠିକଣା କିମ୍ବା ଆପଣଙ୍କ ଡିଭାଇସରୁ ମିଳିପାରିବ। ଏହି ସେଭ ହୋଇଥିବା ଲୋକେସନ ମେଟାଡାଟା 30 ଦିନ ପରେ ଆପଣଙ୍କ Search ସର୍ଭିସେସ ଇତିହାସରୁ ସ୍ୱତଃ ଡିଲିଟ ହୋଇଯାଏ।

Google ସର୍ଭିସେସରେ ଆପଣଙ୍କ ଅନୁଭୂତିକୁ ଉପଯୋଗୀ କରିବା ପାଇଁ Search ସର୍ଭିସେସ ଇତିହାସକୁ ବ୍ୟବହାର କରାଯାଏ। ଉଦାହରଣ ସ୍ୱରୂପ, ଆପଣଙ୍କ ଇତିହାସକୁ ସେଭ କରିବା ଫଳରେ ଏହା ଆପଣଙ୍କୁ ପୂର୍ବ ସର୍ଚ୍ଚଗୁଡ଼ିକୁ ପୁଣି ଭିଜିଟ କରିବା, AI ମୋଡ କିମ୍ବା Mapsକୁ ପଚାରନ୍ତୁ ସହ ପୂର୍ବର ଏକ ବାର୍ତ୍ତାଳାପକୁ ରିଜ୍ୟୁମ କରିବା କିମ୍ବା ଅତୀତର ସର୍ଚ୍ଚଗୁଡ଼ିକ ଆଧାରରେ ସ୍ଵତଃସମ୍ପୂର୍ଣ୍ଣ ପରାମର୍ଶଗୁଡ଼ିକ ପାଇବାରେ ସାହାଯ୍ୟ କରେ। ଆପଣଙ୍କ ପର୍ସନାଲାଇଜେସନ ସେଟିଂସ ଉପରେ ନିର୍ଭର କରି, Search ସର୍ଭିସେସରେ କିମ୍ବା ସମଗ୍ର Google ସର୍ଭିସେସରେ ଆପଣଙ୍କୁ ପର୍ସନାଲାଇଜ କରାଯାଇଥିବା ସୁପାରିଶ ଏବଂ ଅନୁଭୂତି ପ୍ରଦାନ କରିବା ପାଇଁ Search ସର୍ଭିସେସ ଇତିହାସ ଡାଟାକୁ ବ୍ୟବହାର କରାଯାଇପାରେ। ଉଦାହରଣ ସ୍ୱରୂପ, ଯଦି ଆପଣଙ୍କ ପର୍ସନାଲାଇଜ ହୋଇଥିବା ସୁପାରିଶ ସେଟିଂ ଚାଲୁ ଅଛି, ତେବେ Search ସର୍ଭିସେସ ଆପଣଙ୍କ Search ସର୍ଭିସେସ ଇତିହାସ ଏବଂ ଲୋକେସନ ପରି ସମ୍ବନ୍ଧିତ ସୂଚନା ସମେତ ଆପଣଙ୍କ Google ଆକାଉଣ୍ଟରେ ଥିବା ସୂଚନା ଆଧାରରେ ଆପଣଙ୍କ ପାଇଁ ପର୍ସନାଲାଇଜ କରାଯାଇଥିବା ଫଳାଫଳ, କ୍ୟୁରେଟ କରାଯାଇଥିବା ଫିଡ ଏବଂ AI ଉତ୍ତରଗୁଡ଼ିକ ପ୍ରଦାନ କରିପାରିବ। ଏହାର ଅର୍ଥ ହେଉଛି ଆପଣ ଅତୀତରେ ସର୍ଚ୍ଚ କରିଥିବା ଏକ ସାଧାରଣ ଲୋକେସନ ପାଇଁ ପ୍ରାସଙ୍ଗିକ ଫଳାଫଳ ଦେଖିପାରନ୍ତି। ଆପଣଙ୍କ ବିଜ୍ଞାପନ ସେଟିଂସ ଉପରେ ନିର୍ଭର କରି ଆପଣଙ୍କୁ ଅଧିକ ପ୍ରାସଙ୍ଗିକ ବିଜ୍ଞାପନ ଦେଖାଇବା ପାଇଁ Search ସର୍ଭିସେସ ଇତିହାସକୁ ମଧ୍ୟ ବ୍ୟବହାର କରାଯାଇପାରିବ। ଆପଣ ଆପଣଙ୍କ ଆକାଉଣ୍ଟରେ ସାଇନ ଇନ କରିଥିବା ଯେ କୌଣସି ସ୍ଥାନରେ Search ସର୍ଭିସେସ ଇତିହାସ ଆପଣଙ୍କ ସମଗ୍ର ଡିଭାଇସରେ କାମ କରିବ।

ଆପଣ ଆପଣଙ୍କ Search ସର୍ଭିସେସ ଇତିହାସ ସହ ସେଭ ହୋଇଥିବା ଲୋକେସନ ଓ ଅନ୍ୟ ସୂଚନାକୁ ରିଭ୍ୟୁ କରି ଡିଲିଟ କରିପାରିବେ କିମ୍ବା ମୋ କାର୍ଯ୍ୟକଳାପକୁ ଭିଜିଟ କରି ଏହାକୁ ବନ୍ଦ କରିପାରିବେ। ଏହି ସେଟିଂ ବନ୍ଦ ଥିବା ସମୟରେ, Search ସର୍ଭିସେସରୁ ନୂଆ କାର୍ଯ୍ୟକଳାପ ଆପଣଙ୍କ Google ଆକାଉଣ୍ଟରେ ଥିବା ଆପଣଙ୍କର Search ସର୍ଭିସେସ ଇତିହାସରେ ସେଭ ହେବ ନାହିଁ।

ମନେ ରଖନ୍ତୁ

ଆପଣ ସର୍ଚ୍ଚ ସର୍ଭିସେସ ଇତିହାସକୁ ବନ୍ଦ କଲେ

  • ଏବେ ବି ଆପଣଙ୍କର ସେଭ କରାଯାଇଥିବା କାର୍ଯ୍ୟକଳାପ ଥାଇପାରେ, ଯାହାକୁ ଆପଣ ଡିଲିଟ ନକରିବା ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରେ। ଆପଣ ଯେ କୌଣସି ସମୟରେ ଏହାକୁ ଡିଲିଟ କରିପାରିବେ। ଏବେ ବି ଆପଣଙ୍କ ସେଭ କରାଯାଇଥିବା ଲୋକେସନ ସୂଚନାକୁ 30 ଦିନ ପରେ ସ୍ୱତଃ ଡିଲିଟ କରାଯାଏ।
  • Search ସର୍ଭିସେସ ଇତିହାସକୁ ବନ୍ଦ କରିବା ଫଳରେ ଏହା ଟାଇମଲାଇନ ପରି ଅନ୍ୟ ସେଟିଂସ ଦ୍ୱାରା ଲୋକେସନ ସୂଚନାକୁ କିପରି ସେଭ କରାଯାଏ କିମ୍ବା ବ୍ୟବହାର କରାଯାଏ ତାହାକୁ ପ୍ରଭାବିତ କରେ ନାହିଁ। ଏବେ ବି ଆପଣଙ୍କର IP ଠିକଣା ସମେତ ଅନ୍ୟ ସେଟିଂସର ଅଂଶ ଭାବରେ ସେଭ କରାଯାଇଥିବା ଅନ୍ୟ ପ୍ରକାରର ଲୋକେସନ ସୂଚନା ଥାଇପାରେ।

ଆପଣଙ୍କ Search ସର୍ଭିସେସ ଇତିହାସ ଚାଲୁ ଅଛି ନା ନାହିଁ ତାହା ଦେଖିବା ପାଇଁ ମୋ କାର୍ଯ୍ୟକଳାପକୁ ଭିଜିଟ କରନ୍ତୁ।

ୱେବ୍‌ ଏବଂ ଆପ୍ଲିକେସନ୍‌ କାର୍ଯ୍ୟକଳାପ

Google Assistant, Google Store ଏବଂ Google TV ପରି କିଛି Google ସର୍ଭିସେସରେ ଆପଣଙ୍କ ଅନୁଭୂତିକୁ ଅଧିକ ପର୍ସନାଲାଇଜ କରିବା ପାଇଁ ୱେବ ଓ ଆପ କାର୍ଯ୍ୟକଳାପ ଡାଟାକୁ ବ୍ୟବହାର କରାଯାଏ। ଆପଣଙ୍କ ବିଜ୍ଞାପନ ସେଟିଂସ ଉପରେ ନିର୍ଭର କରି ଆପଣଙ୍କୁ ଅଧିକ ପ୍ରାସଙ୍ଗିକ ବିଜ୍ଞାପନ ଦେଖାଇବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ। ଆପଣ ଆପଣଙ୍କ ଆକାଉଣ୍ଟରେ ସାଇନ ଇନ କରିଥିବା ଯେ କୌଣସି ସ୍ଥାନରେ ୱେବ ଓ ଆପ କାର୍ଯ୍ୟକଳାପ ଆପଣଙ୍କ ସମଗ୍ର ଡିଭାଇସରେ କାମ କରିବ।

ୱେବ ଓ ଆପ କାର୍ଯ୍ୟକଳାପ ଚାଲୁ ଥିଲେ, ଆପଣ ସମଗ୍ର Google ସର୍ଭିସେସରେ କରୁଥିବା କାର୍ଯ୍ୟଗୁଡ଼ିକ ବିଷୟରେ ଥିବା ଡାଟାକୁ Google ଆପଣଙ୍କ ଆକାଉଣ୍ଟର ୱେବ ଓ ଆପ କାର୍ଯ୍ୟକଳାପରେ ସେଭ କରିବ। ଆପଣ ଏକ Google ସର୍ଭିସେସ ବ୍ୟବହାର କରିଥିବା ସାଧାରଣ ଏରିଆ ପରି ସମ୍ବନ୍ଧିତ ସୂଚନାକୁ ଏହା ଅନ୍ତର୍ଭୁକ୍ତ କରେ।

ଉଦାହରଣ ସ୍ୱରୂପ, ଯଦି ଆପଣ ପାଣିପାଗ ସୂଚନା ପାଇଁ Google Assistantକୁ କୁହନ୍ତି ଏବଂ ଆପଣଙ୍କ ଡିଭାଇସରୁ ପଠାଯାଇଥିବା ଏକ ଲୋକେସନ ପାଇଁ ଫଳାଫଳ ପାଆନ୍ତି, ତେବେ ଆପଣ ସୂଚନା ଅନୁରୋଧ କରିବା ସମୟରେ ଆପଣଙ୍କ ଡିଭାଇସଟି ଥିବା ସାଧାରଣ ଏରିଆ ସମେତ ଏହି କାର୍ଯ୍ୟକଳାପ ଆପଣଙ୍କ ୱେବ ଓ ଆପ କାର୍ଯ୍ୟକଳାପରେ ସେଭ କରାଯାଏ। ଆପଣଙ୍କ ଡିଭାଇସ ପଠାଇଥିବା ସଠିକ ଲୋକେସନ ଷ୍ଟୋର କରାଯାଏ ନାହିଁ, କେବଳ ଲୋକେସନର ସାଧାରଣ ଏରିଆ ଷ୍ଟୋର କରାଯାଏ। ଭବିଷ୍ୟତର ଏକ ଇଣ୍ଟରାକ୍ସନରେ ଏକ ଅଧିକ ପ୍ରାସଙ୍ଗିକ ଲୋକେସନ ନିର୍ଦ୍ଧାରଣ କରିବାରେ Googleକୁ ସାହାଯ୍ୟ କରିବା ପାଇଁ ବ୍ୟବହାର କରାଯାଇପାରୁଥିବା ସେଭ ହୋଇଥିବା ଲୋକେସନ IP ଠିକଣା କିମ୍ବା ଆପଣଙ୍କ ଡିଭାଇସରୁ ମିଳିପାରିବ। ଏହି ସେଭ ହୋଇଥିବା ଲୋକେସନ 30 ଦିନ ପରେ ଆପଣଙ୍କ ୱେବ ଓ ଆପ କାର୍ଯ୍ୟକଳାପରୁ ସ୍ୱତଃ ଡିଲିଟ ହୋଇଯାଏ।

ୱେବ ଓ ଆପ କାର୍ଯ୍ୟକଳାପ ଡାଟା ଆପଣଙ୍କ ପାଇଁ ପ୍ରାସଙ୍ଗିକ ହୋଇଥିବା ସାଧାରଣ ଏରିଆଗୁଡ଼ିକୁ ବୁଝିବାରେ ଏବଂ ଆପଣ Google Assistant ସହ ଇଣ୍ଟରାକ୍ଟ କରିବା ପରି କାର୍ଯ୍ୟଗୁଡ଼ିକୁ କରିବା ସମୟରେ ସେହି ଏରିଆଗୁଡ଼ିକ ପାଇଁ ଫଳାଫଳକୁ ଅନ୍ତର୍ଭୁକ୍ତ କରିବାରେ Googleକୁ ସାହାଯ୍ୟ କରେ।

ଆପଣ ଆପଣଙ୍କ ୱେବ ଓ ଆପ କାର୍ଯ୍ୟକଳାପ ସହ ସେଭ ହୋଇଥିବା ଲୋକେସନ ଓ ଅନ୍ୟ ସୂଚନାକୁ ରିଭ୍ୟୁ କରି ଡିଲିଟ କରିପାରିବେ କିମ୍ବା ମୋ କାର୍ଯ୍ୟକଳାପକୁ ଭିଜିଟ କରି ଏହାକୁ ବନ୍ଦ କରିପାରିବେ। ଏହି ସେଟିଂ ବନ୍ଦ ଥିବା ସମୟରେ, ନୂଆ କାର୍ଯ୍ୟକଳାପ ଆପଣଙ୍କ Google ଆକାଉଣ୍ଟରେ ଥିବା ଆପଣଙ୍କର ୱେବ ଓ ଆପ କାର୍ଯ୍ୟକଳାପରେ ସେଭ ହେବ ନାହିଁ।

ମନେ ରଖନ୍ତୁ

ଯେତେବେଳେ ଆପଣ ୱେବ ଓ ଆପ କାର୍ଯ୍ୟକଳାପକୁ ବନ୍ଦ କରନ୍ତି

  • ଏବେ ବି ଆପଣଙ୍କର ସେଭ କରାଯାଇଥିବା କାର୍ଯ୍ୟକଳାପ ଥାଇପାରେ, ଯାହାକୁ ଆପଣ ଡିଲିଟ ନକରିବା ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରେ। ଆପଣ ଯେ କୌଣସି ସମୟରେ ଏହାକୁ ଡିଲିଟ କରିପାରିବେ। ଏବେ ବି ଆପଣଙ୍କ ସେଭ କରାଯାଇଥିବା ଲୋକେସନ ସୂଚନାକୁ 30 ଦିନ ପରେ ସ୍ୱତଃ ଡିଲିଟ କରାଯାଏ।
  • ୱେବ ଓ ଆପ କାର୍ଯ୍ୟକଳାପକୁ ବନ୍ଦ କରିବା ଫଳରେ ଏହା ଟାଇମଲାଇନ ପରି ଅନ୍ୟ ସେଟିଂସ ଦ୍ୱାରା ଲୋକେସନ ସୂଚନାକୁ କିପରି ସେଭ କରାଯାଏ କିମ୍ବା ବ୍ୟବହାର କରାଯାଏ ତାହାକୁ ପ୍ରଭାବିତ କରେ ନାହିଁ। ଏବେ ବି ଆପଣଙ୍କର IP ଠିକଣା ସମେତ ଅନ୍ୟ ସେଟିଂସର ଅଂଶ ଭାବରେ ସେଭ କରାଯାଇଥିବା ଅନ୍ୟ ପ୍ରକାରର ଲୋକେସନ ସୂଚନା ଥାଇପାରେ।

ଆପଣଙ୍କ ୱେବ ଓ ଆପ କାର୍ଯ୍ୟକଳାପ ଚାଲୁ ଅଛି ନା ନାହିଁ ତାହା ଦେଖିବା ପାଇଁ ମୋ କାର୍ଯ୍ୟକଳାପକୁ ଭିଜିଟ କରନ୍ତୁ।

Google ଛଦ୍ମନାମରେ ଥିବା କିମ୍ବା ବେନାମୀ ଲୋକେସନ ସୂଚନାକୁ କିପରି ବ୍ୟବହାର କରେ?

ଲୋକମାନଙ୍କର ଗୋପନୀୟତାକୁ ଉନ୍ନତ କରିବାରେ ସାହାଯ୍ୟ କରିବା ପାଇଁ Google ବେନାମୀ ଏବଂ ଛଦ୍ମନାମରେ ଦିଆଯାଇଥିବା ଲୋକେସନ ସୂଚନାକୁ ବ୍ୟବହାର କରେ। ସାଧାରଣତଃ ବେନାମୀ ସୂଚନାକୁ କୌଣସି ବ୍ୟକ୍ତିଙ୍କ ସହିତ ସମ୍ବନ୍ଧିତ କରାଯାଇପାରିବ ନାହିଁ। ଛଦ୍ମନାମରେ ଦିଆଯାଇଥିବା ସୂଚନାକୁ କୌଣସି ବ୍ୟକ୍ତିଙ୍କ ଆକାଉଣ୍ଟ, ନାମ କିମ୍ବା ଇମେଲ ଠିକଣା ପରି ଅଧିକ ବ୍ୟକ୍ତିଗତ ଭାବେ ଚିହ୍ନଟ କରାଯାଇପାରୁଥିବା ସୂଚନା ପରିବର୍ତ୍ତେ ସଂଖ୍ୟାଗୁଡ଼ିକର ଷ୍ଟ୍ରିଂ ପରି ଏକ ସ୍ୱତନ୍ତ୍ର ଚିହ୍ନଟକାରୀ ସହ ଜଡ଼ିତ କରାଯାଇପାରେ। ବିଜ୍ଞାପନ କିମ୍ବା ଟ୍ରେଣ୍ଡ ପରି ଉଦ୍ଦେଶ୍ୟଗୁଡ଼ିକ ପାଇଁ Google ଦ୍ୱାରା ଏହାର ପ୍ରଡକ୍ଟ ଓ ସେବାଗୁଡ଼ିକରେ ବେନାମୀ ଏବଂ ଛଦ୍ମନାମରେ ଦିଆଯାଇଥିବା ଲୋକେସନ ସୂଚନାକୁ ବ୍ୟବହାର କରାଯାଇପାରେ।

ଲୋକେସନ ସୂଚନା ସହ ଲିଙ୍କ ହୋଇଥିବା ନିର୍ଦ୍ଦିଷ୍ଟ ଛଦ୍ମନାମ ଥିବା ଚିହ୍ନଟକାରୀଗୁଡ଼ିକୁ ରିସେଟ କରିବା ପାଇଁ ୟୁଜରମାନେ ସକ୍ଷମ ହୋଇପାରନ୍ତି। ଉଦାହରଣ ସ୍ୱରୂପ, ଲୋକମାନେ ସେମାନଙ୍କ Android ଡିଭାଇସଗୁଡ଼ିକରେ ବିଜ୍ଞାପନ IDଗୁଡ଼ିକୁ ରିସେଟ କରି ନିର୍ଦ୍ଦିଷ୍ଟ ଛଦ୍ମନାମ ଥିବା ଚିହ୍ନଟକାରୀଗୁଡ଼ିକୁ ରିସେଟ କରିପାରିବେ। ଏହା ସହିତ, ୟୁଜରମାନେ ସେମାନଙ୍କ ଡିଭାଇସରେ ଲୋକେସନ-ଆଧାରିତ ସେବା ଏବଂ ସଠିକତାକୁ ଉନ୍ନତ କରିବା ପାଇଁ ନିୟନ୍ତ୍ରଣ କରିପାରୁଥିବା ଡିଭାଇସ ସେଟିଂସ, GLA ସମେତ ନିର୍ଦ୍ଦିଷ୍ଟ ଛଦ୍ମନାମ ଥିବା ଚିହ୍ନଟକାରୀଗୁଡ଼ିକୁ Google ୟୁଜର ଗୋପନୀୟତାକୁ ଉନ୍ନତ କରିବା ନିମନ୍ତେ ସ୍ୱତଃ ରିସେଟ କରେ।

ପୃଥକ ଭାବେ, Google ବେନାମୀ ଲୋକେସନ ସୂଚନାକୁ ବ୍ୟବହାର କରିପାରେ। ଉଦାହରଣ ସ୍ୱରୂପ, ଲୋକମାନେ Google Mapsରେ ସ୍ଥାନଗୁଡ଼ିକରେ ଟାପ କରିପାରିବେ, ଉ.ଦା. ଏକ ରେଷ୍ଟୁରାଣ୍ଟ କିମ୍ବା ପାର୍କ ଏବଂ ଏକ ଏରିଆରେ ସେହି ସ୍ଥାନଗୁଡ଼ିକରୁ ଟ୍ରେଣ୍ଡ ଦେଖିପାରିବେ। ଲୋକପ୍ରିୟ ସମୟ ପରି ଟ୍ରେଣ୍ଡ ତିଆରି କରିବା ପାଇଁ ବ୍ୟବହାର କରାଯାଇଥିବା ଲୋକେସନ ସୂଚନାକୁ ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ବ୍ୟବହାର କରାଯାଇପାରିବ ନାହିଁ। ଯଦି ସଠିକ ଏବଂ ବେନାମୀ ବିଜିନେସ ସୂଚନାକୁ ପ୍ରଦାନ କରିବା ପାଇଁ Google ପାଖରେ ଯଥେଷ୍ଟ ସୂଚନା ନଥାଏ, ତେବେ ଏହା Googleରେ ଦେଖାଯାଏ ନାହିଁ।

ସାଇନ-ଆଉଟ କରିଥିବା ଲୋକମାନେ ସର୍ଚ୍ଚ କଷ୍ଟମାଇଜେସନ ସେଟିଂ, YouTube ସେଟିଂସ ଏବଂ ବିଜ୍ଞାପନ ସେଟିଂସ ସମେତ ସେମାନଙ୍କ ବ୍ରାଉଜର କିମ୍ବା ଡିଭାଇସ ସହ ସମ୍ବନ୍ଧିତ ସୂଚନାକୁ ପରିଚାଳନା କରିବା ପାଇଁ Google ମଧ୍ୟ ସେମାନଙ୍କୁ ଅନ୍ୟ ଉପାୟଗୁଡ଼ିକ ଅଫର କରେ। ଅଧିକ ଜାଣନ୍ତୁ

Google ଗୋପନୀୟତା ନୀତିରେ Googleର ଲୋକେସନ ସୂଚନା ବ୍ୟବହାର ବିଷୟରେ ଅଧିକ ଜାଣନ୍ତୁ। ସଂଗ୍ରହ କରାଯାଇଥିବା ଡାଟାକୁ Google କିପରି ରଖେ ଏବଂ Google ଡାଟାକୁ କିପରି ବେନାମୀ କରେ ସେ ବିଷୟରେ ଅଧିକ ଜାଣନ୍ତୁ।

Google ଦ୍ୱାରା ଲୋକେସନ ସୂଚନା କେତେ ସମୟ ପାଇଁ ରଖାଯାଏ?

Google ସଂଗ୍ରହ କରୁଥିବା ଲୋକେସନ ସୂଚନା ସମେତ ୟୁଜର ଡାଟା ପାଇଁ ଆମର ରିଟେନସନ କାର୍ଯ୍ୟପଦ୍ଧତିକୁ Google ଗୋପନୀୟତା ନୀତି ବର୍ଣ୍ଣନା କରେ। ଲୋକେସନ ସୂଚନା କଣ ଅଟେ, ଏହାକୁ କିପରି ବ୍ୟବହାର କରାଯାଏ ଏବଂ ଲୋକମାନେ ସେମାନଙ୍କ ସେଟିଂସକୁ କିପରି କନଫିଗର କରନ୍ତି ତାହା ଉପରେ ନିର୍ଭର କରି ବିଭିନ୍ନ ସମୟ ଅବଧି ପାଇଁ ଏହାକୁ ସଂଗ୍ରହ କରାଯାଏ।

ଆପଣ କିଛି ଲୋକେସନ ସୂଚନାକୁ ଡିଲିଟ ନକରିବା ପର୍ଯ୍ୟନ୍ତ ଏହା ଆପଣଙ୍କ Google ଆକାଉଣ୍ଟ ସହିତ ସେଭ ହୋଇଥାଏ

  • ରିଟେନସନ ଓ ଡିଲିସନକୁ ନିୟନ୍ତ୍ରଣ କରିବା: Search ସର୍ଭିସେସ ଇତିହାସ, ଟାଇମଲାଇନ ଏବଂ ୱେବ ଓ ଆପ କାର୍ଯ୍ୟକଳାପ ସମେତ — Googleର କାର୍ଯ୍ୟକଳାପ ନିୟନ୍ତ୍ରଣରେ — ଅଟୋ-ଡିଲିଟ ବିକଳ୍ପ ଅଛି, ଯାହା ଆପଣଙ୍କୁ 3, 18 କିମ୍ବା 36 ମାସ ପରି ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ପରେ ଡାଟାକୁ ସ୍ୱତଃ ଡିଲିଟ କରିବାକୁ ଦିଏ। ଟାଇମଲାଇନ ଏବଂ ମୋ କାର୍ଯ୍ୟକଳାପକୁ ଭିଜିଟ କରି ଆପଣ ମଧ୍ୟ ଏହି ଡାଟାକୁ ଦେଖିପାରିବେ ଏବଂ ଆପଣଙ୍କ ପସନ୍ଦ ଅନୁସାରେ ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପ କିମ୍ବା ବଲ୍କ-ଡାଟାକୁ ଡିଲିଟ କରିପାରିବେ। ଆପଣ ସର୍ବଦା ଏହି ସେଟିଂସକୁ ପରିବର୍ତ୍ତନ କରିପାରିବେ କିମ୍ବା ଆପଣଙ୍କ ଅଟୋ-ଡିଲିଟ ବିକଳ୍ପକୁ ବଦଳାଇପାରିବେ।
  • ଲୋକେସନ ସୂଚନା ସେଭ କରିବା: Google ପ୍ରଡକ୍ଟ କିମ୍ବା ସେବା ଉପରେ ନିର୍ଭର କରି ଲୋକେସନ ସୂଚନାକୁ ଆପଣଙ୍କ Google ଆକାଉଣ୍ଟରେ ସେଭ କରାଯାଇପାରେ। ଉଦାହରଣ ସ୍ୱରୂପ, ଆପଣ Photosରେ ଲୋକେସନଗୁଡ଼ିକୁ ଟାଗ କରିପାରିବେ କିମ୍ବା Mapsରେ ଘର ବା ୱାର୍କ ଠିକଣା ଯୋଗ କରିପାରିବେ। ଆପଣ ଏହି ଲୋକେସନ ସୂଚନାକୁ ଡିଲିଟ କରିପାରିବେ।

ଯେତେବେଳେ ଆପଣ ଡାଟା ଡିଲିଟ କରନ୍ତି, ସେତେବେଳେ ଏହାକୁ ଆପଣଙ୍କ ଆକାଉଣ୍ଟରୁ ସୁରକ୍ଷିତ ଓ ସମ୍ପୂର୍ଣ୍ଣ ଭାବରେ କାଢ଼ି ଦେବା ପାଇଁ Google ଏକ ନୀତି ଫଲୋ କରେ ଯାହା ଫଳରେ ଡାଟାକୁ ରିକଭରି କରିବା ଆଉ ସମ୍ଭବ ହୁଏ ନାହିଁ। ପ୍ରଥମେ, ଆପଣ ଡିଲିଟ କରିଥିବା କାର୍ଯ୍ୟକଳାପକୁ ଭ୍ୟୁରୁ କାଢ଼ି ଦିଆଯାଏ ଏବଂ ଆପଣଙ୍କ Google ଅନୁଭୂତିକୁ ପର୍ସନାଲାଇଜ କରିବା ପାଇଁ ଆଉ ଏହାକୁ ବ୍ୟବହାର କରାଯାଏ ନାହିଁ। ତା'ପରେ, Googleର ଷ୍ଟୋରେଜ ସିଷ୍ଟମଗୁଡ଼ିକରୁ ଡାଟାକୁ ସୁରକ୍ଷିତ ଏବଂ ସମ୍ପୂର୍ଣ୍ଣ ଭାବରେ ଡିଲିଟ କରିବାକୁ ଡିଜାଇନ କରାଯାଇଥିବା ଏକ ପ୍ରକ୍ରିୟା Google ଆରମ୍ଭ କରେ। ସଂଗ୍ରହ କରାଯାଇଥିବା ଡାଟାକୁ Google କିପରି ରଖେ ସେ ବିଷୟରେ ଅଧିକ ଜାଣନ୍ତୁ।

ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ପରେ ମିଆଦ ଶେଷ ହେଉଥିବା ସୂଚନା

ଲୋକେସନର ଅନ୍ଯ ସୂଚନା ପାଇଁ Google ଡାଟାକୁ କିପରି ରଖେରେ ବର୍ଣ୍ଣନା କରାଯାଇଥିବା ପରି, କିଛି ସମୟରେ—ମାନୁଆଲୀ ଡିଲିଟ କରିବା ପରିବର୍ତ୍ତେ—Google ଡାଟାକୁ ଡିଲିଟ କରାଯିବା ପୂର୍ବରୁ ଏହାକୁ ଏକ ସେଟ କରାଯାଇଥିବା ସମୟ ପାଇଁ ଷ୍ଟୋର କରେ। ଡାଟାକୁ ସୁରକ୍ଷିତ ଭାବେ ଏବଂ ସମ୍ପୂର୍ଣ୍ଣ ରୂପେ ଡିଲିଟ କରିବା ପାଇଁ ଲାଗିଥିବା ସମୟ ଡାଟାର ପ୍ରକାର ଉପରେ ନିର୍ଭର କରେ, ଉଦାହରଣ ସ୍ୱରୂପ:

  • Google 9 ମାସ ପରେ IP ଠିକଣାର କିଛି ଅଂଶ ଏବଂ 18 ମାସ ପରେ କୁକୀ ସୂଚନାକୁ କାଢ଼ି ଦେଇ ସର୍ଭର ଲଗରେ ବିଜ୍ଞାପନ ଡାଟାକୁ ବେନାମୀ କରେ।
  • Google deletes IP-based location and device location from your Search Services History and Web & App Activity after 30 days.

ସୀମିତ ଉଦ୍ଦେଶ୍ୟରେ ବର୍ଦ୍ଧିତ ସମୟ ଅବଧି ପାଇଁ ରଖାଯାଇଥିବା ସୂଚନା

Google ଗୋପନୀୟତା ନୀତିରେ ବର୍ଣ୍ଣନା କରାଯାଇଥିବା ପରି, “ସୁରକ୍ଷା, ଠକାମି ଏବଂ ଅପବ୍ୟବହାରର ପ୍ରତିରୋଧ କରିବା କିମ୍ବା ଆର୍ଥିକ ରେକର୍ଡ-ରଖିବା ପରି ଆଇନସମ୍ମତ ବିଜିନେସ କିମ୍ବା ଆଇନଗତ ଉଦ୍ଦେଶ୍ୟଗୁଡ଼ିକ ପାଇଁ ଆବଶ୍ୟକ ହେଲେ ଆମେ କିଛି ଡାଟାକୁ ଦୀର୍ଘ ସମୟ ପାଇଁ ରଖିଥାଉ।” ଆମର ରିଟେନସନ କାର୍ଯ୍ୟପଦ୍ଧତି ବିଷୟରେ ଅଧିକ ଜାଣନ୍ତୁ

ବିଜ୍ଞାପନ ପାଇଁ ଲୋକେସନ ସୂଚନା କିପରି ବ୍ୟବହାର କରାଯାଏ?

ଆପଣଙ୍କୁ ଅଧିକ ପ୍ରାସଙ୍ଗିକ ବିଜ୍ଞାପନ ଦେଖାଇବାରେ ସାହାଯ୍ୟ କରିବା ପାଇଁ

ଆପଣ ଦେଖୁଥିବା ବିଜ୍ଞାପନଗୁଡ଼ିକ ଆପଣଙ୍କ ଲୋକେସନ ସୂଚନା ଉପରେ ଆଧାରିତ ହୋଇପାରିବ। ସାଧାରଣତଃ, Googleରେ ବିଜ୍ଞାପନଗୁଡ଼ିକ ଏବଂ ସେଗୁଡ଼ିକ ଯେଉଁଥିରେ ଦେଖାଯାଏ ସେହି ପ୍ରଡକ୍ଟ ସମାନ ପ୍ରକାରର ଲୋକେସନ ସୂଚନା ବ୍ୟବହାର କରେ। ଉଦାହରଣ ସ୍ୱରୂପ, ଆପଣଙ୍କ ସେଟିଂସ ଉପରେ ନିର୍ଭର କରି, Searchରେ ବିଜ୍ଞାପନ ଏବଂ ଅନ୍ୟ Google ସର୍ଫେସଗୁଡ଼ିକ ଆପଣଙ୍କ ଡିଭାଇସର ଲୋକେସନ, ଆପଣଙ୍କ IP ଠିକଣା, ପୂର୍ବର କାର୍ଯ୍ୟକଳାପ କିମ୍ବା ଆପଣଙ୍କ Google ଆକାଉଣ୍ଟରୁ ଆପଣଙ୍କର ଘର ଓ ୱାର୍କ ଠିକଣା ଉପରେ ଆଧାରିତ ହୋଇପାରେ। ଏହା ସହିତ, ମେଟାଡାଟା (ଉ.ଦା., ବ୍ରାଉଜର ଟାଇମଜୋନ, ଡୋମେନ, ପୃଷ୍ଠାର ବିଷୟବସ୍ତୁ, ବ୍ରାଉଜରର ପ୍ରକାର, ପୃଷ୍ଠାର ଭାଷା)କୁ ଆପଣଙ୍କ ଦେଶ କିମ୍ବା ଆପଣ ଆଗ୍ରହୀ ଥିବା ଏକ ସାଧାରଣ ଏରିଆ ଆକଳନ କରିବା ପାଇଁ ବ୍ୟବହାର କରାଯାଇପାରେ। ଆପଣଙ୍କ IP ଠିକଣା, VPN, ପ୍ରକ୍ସି ସେବା କିମ୍ବା ଅନ୍ୟ ନେଟୱାର୍କ ସୂଚନାରୁ ଆମେ ପାଇଥିବା ଲୋକେସନ ସିଗନାଲଗୁଡ଼ିକ ସହିତ ଆମେ ଏହି ମେଟାଡାଟା ଉପରେ ନିର୍ଭର କରିପାରୁ।

ଲୋକେସନ ସୂଚନାକୁ ବ୍ୟବହାର କରିବା ଫଳରେ ଏହା ଆପଣ ଦେଖୁଥିବା ବିଜ୍ଞାପନଗୁଡ଼ିକୁ ଆପଣ ରହୁଥିବା ଏରିଆ କିମ୍ବା ଆପଣଙ୍କ ପାଇଁ ପ୍ରାସଙ୍ଗିକ ହୋଇଥିବା ଏରିଆଗୁଡ଼ିକ ନିମନ୍ତେ ଅଧିକ ପ୍ରାସଙ୍ଗିକ କରିବାରେ ସାହାଯ୍ୟ କରେ। ଉଦାହରଣ ସ୍ୱରୂପ, ଯଦି ଆପଣଙ୍କ ଡିଭାଇସର ଲୋକେସନ ସେଟିଂ ଚାଲୁ ଥାଏ ଏବଂ ଆପଣ Googleରେ ଆପଣଙ୍କ ଆଖପାଖରେ ଥିବା ରେଷ୍ଟୁରାଣ୍ଟଗୁଡ଼ିକୁ ସର୍ଚ୍ଚ କରନ୍ତି, ତେବେ ଆପଣଙ୍କର ଆଖପାଖରେ ଥିବା ରେଷ୍ଟୁରାଣ୍ଟଗୁଡ଼ିକର ବିଜ୍ଞାପନ ଆପଣଙ୍କୁ ଦେଖାଇବା ନିମନ୍ତେ ଆପଣଙ୍କ ବର୍ତ୍ତମାନର ଡିଭାଇସ ଲୋକେସନକୁ ବ୍ୟବହାର କରାଯାଇପାରେ। Googleରେ ବିଜ୍ଞାପନଗୁଡ଼ିକର ଅଂଶ ଭାବରେ ଆପଣଙ୍କୁ ଆଖପାଖର ବିଜିନେସଗୁଡ଼ିକର ଦୂରତା ଦେଖାଇବା ପାଇଁ ମଧ୍ୟ ଆପଣଙ୍କ ଲୋକେସନକୁ ବ୍ୟବହାର କରାଯାଇପାରେ।

Google ଆପଣଙ୍କୁ ଅଧିକ ଉପଯୋଗୀ ବିଜ୍ଞାପନଗୁଡ଼ିକ ଦେଖାଇବା ପାଇଁ ଆପଣଙ୍କ ପୂର୍ବର ବ୍ରାଉଜିଂ କିମ୍ବା ଆପ କାର୍ଯ୍ୟକଳାପ (ଯେପରି ଆପଣଙ୍କ ସର୍ଚ୍ଚଗୁଡ଼ିକ, ୱେବସାଇଟକୁ ଭିଜିଟ କିମ୍ବା YouTubeରେ ଆପଣ ଦେଖିଥିବା ଭିଡିଓଗୁଡ଼ିକ) ଏବଂ Search ସର୍ଭିସେସ ଇତିହାସ ଏବଂ ୱେବ ଓ ଆପ କାର୍ଯ୍ୟକଳାପ ପରି ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପ ସେଟିଂସରେ ଆପଣଙ୍କ ଇତିହାସର ଅଂଶ ଭାବରେ ସେଭ କରାଯାଇଥିବା ସାଧାରଣ ଏରିଆଗୁଡ଼ିକୁ ମଧ୍ୟ ବ୍ୟବହାର କରିପାରେ। ଉଦାହରଣ ସ୍ୱରୂପ, ଯଦି ଆପଣ ଆଖପାଖରେ କେଉଁଠାରୁ ଦୁଧ କ୍ରୟ କରିବେ ତାହା Googleରେ ସର୍ଚ୍ଚ କରନ୍ତି, ତେବେ ଆପଣ ଆପଣଙ୍କ ବସ କିମ୍ବା ଟ୍ରେନ ପାଇଁ ଅପେକ୍ଷା କରିଥିବା ସମୟରେ ଆପଣ Google Searchରେ ବାରମ୍ବାର ବ୍ରାଉଜ କରିଥିବା ସାଧାରଣ ଏରିଆରେ ଗ୍ରୋସରୀ ଷ୍ଟୋର ପାଇଁ ବିଜ୍ଞାପନ ଦେଖିପାରନ୍ତି।

ବିଜ୍ଞାପନଦାତାମାନେ ବିଜ୍ଞାପନଗୁଡ଼ିକୁ କେବଳ ତାଙ୍କ ବିଜିନେସ ଆଖପାଖର ଦେଶ, ସହର କିମ୍ବା ଅଞ୍ଚଳଗୁଡ଼ିକ ପରି ସାଧାରଣ ଏରିଆଗୁଡ଼ିକୁ ଟାର୍ଗେଟ କରିପାରିବେ।

ଆମ ଡିସପ୍ଲେ ନେଟୱାର୍କ ବିଷୟରେ ଅତିରିକ୍ତ ସୂଚନା ପାଇଁ, ସହାୟତା କେନ୍ଦ୍ରକୁ ଭିଜିଟ କରନ୍ତୁ।

ବିଜ୍ଞାପନଦାତାମାନଙ୍କୁ ପରଫରମାନ୍ସ ମାପିବାରେ ସାହାଯ୍ୟ କରିବା ପାଇଁ

Google ସର୍ଭିସେସକୁ କିପରି ବ୍ୟବହାର କରାଯାଏ ତାହା ବୁଝିବାକୁ ଆନାଲିଟିକ୍ସ ଓ ପରିମାପ ପାଇଁ ମଧ୍ୟ Google ଲୋକେସନ ସୂଚନାକୁ ବ୍ୟବହାର କରିପାରେ। ​ଉଦାହରଣ ସ୍ୱରୂପ: ଆପଣଙ୍କ ସେଟିଂସ ଉପରେ ନିର୍ଭର କରି, ଲୋକମାନେ ବିଜ୍ଞାପନ ଦେଖି କେତେ ଥର ବିଜ୍ଞାପନଦାତାମାନଙ୍କ ଷ୍ଟୋରକୁ ଭିଜିଟ କରନ୍ତି ତାହା ଆକଳନ କରିବାରେ ବିଜ୍ଞାପନଦାତାମାନଙ୍କୁ ସାହାଯ୍ୟ କରିବା ପାଇଁ Google ଟାଇମଲାଇନରୁ ଲୋକେସନ ଡାଟା ବ୍ୟବହାର କରିପାରେ। ଏହା କରିବା ପାଇଁ, Google ଆପଣଙ୍କ ଆକାଉଣ୍ଟରେ ବିଜ୍ଞାପନ ଇଣ୍ଟରାକ୍ସନଗୁଡ଼ିକ ପରି ଆପଣ ଇତିହାସ ଭାବେ ସେଭ କରୁଥିବା କାର୍ଯ୍ୟକଳାପକୁ ବିଜ୍ଞାପନଦାତାଙ୍କ ଷ୍ଟୋରଗୁଡ଼ିକ ସହ ସମ୍ବନ୍ଧିତ ଟାଇମଲାଇନ ଡାଟା ସହ କନେକ୍ଟ କରେ। ବିଜ୍ଞାପନଦାତାଙ୍କ ସହ କୌଣସି ବ୍ୟକ୍ତିଗତ ସୂଚନା ସେୟାର କରାଯାଏ ନାହିଁ।

Googleର ପ୍ରଡକ୍ଟ ଏବଂ ସେବାଗୁଡ଼ିକୁ ଉନ୍ନତ କରିବା ପାଇଁ

Google ଏହାର ବିଜ୍ଞାପନ ପ୍ରଡକ୍ଟଗୁଡ଼ିକୁ ଉନ୍ନତ କରିବା ପାଇଁ ମଧ୍ୟ ଲୋକେସନ ସୂଚନା ବ୍ୟବହାର କରେ। ଉଦାହରଣ ସ୍ୱରୂପ, ପ୍ରାସଙ୍ଗିକ କାର୍ଯ୍ୟକଳାପ ପାଇଁ ସାଧାରଣ ଏରିଆ ସମେତ ଆପଣ ଇଣ୍ଟରାକ୍ଟ କରୁଥିବା ବିଜ୍ଞାପନଗୁଡ଼ିକ ବିଷୟରେ ଆପଣଙ୍କ ଆକାଉଣ୍ଟରେ ସେଭ କରାଯାଉଥିବା ଡାଟାକୁ ଏକତ୍ରିତ କରି ସ୍ମାର୍ଟ ବିଡିଂ ଟୁଲଗୁଡ଼ିକୁ ଉନ୍ନତ କରୁଥିବା ମେସିନ ଲର୍ଣ୍ଣିଂ ମଡେଲଗୁଡ଼ିକରେ ବ୍ୟବହାର କରାଯାଇପାରେ। ଆପଣଙ୍କ ଆକାଉଣ୍ଟ ଡାଟାକୁ ବିଜ୍ଞାପନଦାତାଙ୍କ ସହ ସେୟାର କରାଯାଏ ନାହିଁ।

ବିଜ୍ଞାପନ ଦେଖାଇବା ପାଇଁ, ମୋର ଲୋକେସନ ସୂଚନାକୁ କିପରି ବ୍ୟବହାର କରାଯିବ, ତାହା ମୁଁ କିପରି ନିୟନ୍ତ୍ରଣ କରିବି?

ମୋ ବିଜ୍ଞାପନ କେନ୍ଦ୍ରରେ ଆପଣ ଯେଉଁ ଏରିଆଗୁଡ଼ିକରେ Google ବ୍ୟବହାର କରିଛନ୍ତି ନିୟନ୍ତ୍ରଣକୁ ଆକ୍ସେସ କରି, ଆପଣ ପୂର୍ବରୁ ଆପଣଙ୍କର ଯେଉଁ ସାଧାରଣ ଏରିଆଗୁଡ଼ିକରେ Google ସାଇଟ ଏବଂ ଆପ୍ସକୁ ବ୍ୟବହାର କରିଛନ୍ତି ସେଗୁଡ଼ିକୁ ଆପଣ ଦେଖୁଥିବା ବିଜ୍ଞାପନଗୁଡ଼ିକୁ ପ୍ରଭାବିତ କରିବା ପାଇଁ କିପରି ବ୍ୟବହାର କରାଯାଇପାରିବ ତାହା ଆପଣ ନିୟନ୍ତ୍ରଣ କରିପାରିବେ।

ଯେତେବେଳେ ଆପଣ Google ବ୍ୟବହାର କରିଥିବା ଏରିଆଗୁଡ଼ିକ ଚାଲୁ ଥାଏ

ବିଜ୍ଞାପନ ପର୍ସନାଲାଇଜେସନ ଏବଂ ଆପଣ Google ବ୍ୟବହାର କରିଥିବା ଏରିଆଗୁଡ଼ିକ ଚାଲୁ ଥିବା ସମୟରେ, ଆପଣ ଯେଉଁ ସାଧାରଣ ଏରିଆଗୁଡ଼ିକରେ Google Sites ଏବଂ ଆପ୍ସକୁ ବ୍ୟବହାର କରିଛନ୍ତି ସେଗୁଡ଼ିକ ସହ ସମ୍ବନ୍ଧିତ ହୋଇଥିବା ଡାଟାକୁ ବ୍ୟବହାର କରି Google ଆପଣଙ୍କ ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରିବ ଯାହା Search ସର୍ଭିସେସ ଇତିହାସ ଏବଂ ୱେବ ଓ ଆପ କାର୍ଯ୍ୟକଳାପ ପରି କାର୍ଯ୍ୟକଳାପ ସେଟିଂସରେ ଆପଣଙ୍କ ଇତିହାସ ସହ ସେଭ ହୋଇଥାଏ।

ଯେତେବେଳେ ଆପଣ Google ବ୍ୟବହାର କରିଥିବା ଏରିଆଗୁଡ଼ିକ ବନ୍ଦ ଥାଏ

ବିଜ୍ଞାପନ ପର୍ସନାଲାଇଜେସନ କିମ୍ବା ଆପଣ Google ବ୍ୟବହାର କରିଥିବା ଏରିଆଗୁଡ଼ିକ ବନ୍ଦ ଥିବା ସମୟରେ, ଆପଣ ଯେଉଁ ସାଧାରଣ ଏରିଆଗୁଡ଼ିକରେ Google Sites ଏବଂ ଆପ୍ସକୁ ବ୍ୟବହାର କରିଛନ୍ତି ସେଗୁଡ଼ିକ ସହ ସମ୍ବନ୍ଧିତ ଡାଟା ଆଧାରରେ Google ଆପଣଙ୍କ ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରେ ନାହିଁ ଯାହା Search ସର୍ଭିସେସ ଇତିହାସ ଏବଂ ୱେବ ଓ ଆପ କାର୍ଯ୍ୟକଳାପ ପରି କାର୍ଯ୍ୟକଳାପ ସେଟିଂସରେ ଆପଣଙ୍କ ଇତିହାସ ସହ ସେଭ ହୋଇଥାଏ। ଆପଣ Google ବ୍ୟବହାର କରିଥିବା ଏରିଆଗୁଡ଼ିକ ବନ୍ଦ ଥିଲେ ମଧ୍ୟ, ଆପଣ ଆପଣଙ୍କ Google ଆକାଉଣ୍ଟରେ ଆପଣଙ୍କର ହୋମ ଓ ୱାର୍କ ଭାବରେ ସେଟ କରିଥିବା ଆପଣଙ୍କ ବର୍ତ୍ତମାନର ଲୋକେସନ ଏବଂ ସ୍ଥାନଗୁଡ଼ିକ ଆଧାରରେ ଏବେ ବି ବିଜ୍ଞାପନଗୁଡ଼ିକ ଦେଖିପାରନ୍ତି।

ଏହା ସହିତ, ଯଦି ଆପଣ ସାଇନ ଆଉଟ କରିଛନ୍ତି, ତେବେ ଆପଣଙ୍କ ଡିଭାଇସ ଏବଂ ଆପ ସେଟିଂସ ଉପରେ ନିର୍ଭର କରି ଆପଣଙ୍କୁ ବିଜ୍ଞାପନ ଦେଖାଇବା ପାଇଁ Google ଏବେ ବି ଆପଣଙ୍କ IP ଠିକଣାରୁ କିମ୍ବା ଆପଣଙ୍କ ଡିଭାଇସରୁ ଆପଣଙ୍କ ବର୍ତ୍ତମାନର ଲୋକେସନ ବ୍ୟବହାର କରିପାରେ।

ଆପଣ ସାଇନ ଆଉଟ କରିଥିବା ବେଳେ ପର୍ସନାଲାଇଜ ହୋଇଥିବା ବିଜ୍ଞାପନଗୁଡ଼ିକୁ କିପରି ଚାଲୁ କିମ୍ବା ବନ୍ଦ କରିବେ, ସେ ବିଷୟରେ ଅତିରିକ୍ତ ସୂଚନା ପାଇଁ ଏଠାରେ ଦେଖନ୍ତୁ।

ଏକ ନୂଆ ଟାବରେ ଖୋଲେ(ଏକ ଫୁଟନୋଟ ଖୋଲେ)